ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଶ୍ରଦ୍ଧାଞ୍ଜଳି

ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଶ୍ରଦ୍ଧାଞ୍ଜଳି

 ମୟୂରଭଞ୍ଜ -୩୧/୧୦ ( ମସିହା)ଆଜି ଭାରତର ପୂର୍ବତନ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ,ଭାରତ ରତ୍ନ,ଲେନିନ ପୁରସ୍କାର ପ୍ରାପ୍ତ,ତଥା ଅଗ୍ନିଵର୍ଷୀ କନ୍ୟା, ଆଇରନ ଲେଡି, ବାଲଂଦେଶକୁ ସ୍ବାଧୀନତା ଦେଇଥିବା ସାରା ବିଶ୍ବରେ ଅନ୍ୟତମ ମହିୟସୀ ନାରୀ ନେତ୍ରୀ ଶହୀଦ ସ୍ବର୍ଗତା ଇନ୍ଦିରା ଗାନ୍ଧୀ ତିରୋଧାନ ଦିବସରେ ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଗଭୀର‌ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀଙ୍କ ନେତୃତ୍ୱରେ ଏହି ତିରୋଧାନ ଦିବସ ପାଳନ କରାଯାଇଛି ।ପ୍ରାରମ୍ଭରେ ରାଇରଙ୍ଗପୁର ମ୍ୟୁନିସିପାଲଟି ମାର୍କେଟରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ‌କଂଗ୍ରେସ ନେତୃବୃନ୍ଦ ଓ ଦଳୀୟ କର୍ମୀ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଭାରତର ନବ ନିର୍ମାତା ସ୍ଵର୍ଗତ ଇନ୍ଦିରା ଗାନ୍ଧୀ ଅମର‌ ରହେ,କଂଗ୍ରେସ ପାର୍ଟି ଜିନ୍ଦାବାଦ ନାରାରେ‌ ପ୍ରକମ୍ପିତ ହୋଇଥିଲା ଅଂଚଳ ।ପରେ ଦଳୀୟ ନେତୃବୃନ୍ଦ ଦେଶ ମାତୃକା ପାଇଁ ଇନ୍ଦିରା ଗାନ୍ଧୀଙ୍କ ଅବଦାନ ଅବର୍ଣ୍ଣନୀୟ । ତାଙ୍କର ତ୍ୟାଗ,ନିଷ୍ଠା,ଵଳିଦାନକୁ କେହି ଅସ୍ବୀକାର କରି ପାରିବେ ନାହିଁ ।ତାଙ୍କ ବଳିଷ୍ଠ ନେତୃତ୍ବରେ ଭାରତର ବିକାଶ ଅଦ୍ଭୁତପୁର୍ଣ ହୋଇଥିଲା । ବ୍ୟାଙ୍କ ଜାତୀୟ କରଣ, ସିକ୍କିମ ମିଶ୍ରଣ, ପ୍ରାଦେଶିକ ରାଜା ମାନଙ୍କର ହଆତପଆଣ୍ଠଇ ଉଛେଦ,ଆଇରନ ଲେଡୀ ହିସାବରେ ୧୯୭୧ ମସିହାରେ ପାକିସ୍ତାନ ସହ ଲଢେ଼ଇ କରି ବାଂଲାଦେଶ ମୁକ୍ତି ଯୋଦ୍ଧା ସହାୟକ ହୋଇ ବାଂଲାଦେଶକୁ ସ୍ବତନ୍ତ୍ର ଦେଶ ଗଠନର‌ ଭୂମିକା ଅବର୍ଣ୍ଣନୀୟ ।୧୯୮୪ ଅକ୍ଟୋବର ୩୦ ରେ ଓଡ଼ିଶା ଆସି ଏକ ସଭାରେ ଆଇରନ ଲେଡୀ ଇନ୍ଦିରା ଗାନ୍ଧୀ ଏକ ଭାଷଣ ସଭାରେ ଯୋଗ ଦେଇ କହିଥିଲେ ଦେଶମାତୃକାର ପାଇଁ ଯଦି ସେ ବଳି ପଡ଼ିବା ଆବଶ୍ୟକ ହୁଏ ସେ ଶହିଦ ହେବାକୁ ପ୍ରସ୍ତୁତ । ତାପରଦିନ ଅକ୍ଟୋବର ୩୧ ତାରିଖ ଦିନ ଦିଲ୍ଲୀରେ ନିଜର ଅଙ୍ଗରକ୍ଷୀଙ୍କ ଗୁଳିରେ ସେ ଟଳି ପଡ଼ିଥିଲେ ଯାହାକି ସାରା ବିଶ୍ବକୁ ସ୍ତମ୍ଭିଭୂତ କରି ଦେଇଥିଲା । ଓଡ଼ିଶା ଆସିବା ସେହିଦିନ ହିଁ ଥିଲା ଶେଷଦିନ ।ତାଙ୍କର ସ୍ବର ଲିଭି ଯାଇଥିଲେ ବି ଆଜିବି ତାଙ୍କ ହୃଦୟସ୍ପର୍ଶୀ ଓ ଦେଶମାତୃକାକୁ ଭଲ ପାଇବା ଭାଷଣ ଚିର ଉଜ୍ଜୀବିତ ରହିଛି ।ସେହି ବିଶ୍ବର ମହାନ୍ ମହିୟସୀ ନାରୀ ନେତ୍ରୀଙ୍କୁ ଆଜିର ତିରୋଧାନ ଅବସରରେ ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦା, ଜିଲ୍ଲା ଏସସି ସେଲ ଅଧ୍ୟକ୍ଷ ଭାଗିରଥି ପାତ୍ର, ଜିଲ୍ଲା କଂଗ୍ରେସ ସଂପାଦକ ଆଡଭୋକେଟ ହରି ସାହୁ,ବସନ୍ତ ପଟ୍ଟନାୟକ, ଆଡଭୋକେଟ ଉପେନ୍ଦ୍ର ମଣ୍ଡଳ,ଅଶୋକ ଅଗ୍ରୱାଲ, ସ୍ତମ୍ଭକାର ଲଳିତ ମହାନ୍ତ,ସେବା ନିବୃତ ବରିଷ୍ଠ ବ୍ୟାଙ୍କ ଅଧିକାରୀ ରମେଶ ହାଁସଦା,ଆଡଭୋକେଟ ବିଶ୍ବନାଥ ଦାସ, ରୂପକ ମହାନ୍ତି,ଅବଦୁଲ ରସିଦ,ସିମାଲ ମାଝୀ, ଜାନେଶ୍ୱର ଅକତାର, ଆଡଭୋକେଟ ଅନନ୍ତ ମାରାଣ୍ଡି,ଚାନ୍ଦୁରାମ କିସ୍କୁ, ଇନ୍ତେକାମ ଭାଇ,ଶିବନାଥ ମୁର୍ମୁ,ବିରେଶ ମହାନ୍ତ,ଟିକୁ ପଣ୍ଡିତ,ଗୁଲୁରାମ ମାଝୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ସମ୍ବିଧାନ ପ୍ରଣେତାଙ୍କୁ ଜନ୍ମତିଥିରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି 

masiha

ଆସିକା ପୋଲିସ ଉପଖଣ୍ଡ ଅଧୂକାରୀ ଭାବେ ଦାୟିତ୍ୱ ନେଲେ ସୌରଭ ରଞ୍ଜନ ପ୍ରଧାନ

Rayagada News: Aditya Alumina Refinery Onboards First Batch of Apparel Trainees

masiha

Leave a Comment

error: Content is protected !!