ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସଭା ଓ ଶୋଭାଯାତ୍ରା

ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସଭା ଓ ଶୋଭାଯାତ୍ରା

ଲାଞ୍ଜିଗଡ଼,୧୯/୧୦(ମନିସ)-ଲାଞ୍ଜିଗଡ଼ରେ ଜେଏମ୍ଏଫସି କୋର୍ଟ ସ୍ଥାପନ, ପ୍ରସ୍ତାବିତ ଆଇଟିଆଇ ସ୍ଥାପନ ଓ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଏକ ଶୋଭାଯାତ୍ରା ଓ ଜନସଭା ଅନୁଷ୍ଠିତ ହୋଇଯାଇଛି ! ବରିଷ୍ଠ ନାଗରିକ ଉଦୟ କୁମାର, ନିରଞ୍ଜନ ଆଚାର୍ଯ୍ୟ, ଅର୍ଜୁନ ଚଣ୍ଡୀ, ପଦ୍ମନାଭ ଚୌଧୁରୀଙ୍କ ନେତ୍ରୁତ୍ବରେ ଅନୁଷ୍ଠିତ ଏଇ ଶୋଭାଯାତ୍ରା ଓ ଜନସଭାରେ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଭାଲଚନ୍ଦ୍ର ଷଡ଼ଙ୍ଗୀ, ବିଜୟ କୁମାର ପରିଡା, ପୁରନ୍ଦର ଦଣ୍ଡସେନା, ରାଜେନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇଥିଲେ ! ଜନସଭା ପୂର୍ବରୁ ଶତାଧିକ ମହିଳା, ପୁରୁଷଙ୍କୁ ନେଇ ଏକ ଶୋଭାଯାତ୍ରା ଲାଞ୍ଜିଗଡ଼ ରାଜାପଡ଼ାରୁ ବାହାରି ଲାଞ୍ଜିଗଡ଼ ଥାନା ଦେଇ ସଭାସ୍ଥଳ ବଜାରପଡ଼ିଆ ଯାଏଁ ଯାଇଥିଲା ! ଏଇ ଅବସରରେ ଏକ ଦାବିପତ୍ର ଲାଞ୍ଜିଗଡ଼ ଥାନାଧିକାରୀଙ୍କ ଜରିଆରେ ପ୍ରଶାସନକୁ ଦିଆଯାଇଥିଲା !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ ରେ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଦିବସ ପାଳିତ

masiha

ବାମନଘାଟି ବ୍ରାହ୍ମଣ ମହାସଭା ଦ୍ଵାରା ତ୍ରିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ବୈଠକ

masiha

ଟେମରା ଠାରେ ଭତରା ସମାଜର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ, ସମାଜକୁ ଶୃଙ୍ଖଳିତ ହେବାକୁ ଆହ୍ୱାନ

masiha

Leave a Comment

error: Content is protected !!