ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ମିଲେଟ ମିଶନର ଏସଏଚଜି ମହିଳା ମାନଙ୍କୁ ତାଲିମ 

ଓଡିଶା ମିଲେଟ ମିଶନର ଏସଏଚଜି ମହିଳା ମାନଙ୍କୁ ତାଲିମ 

  ଡାବୁଗାଁ,୧୮/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଜୁନାପାଣି ପଞ୍ଚାୟତ ସଭା ଗୃହରେ ଓଡିଶା ମିଲେଟ ମିଶନ ତରଫରୁ ୨ ଦିନିଆ ତାଲିମ ଶିବିର ବୁଧବାର ଉଦଯାପିତ ହୋଇଯାଇଛି | ଏଥିରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ କ୍ଷୁଦ୍ର ଶସ୍ୟ ଖାଦ୍ୟର ଉପକାରିତା ବିଷୟରେ ତାଲିମ ପ୍ରଦାନ କରଯାଇଥିଲା | ଏଥିରେ ମଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି କିପରି କରାଯିବ ଓ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ମହିଳା ମାନଙ୍କୁ ତାଲିମ ଦିଆଯାଇଥିଲା | ଏଥିରେ ମଣ୍ଡିଆରୁ କାକାରା ପିଠା, ପକୁଡି, ବରା, ଲଡୁ, ମିକ୍ସଚର, ଚାଓମିନ, ବିସ୍କୁଟ ଓ ପୋଡପିଠା, ସୁଆଁ ରୁ ଭାତ, ଜାଉ ଓ ଲଡୁ ଏବଂ ଗାଙ୍ଗୁ ଚାଉଳରୁ ଖିରୀ ଓ ବିରିଆନୀ ଆଦି କିପରି ତିଆରି କରାଯାଏ ସେ ଉପରେ ତାଲିମ ଦିଆଯାଇଥିଲା ଓ ଉକ୍ତ ସାମଗ୍ରୀ ଗୁଡିକ ପ୍ରସ୍ତୁତ କରି ପ୍ରଦର୍ଶିତ ହୋଇଥିଲା | ଏହି ତାଲିମ ଶିବିର ରେ ଏଫପିଓ ର ମୁଖ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ଜଏଲ, ମିଲେଟ ମିଶନର ଡାବୁଗାଁ ବ୍ଲକ ସଂଯୋଜକ ନବୀନ ମହୁରିଆ, ସହକାରୀ ବ୍ଲକ ସଂଯୋଜକ ଶସ୍ମିତା ବଳବନ୍ତରାୟ, ସିଆରପି ସୁବାସ ଭତରା, ଗୁରୁବନ୍ଧୁ ଭତରା, ମମତା ମାଳୀ ଓ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାୟଗଡ଼ା ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ 

Sunil Chandra Nayak

ବଲାଙ୍ଗୀର ଠାରେ ଅନୁଷ୍ଠିତ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ସୁଶାନ୍ତ 

Sunil Chandra Nayak

ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ 

Leave a Comment

error: Content is protected !!