ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମଣଦା ଯୁବ ସଂଗ୍ରାମ କମିଟି ପକ୍ଷରୁ ବିକ୍ଷୋଭ

ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମଣଦା ଯୁବ ସଂଗ୍ରାମ କମିଟି ପକ୍ଷରୁ ବିକ୍ଷୋଭ

 ମୟୂରଭଞ୍ଜ – ୩/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ନେଇ ମଣଦା ଯୁବ ସଂଗ୍ରାମ କମିଟି ପକ୍ଷରୁ ବିକ୍ଷୋଭ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଜାତୀୟ ରାଜପଥ ୪୯ ନମ୍ବର ପାର୍ଶ୍ବରେ ଅବସ୍ଥିତ ।ବହୁ ପୁରାତନ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର,ନର୍ସ, କର୍ମଚାରୀ, ଆବଶ୍ୟକୀୟ ଉପକରଣ ନାହି । ଏଠାକାର ଗରୀବ ଗୁରୁବାର ଚିକିତ୍ସା ର ଅବହେଳାର ଶିକାର ହେଉଛନ୍ତି । ତଦସହ ଜାତୀୟ ୪୯ ନମ୍ବର ଜାତୀୟ ରାଜପଥ ଏକ ମରଣଯନ୍ତା ରାଜପଥ । ଏଠାରେ ସବୁବେଳେ କିଛି ନା କିଛି ଛୋଟବଡ ଦୁର୍ଘଟଣା ଘଟୁଛି । ଲୋକେ ଚିକିତ୍ସା ଅବହେଳାରୁ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ନେଇ ମଣଦା ଯୁବ ସଂଗ୍ରାମ କମିଟି ରାଜରାସ୍ତାକୁ ଓହ୍ଲାଇଛି ।ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭେଷଜ,ଅସ୍ଥିଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ଡାକ୍ତର,ନର୍ସ, ଫାର୍ମାସିଷ୍ଟ ,ରକ୍ତ ପରୀକ୍ଷା କେନ୍ଦ୍ର, ଟେକନିସିଆନ,କର୍ମଚାରୀ, ନିଯୁକ୍ତି,ଏକ୍ସ ରେ ବ୍ୟବସ୍ଥା, ରୋଗୀମାନଙ୍କୁ ଛୁଟି ଦିନରେ ଚିକିତ୍ସା ସୁବିଧା ଓ ନିରାମୟ ଔଷଧ ଦିଆଯାଉ, କୁକୁର,ବିଲୁଆ,ସାପ କାମୁଡା ଇଞ୍ଜେକସନ ଔଷଧ ଗଛିତ ରଖିବା,ନୂତନ ଗୃହ ଓ ପାଚେରୀ ନିର୍ମାଣ ଏବଂ ଡାକ୍ତରଖାନାରେ ଏକ ୧୦୮ ଆମ୍ବୁଲାନ୍ସ ରଖିବା ଇତ୍ୟାଦି ।ଦଳର ନେତୃଵୃନ୍ଦ ମେଡିକାଲ ଇନଚାର୍ଜ ଡାକ୍ତର ରଜତ ବେହେରାଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।ଆନ୍ଦୋଳନରେ ଡିଓ୍ବାଇଓ ବାମନଘାଟୀ ସଂପାଦକ ମନୋଜ ମହାନ୍ତ,ଲକ୍ଷ୍ମଣ ଦେହୁରୀ, ଚନ୍ଦ୍ର ଶେଖର ବେହେରା, ଗୋବିନ୍ଦ ଦାସ, ଦେବାନନ୍ଦ ପୂର୍ତି, ଜଗନ୍ନାଥ ପାତ୍ର, ଚନ୍ଦ୍ର ମହାନ୍ତ, ଶଶିକାନ୍ତ ପାତ୍ର,ବୋଲାଇ ପୂର୍ତି,ଵଉରଉଜଉ ପୂର୍ତ ଏବଂ ଅନ୍ୟମାନେ ସାମିଲ ଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

ଶିମିଳିପାଳ ନର୍ସିଂ କଲେଜରେ ରକ୍ତଦାନ ଶିବିରରେ ୟୁନିଟ ରକ୍ତ ସଂଗ୍ରହ

masiha

ପ୍ରତିଶ୍ରୁତି ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ କବି ଓ କଳାକାର ସମ୍ମିଳନୀ 

masiha

ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ

masiha

Leave a Comment

error: Content is protected !!