ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିପିଏନ୍ ଓଡି ଏଲ୍ ତରଫରୁ OTS ସମାଧାନ ମାରାଥନ ଶିବିର 

ଟିପିଏନ୍ ଓଡି ଏଲ୍ ତରଫରୁ OTS ସମାଧାନ ମାରାଥନ ଶିବିର 

ମୟୂରଭଞ୍ଜ -୩୦/୧୦ ( ମସିହା) ଟିପିଏନ୍ ଓଡିଏଲ୍ ରାଇରଙ୍ଗପୁର ଉପଖଣ୍ଡ ତରଫରୁ ଏକ କାଳିନ ବିଲ୍ ପୈଠ ସମାଧାନ ମାରାଥନ ଶିବିର ( ନିଷ୍ଠା କ୍ୟାମ୍ପ) ପ୍ରତ୍ୟେକ ଗାଁ ମାନଙ୍କରେ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ଉପଖଣ୍ଡ ତରଫରୁ କୁସୁମୀ, ଜାମଦା,ବିଜାତଳା,ବିଶୋଇ ବ୍ଲକର ସମସ୍ତ ପଞ୍ଚାୟତର ଗ୍ରାମ ଗୁଡିକରେ ଏହି ଶିବିର ଏସ୍ ଡିଓ ଚିରଞ୍ଜିତ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଉଭୟ ପଞ୍ଚାୟତ ସରପଞ୍ଚ, ୱାର୍ଡ଼ ମେମ୍ବର, ସମାଜସେବୀ ଏବଂ ହିତାଧିକାରୀଙ୍କୁ ନେଇ ୫୬ରୁ ଉର୍ଦ୍ଧ୍ବ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଏକ କାଳିନ ବିଲ୍ ପୈଠ ସମାଧାନ ଶିବିର ର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଦ୍ୟୁତ୍ ସମ୍ବନ୍ଧିୟ କୋଣସି ଅସୁବିଧା ହେଲେ କିମ୍ବା ବିଦ୍ୟୁତ ବିଲ୍ ସମ୍ବନ୍ଧିୟ କୋଣସି ଆପତ୍ତି ଅଭିଯୋଗ ଥିଲେ ଏବଂ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଏସ୍ ଡି ଓ ଶ୍ରୀ ଚିରଞ୍ଜିତ୍ ସାହୁ ସହିତ କନିଷ୍ଠ ଯନ୍ତ୍ରୀ , ଏସ୍ ସି ଓ , ବିଦ୍ୟୁତ୍ କର୍ମଚାରୀ ଉପସ୍ଥିତ ହୋଇ ହିତାଧିକାରୀଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରି ସମାଧାନ କରିଥିଲେ। ଏହି ଶିବିର ମାଧ୍ୟମରେ ରାଇରଙ୍ଗପୁର ଉପଖଣ୍ଡ ବିଦ୍ୟୁତ୍ ବିଭାଗର ଏସ୍ ଡି ଓ ଚିରଞ୍ଜିତ ସାହୁ ଙ୍କ ପ୍ରଚେଷ୍ଟାରେ ଶତକଡା ୯୫ ପ୍ରତିଶତ ବିଲ୍ ପୈଠ ସମାଧାନ ହୋଇ ପାରିଛି। ଏହି କୁସୁମୀ, ଜାମଦା, ବିଶୋଇ,ବିଜାତୋଳା ବ୍ଲକର ଦୂର୍ଗମ ଅଞ୍ଚଳ ର ବିଭିନ୍ନ ଗ୍ରାମ ମାନଙ୍କ ରେ ବିଦ୍ୟୁତ୍ ବିଭାଗର କର୍ମଚାରୀ ପହଞ୍ଚି ପାରୁନଥିଲେ ଯାହା ଦ୍ବାରା ବିଦ୍ୟୁତ୍ ବିଲ୍ ମାସ ମାସ ଏବଂ ବର୍ଷ ବର୍ଷ ଧରି ପୈଠ ହୋଇ ପାରୁନଥିଲା। ଯାହା ଫଳରେ ହିତାଧିକାରୀ ଙ୍କ ବିଦ୍ୟୁତ୍ ବିଲ୍ ବଢ଼ି ବଢ଼ି ବହୁତ ହୋଇଯାଉଥିଲା ଯାହା ସେମାନେ ପୈଠ କରିପାରୁନଥିଲେ। କିନ୍ତୁ ଏସ୍ ଡିଓ ଙ୍କ ପ୍ରଚେଷ୍ଟାରେ ଏହି ଚାରି ବ୍ଲକର ପ୍ରତ୍ୟେକ ଗାଁ ଏବଂ ଦୂର୍ଗମ ଅଞ୍ଚଳ ଗାଁ ମାନଙ୍କରେ ଏହି ଶିବିର କରି ହିତାଧିକାରୀ ଙ୍କ ଏକ କାଳିନ ବିଲ୍ ପୈଠ କରିବା ସହିତ ଏହି ଶିବିର ସଫଳ ହୋଇପାରିଛି। ଯାହାର ଉଦାହରଣ ପୋଡଷୀ ଝାଡ଼ଖଣ୍ଡ ରାଜ୍ୟର ସିମାନ୍ତ ଜାମଦା ବ୍ଲକର ତାରଣା ପଞ୍ଚାୟତ ବଡସିହା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମରେ ମୂଳରୁ ବିଦ୍ୟୁତ୍ ବିଲ୍ କେବେ ପୈଠ ହୋଇ ପାରିନଥିଲା। ଯାହା ଫଳରେ ମାସ ମାସ ବର୍ଷ ବର୍ଷ ଧରି ହିତାଧିକାରୀ ଙ୍କ ବକେୟା ବିଦ୍ୟୁତ୍ ବିଲ୍ ୫୦ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ହୋଇ ଯାଇଥିଲା। ଯାହା ସେମାନେ ପୈଠ କରିପାରୁନଥିଲେ। ଯାହା ଫଳରେ ଲକ୍ଷାଧିକ ଟଙ୍କା ବିଦ୍ୟୁତ୍ ବିଲ୍ ପୈଠ ହୋଇ ପାରିନଥିଲା। ଯାହା ଫଳରେ ହିତାଧିକାରୀ ସମୟ ସମୟରେ ବିଦ୍ୟୁତ୍ ସେବା ସୁବିଧା ରୁ ମଧ୍ୟ ବଞ୍ଚିତ ହେଉଥିଲେ। କୋଣସି ବିଦ୍ୟୁତ୍ କର୍ମଚାରୀ ଗାଁ କୁ ଗଲେ ମଧ୍ୟ ଅତ୍ୟଧିକ ବିଦ୍ୟୁତ୍ ବିଲ୍ ଥିବାରୁ ପୈଠ କରି ପାରୁ ନଥିଲେ। କିନ୍ତୁ ଏସ୍ ଡିଓ ଚିରଞ୍ଜିତ ସାହୁ ଙ୍କ ପ୍ରଚେଷ୍ଟାରେ ଉକ୍ତ ଗ୍ରାମରେ ଶିବିର ମାଧ୍ୟମରେ ଲୋକ ମାନଙ୍କୁ ଶିବିରରେ ଆପସ ବୁଝାମଣା ଦ୍ଵାରା ଶତକଡା ୧୦୦ ପ୍ରତିଶତ ବିଦ୍ୟୁତ୍ ବିଲ୍ ପୈଠ ହୋଇ ପାରିଛି। ଉକ୍ତ ଶିବିର ରେ ଗାଁ ର ପାଲୁ ଟୁଡୁ ଙ୍କ ନେତୃତ୍ବରେ ଲାସ ବ୍ରଜ, ଦୁସରୁ ବ୍ରଜ, ନରହରି ପାତ୍ର,ମାଜୁରା ବ୍ରଜ, ଗାଲୁ ଗାଗାରାଇ, ଗଙ୍ଗାଧର ପାତ୍ର,କାଣ୍ଡାଇ ହେମ୍ରମ, ଶ୍ୟାମ ଚରଣ ସୋରେନ୍, ଲଛୁ ହେମ୍ରମ,ସାଲଖୁ ସୋରେନ୍,ଶ୍ୟାମ ଚରଣ ବେଶ୍ରା,ସୁରାଇ ବେଶ୍ରା, ସୁନ୍ଦର ମୋହନ ମୁର୍ମୁ,ଆଶା ସୋରେନ୍ ପ୍ରମୁଖ ହିତାଧିକାରୀ ଉକ୍ତ ଶିବିର ରେ ଯୋଗଦେଇଥିଲେ। ଏହି ଶିବିର ରେ ଆପସ ବୁଝାମଣା ସହିତ, ନୂତନ ବିଦ୍ୟୁତ୍ ସଂଯୋଗ, ବିଦ୍ୟୁତ୍ ସମ୍ବନ୍ଧୀୟ କୋଣସି ଅଭିଯୋଗ, ବିଭିନ୍ନ ବିଦ୍ୟୁତ୍ ବିଲ୍ ସମ୍ପନ୍ଧୀୟ ଆଲୋଚନା ମାଧ୍ୟମରେ ଏକ କାଳିନ ବିଲ୍ ପୈଠ ପାଇଁ ଶିବିର ରେ ଆଲୋଚନା ହୋଇଥିଲା। ଏହା ପରେ ସମସ୍ତ ହିତାଧିକାରୀ ସମସ୍ତ ବିଦ୍ୟୁତ୍ ବିଲ୍ ପୈଠ କରିଥିଲେ। ଉକ୍ତ ଗ୍ରାମର ପାଲୁ ଟୁଡୁ ଙ୍କ ସମେତ ସମସ୍ତ ହିତାଧିକାରୀ ବିଦ୍ୟୁତ୍ ବିଭାଗର ଏସ୍ ଡିଓ ଙ୍କୁ ଏହି କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରି ଏସ୍ ଡିଓ ଙ୍କ ପ୍ରଚେଷ୍ଟାରେ ଏହି ଚାରି ବ୍ଲକର ଗ୍ରାମ ମାନଙ୍କ ରେ ଏହି ଶିବିର ସଫଳ ହୋଇଛି। ଆଗକୁ ମଧ୍ୟ ବିଦ୍ୟୁତ୍ ସମ୍ବନ୍ଧୀୟ କୋଣସି ଅସୁବିଧା ପାଇଁ ବୁଝାମଣା ସହିତ ସମାଧାନ ହୋଇପାରିବ ଏ ନେଇ ଏସ୍ ଡିଓ ସୂଚନା ଦେଇଛନ୍ତି। ବହୁ ହିତାଧିକାରୀ ଙ୍କ ପୁରୁଣା ମାସ ମାସ ବର୍ଷ ବର୍ଷ ର ପୁରୁଣା ବକେୟା ବିଲ୍ ସବୁ ପୈଠ ହୋଇପାରିଛି। ଏସ୍ ଡିଓ ଙ୍କ ଏହି ପରି କାର୍ଯ୍ୟ କୁ ସାଧାରଣ ରେ ସମସ୍ତେ ପ୍ରଶଂସା କରୁଛନ୍ତି। 

