ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ୍ ମନୋଜ କୁମାର ସ୍ବାଇଁ ଙ୍କୁ ଶ୍ରଦ୍ଧାଞ୍ଜଳି 

ସହିଦ୍ ମନୋଜ କୁମାର ସ୍ବାଇଁ ଙ୍କୁ ଶ୍ରଦ୍ଧାଞ୍ଜଳି 

ରାଉରକେଲା/ ଓଏସଏପି ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୪ ମାଟ୍ରିକ ଵ୍ଯାଚ୍ ର ପୂର୍ବତନ ବିଦ୍ୟାର୍ଥୀ ତଥା ଭାରତୀୟ ନୈ।ସେନା ର ପଦସ୍ଥ ଅଧିକାରୀ ସହିଦ୍ ମନୋଜ କୁମାର ସ୍ବାଇଁ ଙ୍କୁ ବିଦ୍ୟାଳୟ ପରିସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସହିଦ୍ ଶ୍ରୀ ସ୍ବାଇଁ ଙ୍କ ଉତ୍ସର୍ଗୀକୃତ ତ୍ୟାଗ, ସେବା, ସମର୍ପଣ ଓ ଦେଶଭକ୍ତି ଆଜି ଆମ ସଭିଙ୍କ ପାଇଁ ପ୍ରେରଣା ର ଉତ୍ସ ହୋଇ ରହିଛି ଓ ରହିବ ବୋଲି ଶ୍ରଦ୍ଧାଞ୍ଜଳି ସଭା ରେ ମତ ପ୍ରକାଶ ପାଇଥିଲା। ସହିଦ୍ ଙ୍କ ପ୍ରିୟ ଶିକ୍ଷାନୁଷ୍ଠାନ ଓ.ଏସ୍.ଏ.ପି ସରକାରୀ ଉଚ୍ଚ ବିଦ୍ୟାଳୟ, ରାଉରକେଲା ପରିସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଉଚ୍ଚ ବିଦ୍ୟାଳୟର ଦୁର୍ଗ ପରିବାର କଲ୍ୟାଣ କେନ୍ଦ୍ର ର ସଭାପତି ସାଗରିକା ମଲ୍ଲିକ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ନିମନ୍ତ୍ରିତ ସମ୍ମାନିତ ଅତିଥି ଗଣଙ୍କ ମଧ୍ୟରେ ତତ୍କାଳୀନ ଓ.ଏମ୍.ପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ମଣ୍ଡଳ ସହ ଶିକ୍ଷା ଅଧିକାରୀ କୁଞ୍ଜବିହାରୀ ରାଉତ, ସହିଦ୍ ମନୋଜ କୁମାର ସ୍ବାଇଁ ଙ୍କ କନିଷ୍ଠ ଭ୍ରାତା ଚିତ୍ତରଞ୍ଜନ ସ୍ବାଇଁ , ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ପଦ୍ମନାଭ ଦାଶଙ୍କ ସମେତ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ଯା ରଞ୍ଜନା ଖେସ୍ ଓ ଜ୍ୟୋତ୍ସ୍ନା ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ଶ୍ରୀନାୟକ ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ପରେ ଅତିଥି ଗଣ ପବିତ୍ର ଆତ୍ମା ଙ୍କୁ ସମଵେତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଛାତ୍ର ସଂସଦ ତରଫରୁ ୩୦ତମ ଵ୍ଯାଚ୍ ର ବିଦ୍ୟାର୍ଥୀ ସୁଶ୍ରୀ ଅର୍ପିତା ବେହେରା ମାତୃଭୂମି ର ସୁରକ୍ଷା ରେ ନିୟୋଜିତ ଅଗଣିତ ସୈନ୍ୟ ମାନଙ୍କ ଅତୁଳନୀୟ ଅବଦାନ ଓ ଯୋଗଦାନ କୁ ନେଇ ନିଜର ହୃଦୟର ଅଭିବ୍ୟକ୍ତି କୁ ଉପସ୍ଥାପନା କରି ଅତିଥିଗଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହି ଅବସରରେ ବିଦ୍ୟାଳୟ ତରଫରୁ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ନିଜର ବିଦ୍ୟାର୍ଥୀ ଜୀବନ , ଶିକ୍ଷକତା ଜୀବନ ଏବଂ ସହିଦ୍ ମନୋଜ ସ୍ୱାଇଁ ଙ୍କ ତ୍ୟାଗ ଓ ବଳିଦାନର ସ୍ମୃତି ଚାରଣ କରିବା ସହ ଆଜିର ଅଧ୍ୟୟନ ରତ ବିଦ୍ୟାର୍ଥୀ ମାନଙ୍କୁ ତାଙ୍କର ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଜଣାଇଥିଲେ। ସହିଦ୍ ଙ୍କ କନିଷ୍ଠ ଭ୍ରାତା ଶ୍ରୀ ସ୍ବାଇଁ ନିଜର ଭାଇଙ୍କ କର୍ମମୟ ଜୀବନ ତଥା ନିଜର ବିଦ୍ୟାର୍ଥୀ ଜୀବନର ସ୍ମୃତି ଚାରଣ କରି ପ୍ରତିବର୍ଷ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅର୍ଥରାଶି ସହ ସ୍ୱର୍ଗୀୟ ସହିଦ୍ ମନୋଜ କୁମାର ସ୍ବାଇଁ ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସହିଦ୍ ଶ୍ରୀ ସ୍ବାଇଁ ଙ୍କ ବିଦ୍ୟାର୍ଥୀ ଜୀବନ ରେ ତାଙ୍କୁ ଶିକ୍ଷାଦାନ ସହ ଦିଗଦର୍ଶନ ପ୍ରଦାନ କରିଥିବା ପୂଜ୍ୟ ଗୁରୁ କୁଞ୍ଜବିହାରୀ ରାଉତ, ପଦ୍ମନାଭ ଦାସ, ଉମାକାନ୍ତ କରଣ, ବିକାଶ ଚନ୍ଦ୍ର ମହାନ୍ତି ଓ ସୁଶାନ୍ତ କୁମାର ବିଶ୍ବାଳ ନିଜର ଅଭିବ୍ୟକ୍ତି ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ତିମ ପର୍ଯ୍ୟାୟରେ ବିଦ୍ୟାଳୟ ର ତିନି ଜଣ କୃତି ବିଦ୍ୟାର୍ଥୀ ଙ୍କ ସମେତ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ର ତିନ ସଫଳ ପ୍ରତିଯୋଗୀଙ୍କୁ ଅର୍ଥ ରାଶି ରେ ସମ୍ମାନିତ କରାଯାଇଥିଲା । ଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବିକାଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିବା ପରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ପାଠାଗାର ତଥା ଜାତୀୟ ଗ୍ରନ୍ଥାଗାରିକ ଦିବସ ଓ ବ୍ୟବହାରିକ ସଚେତନତା କାର୍ଯ୍ୟକ୍ରମ-୨୦୨୫ ପାଳିତ

Sunil Chandra Nayak

ଚୁକ୍ତିଭିତିକ ଉଚ୍ଛେଦ ପାଇଁ ପୋଷ୍ଟ କାର୍ଡ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ

Sunil Chandra Nayak

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପିକାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

masiha

Leave a Comment

error: Content is protected !!