ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେମରା ଗ୍ରାମରେ ଲଡୁକରିଆ ମାଝୀ ପରିବାର ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟେମରା ଗ୍ରାମରେ ଲଡୁକରିଆ ମାଝୀ ପରିବାର ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨/୧୦ //ସମର୍ପଣର ପର୍ଵ ହେଉଛି ନୂଆଁଖାଇ । ଏହା କେବଳ ଯେ କୃଷିଭିତ୍ତିକ ପର୍ଵ ନୁହେଁ, ଏହା ହେଉଛି ଭାଇଚାରାର ମହାନ ପର୍ଵ। ଏଣୁ ନୂଆଁଖାଇ ସରିଥିଲେ ମଧ୍ୟ ସହର ଠୁ ଗାଁରେ ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗ୍ରାମରେ ଲଡୁକରିଆ ମାଝୀ ବଂଶଜଙ୍କ ମଧ୍ୟରେ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆଁଖାଇ ଭେଟ ଘାଟ ପୂର୍ବରୁ ଲଡୁ କରିଆ ମାଝୀ ପରିବାରର ଇଷ୍ଟ ଦେବାଦେବୀଙ୍କ ନିକଟରେ ପୁଝାରି ପୂଜାର୍ଚ୍ଚନା କରିବା ପରେ ନବାର୍ଣ୍ଣ ଲାଗିଥିଲା । ପରେ ଉପସ୍ଥିତ ସମୁହ ନବାର୍ଣ୍ଣ ଭୋଗ ଖାଇ ଜୁହାର ଭେଟ ହୋଇଥିଲେ। ପରେ କାର୍ଯ୍ୟକ୍ରମର ସଭାପତି ତୋଫାନ ମାଝୀଙ୍କ ସଭାପତିତ୍ୱରେ ନୂଆଁଖାଇ ଭେଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୈଳାଶ ଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଭାବେ ନୀଳକଣ୍ଠ ମାଝୀ, ସମ୍ମାନିତ ଅତିଥି ଭାବେ କର୍ମଚାରୀ ସଂଘ ସଭାପତି ଇଂ.ତ୍ରୁପ କୁମାର ପାତ୍ର, ବନମାଳୀ ମାଝୀ, ପ୍ରଫୁଲ୍ଲ ଚନ୍ଦ୍ର ମାଝୀ, ଗରୁଡ଼ ଧ୍ଵଜ ମାଝୀ, ସୁଧୀର କୁମାର ପାତ୍ର, ଘନଶ୍ୟାମ ନାଏକ, ଯୁଗେଶ୍ୱର ମାଝୀ, ଶଶି ମାଝୀ, ଲଡୁ କରିଆ ପରିବାରର ବୟୋଜ୍ୟେଷ୍ଠ ରଘୁନାଥ ମାଝୀ, ଟୋଳି ମାଝୀ, ଯତୀନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ମାଝୀ ପରିବାରର ଏହି ନୂଆଁଖାଇ ଭେଟ ଘାଟରେ ଉପସ୍ଥିତ ରହି ପରମ୍ପରା ଓ ସଂସ୍କୃତିର ଏହି ମହାନ ପର୍ଵ ଏମିତି ପିଢ଼ି ପିଢ଼ି ଧରି ଉଜ୍ଜୀବିତ ରହୁ ବୋଳି ମତ ଦେଇଥିଲେ। ଏହି ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ କଳାହାଣ୍ଡି, ନବରଙ୍ଗପୁର, ବସ୍ତର ଅଞ୍ଚଲରୁ ୨୫୦୦ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ଟେମରା ମାଝୀ ପରିବାରର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

କଣ୍ଟାବାଞ୍ଜି ମାଟିର ମହୋତ୍ସବ ଦୃତୀୟ ସନ୍ଧ୍ୟା

masiha

ବି. ମାଳିଗୁଡା ଲୋକକଳା ଗ୍ରାମରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ ଅବସରରେ ‘ଲୋକକଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସନ ସାଇନ୍ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ ଧୂମଧାମରେ ପାଳିତ 

masiha

Leave a Comment

error: Content is protected !!