ମତାମତ: ରାଇରଙ୍ଗପୁର ଉପଖଣ୍ଡ ବିଦ୍ୟୁତ୍ ବିଭାଗର ଏସ୍ ଡିଓ ଚିରଞ୍ଜିତ ସାହୁ : କୁସୁମୀ,ଜାମଦା,ବିଜାତଳା, ବିଶୋଇ ଆଦି ବ୍ଲକ ମାନଙ୍କରେ ଉକ୍ତ ଶିବିର ସଫଳ ହୋଇପାରିଛି। ବିଦ୍ୟୁତ୍ ବିଲ୍ ପୈଠ ଏବଂ ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ ହୋଇପାରିଛି। ଏନେଇ ସେ ସମସ୍ତ ସରପଞ୍ଚ, ୱ।ଡମେମ୍ବର ସମାଜସେବୀ, ପୋଲିସ୍, ଅଗ୍ନି ଶ୍ରମ ବିଭାଗ ଏବଂ ହିତାଧିକାରୀ ଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଉଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ରାଉରକେଲାରେ ପାଳନ ହେଲା ଜାତୀୟ ପ୍ରେସ୍‌ ଦିବସ

masiha

ମଥାନୀ ନିକଟରେ ବାଇକରୁ ଖସିପଡି ଚାଳକ ଆହତ :ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

କଳାକାର ସଂଘର ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ମୋ ଅନୁଷ୍ଠାନ ସମ୍ପାଦକଙ୍କ ବ୍ରହ୍ମପୁର ଗସ୍ତ 

masiha

Leave a Comment

error: Content is protected !!