ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ନୋଡ଼ାଲ ପ୍ରାଥମିକ ସ୍କୁଲରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ଼ ନୋଡ଼ାଲ ପ୍ରାଥମିକ ସ୍କୁଲରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ଼,୦୫/୧୦(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଲାଞ୍ଜିଗଡ଼ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ ହୋଇଯାଇଛି ! ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ପେଙ୍ଗସୁର ସିଆରସିସି ଗୁରୁଗୋବିନ୍ଦ ମହାନ୍ତି ଯୋଗ ଦେଇଥିଲେ ! ଶିକ୍ଷକ ମନୋଜ କୁମାର ମହାଖୁଡ଼ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ! ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଗୋପବନ୍ଧୁ ପୁଷ୍ଟି ଯୋଗ ଦେଇଥିଲେ ! ଲାଞ୍ଜିଗଡ଼ ସିଆରସିସି ଏମ୍.ଏସ୍. ଶେଖରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉଭୟ ସମାରୋହ ଶେଷରେ କ୍ରୁତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କ୍ରୁତ କରାଯାଇଥିଲା ! ଏଇ ଅବସରରେ ଶିକ୍ଷୟିତ୍ରୀ ହେମାମାଳିନୀ ସାହୁ, ମମତା ମାଝୀ, ଶିକ୍ଷକ ଦୁର୍ଗାମାଧବ ମହାଖୁଡ଼, ଡମ୍ବରୁଧର ସାହୁ, ନଳିନୀ ମୁଣ୍ଡଛିନା, ସୁଶାନ୍ତ ମଲ୍ଲିକ, ବିନୋଦ ବାତ୍ରା, ଅବିନାଶ ସିଂହ, ସୁଜାତା ଦାସ, ମୋନାଲିସା ମହାପାତ୍ର, ସୀତା ରାଉତ, ପରମାନନ୍ଦ ଗଉଡ଼, ସୁରେଶ ଦାସ, ଜଳନ୍ଧର ମାଝୀ, ପ୍ରହଲ୍ଲାଦ ସେଠୀ, ସୁନୀଲ ମଲ୍ଲିକ, ଦୀପ୍ତିମାୟା ବାଗୁଡାଇ, ଜ୍ୟୋତିର୍ମୟୀ ମଲ୍ଲିକ, କୁମୁଦ ପୁଟେଲ ପ୍ରମୁଖ ସହଯୋଗ କରିଥିବାବେଳେ ଶିକ୍ଷକ ଲଳିତ ମୋହନ ଭୋଇ ସଭା ପରିଚାଳନା କରିଥିଲେ ! ଏଥିରେ ଲାଞ୍ଜିଗଡ଼ କ୍ଲଷ୍ଟର ଅନ୍ତର୍ଗତ ଗୋଟିଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦୁଇଗୋଟି ମାଧ୍ୟମିକ ବିଦ୍ୟାଳୟ, ୩ଟି ଉଚ୍ଚ ପ୍ରାଥମିକ ଓ ୧୨ଟି ପ୍ରାଥମିକ ବିଦ୍ୟାଳୟର ବହୁସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଥୁଆମୂଳ ରାମପୁର ବ୍ଳରେ ହକି ବିଶ୍ବକପକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା

Sunil Chandra Nayak

୧୯୮୩ ବରିଷ୍ଠ ବ୍ୟାଚର ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

ଓଡିଶା ଡ୍ରାଇଭର ମହାସଂଘର ଜିଲା ସ୍ତରୀୟ ବୈଠକ 

masiha

Leave a Comment

error: Content is protected !!