ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

କର୍ଲାମୁଣ୍ଡାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଉପ କଳାହାଣ୍ଡି ଜିଲ୍ଲାପାଳ ଡ଼ଃ ବିଶ୍ୱଜିତ୍ ଦାସ, ବ୍ଲକ୍ ଅଧ୍ୟକ୍ଷା କୁନି ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସୁଚରିତା ମୁଗ୍ରି, ତହସିଲଦାର ମିଳନ କୁମାର ଝାଙ୍କରଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l ଏହି ଜନ ଶୁଣାଣି ଶିବିରରେ ମୋଟ ୧୪୧ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ l ସେଥିମଧ୍ୟରୁ ୧୧୪ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୨୭ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା l ୨୬ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିବା ଆଉ ୬ଟି ସମସ୍ୟାର ସମାଧାନ ତଦନ୍ତ କରି ୧୫ ଦିନ ମଧ୍ୟରେ କରିବାକୁ ସେଇ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କୀଟନାଶକ ବ୍ୟବହାର ନେଇ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ଚନ୍ଦାହାଣ୍ଡିଠାରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ନୂତନ ସରକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ ସ୍ୱାଗତ

masiha

Leave a Comment

error: Content is protected !!