ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

ଜୁନାଗଡ଼୨୮/୩(ନି ପ୍ର) : ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଜୁନାଗଡ଼ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇ ଯାଇଛି l ସ୍ତାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ୧୮ରୁ ୩୫ବର୍ଷ ମଧ୍ୟରେ ବେରୋଜଗାରୀ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପରାମର୍ଶ ଦେବାସହ ଅବଗତ କରାଯାଇଥିଲା l ଏଥିରେ ନିଯୁକ୍ତି ଦାତା ସଂସ୍ଥା ମନେ ଯୋଗ ଦେଇ ଏହି ବେକାରୀ ଯୁବକ ଯୁବତୀ ମାନଙ୍କୁ ଚୟନ କରିବା ସହ ତାଲିମ ଦେଇ ନିଯୁକ୍ତି ସୁଯୋଗ ଦିଆଯିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ୍। ବବିତା ମେହେର, ଉପାଧକ୍ଷ୍ୟ ପ୍ରମୋଦ ବେହେରା, ବି ଡି ଓ ତୁଳ।ରାମ ମାରାଣ୍ଡି, ବ୍ଲକ ମଙ୍ଗଳ ଅଧିକାରୀ ସୁମନ୍ତ ମାଝୀ ,ଜି ପି ଇ ଓ ରାଜିନ୍ଦ୍ର ଭୋଇ, ସମାଜ ମଙ୍ଗଳ ଅଧିକାରୀ ତୁଷାର ରଞ୍ଜନ ସାହୁ, ଲୁଥାରାନ ର ପୂର୍ଣ୍ଣ ଚନ୍ଦ୍ର ସେଠି ଏବଂ ପଲlସ ସରପଞ୍ଚ ପ୍ରଭାକର ସେଠି ଉପସ୍ଥିତ ଥିଲେ l ବ୍ଲକ ଅଞ୍ଚଳର ପ୍ରାୟ ୨୦୦ ବେକାର ଯୁବକ ଯୁବତୀ ଏଥିରେ ଅଂଶ ଗ୍ରହଣ କରିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ବିଦ୍ୟାଳୟରେ ହେଉଥିବା ଦୁର୍ନୀତି ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ 

Sunil Chandra Nayak

କବିତା ସାହୁ ଙ୍କ କବିତା ମାଆ ଆସିଛନ୍ତି

Sunil Chandra Nayak

ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ହେଲେ ଜଳଧର ଉପସଭାପତି ହେଲେ ଭଗବତୀ

Sunil Chandra Nayak

Leave a Comment

error: Content is protected !!