ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନାଥଙ୍କୁ ସହାୟତାର ହାତ ବଢ଼େଇଲେ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ 

ଅନାଥଙ୍କୁ ସହାୟତାର ହାତ ବଢ଼େଇଲେ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ 

ଢେ଼ଙ୍କାନାଳ(ମ .ନି. ସ.)୧୨/୧୦_ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପରାକାଟେଣୀ ପଞ୍ଚାୟତ ରଙ୍ଗମାଟିଆ ଗ୍ରାମର ମଟମୁଣ୍ଡା ଏବଂ ତାଙ୍କ ପତ୍ନୀ ଜାନ ମୁଣ୍ଡା କିଛି ଦିନ ପ୍ରାଣ ହରାଇଥିବା ବେଳେ ତାଙ୍କର ଚାରି ଅନାଥ ନାବାଳକ ପୁଅ ଝିଅ, ପୁଅ ଅଭିରାମ ମୁଣ୍ଡା, ବିଜୟ ମୁଣ୍ଡା ଓ ଝିଅ ମୁକ୍ତା ମୁଣ୍ଡା,ଲଳିତା ମୁଣ୍ଡା ଅନାଥ ହୋଇ ପଡିଥିଲେ l ଏହି ଦୁଃଖଭରା ଖବର ପାଇ ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ ଏବଂ ଅନାଥ କୁନି ପୁଅ ଝିଅ ଙ୍କ ନିମନ୍ତେ ଫଳ ସେଓ, କଦଳୀ, କମଳା, ବିସ୍କୁଟ,ବ୍ରେଡ଼ ଏବଂ ସମସ୍ତ ରାସନ ସାମଗ୍ରୀ ଚଳିବା ପାଇଁ ଦେବା ସହ ଅନ୍ୟାନ୍ୟ ଯେତେବେଳେ ଯାହା ଦରକାର ପଡିବ ସାହାଯ୍ୟ ସହଯୋଗ କରିବେ ବୋଲି ଅନାଥ ପିଲାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ଏହି ଅନାଥ ପିଲାମାନଙ୍କୁ ଅନ୍ୟ ମାନେ ସାହାଯ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିବା ପାଇଁ ନିବେଦନ ମଧ୍ୟ କରିଥିଲେ ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅନାଥ ଭାଇ ଭଉଣୀ ମାନଙ୍କର ସମସ୍ତ ପଢିବା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ସରକାରୀ ସାହାଯ୍ୟ ସହଯୋଗ କରିବା ପାଇଁ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ l

ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ ପାଳନ କଲା ଉତ୍କଳ ଦିବସ

Sunil Chandra Nayak

ମାନଝରି ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଓ ସମାଧାନ ଶିବିର 

masiha

ସୁଚରିତା ସିଲେଇ ଶିକ୍ଷା କେନ୍ଦ୍ର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!