ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିନବ ଢଙ୍ଗରେ ଯୁବ ଶିକ୍ଷକଙ୍କ ଜନ୍ମଦିନ ପାଳନ

ଅଭିନବ ଢଙ୍ଗରେ ଯୁବ ଶିକ୍ଷକଙ୍କ ଜନ୍ମଦିନ ପାଳନ

ନର୍ଲା (ମନିସ): ଜନ୍ମଦିନରେ ଲୋକେ ପାର୍ଟି କରିବା, ମନ୍ଦିର ଯାଉଥିବା ବେଳେ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଯୁବ ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ। ଜନ୍ମଦିନରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସେ ଯୁବପିଢ଼ି ପାଇଁ ଉଦାହରଣ ପାଲଟିଛନ୍ତି। ନର୍ଲା ବ୍ଲକ ଅଧିନସ୍ଥ ବଲବସପୁର ଗ୍ରାମର ଅଧିବାସୀ ଶ୍ରୀ ସାହୁ ଜଣେ ସରକାରୀ ଶିକ୍ଷକ ଭାବେ ଲାଖପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ। ଜନ୍ମଦିନରେ ରକ୍ତଦାନକୁ ନେଇ ସେ ବହୁତ ଖୁସି ଥିବା ବେଳେ ସମସ୍ତ ଯୁବପିଢି ଅନ୍ତତଃ ନିଜର ଗୁରୁତ୍ୱପୂର୍ଣ୍ଣ ଦିନମାନଙ୍କରେ ଏଭଳି କାର୍ଯ୍ୟ କଲେ ସମାଜ ମଙ୍ଗଳ ଦିଗରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

ନର୍ଲାରୁ ଦୀପକ ଠାକୁରଙ୍କ ରିପୋର୍ଟ

Related posts

ଲୋ-ଭୋଲ୍ଟେଜ୍ ଯୋଗୁଁ ଦକ୍ଷିଣକାଳୀ ଅଂଚଳ ଅଧ୍ୟାବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Sunil Chandra Nayak

ଭାରତ ସ୍କାଉଡ଼ ଓ ଗାଇଡ଼ସ ଦ୍ୱାରା ବନ ମହୋତ୍ସବ ପାଳନ

ନୂଆପଡା ଉପ ନିର୍ବାଚନ ନାମାଙ୍କନ ପାତ୍ର ଦାଖଲ ହେଲା ଶେଷ, ୧୭ ଜଣ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ

Sunil Chandra Nayak

Leave a Comment

error: Content is protected !!