ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ; ୧୨ ଟି ପଞ୍ଚାୟତକୁ ୬ କୋଟି ମଂଞ୍ଜୁର

ଵିଜାତଳା ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ; ୧୨ ଟି ପଞ୍ଚାୟତକୁ ୬ କୋଟି ମଂଞ୍ଜୁର

  ମୟୂରଭଞ୍ଜ -୪/୧୧ ( ମସିହା) ଆଜି ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡ ଭସଳୀ ଅନ୍ତର୍ଗତ ବିଜାତଳା ବ୍ଲକର ଅନ୍ତର୍ଗତ ବିଜାତଳା ହାଇସ୍କୁଲ ପ୍ରାଙ୍ଗଣରେ ବିଜାତଳା ବ୍ଲକ ର ୧୨ଟି ପଂଚାୟତ ତଥାପ୍ରତି ପଂଚାୟତ ୬0ଲକ୍ଷ କରି ମୋଟ ୬କୋଟି ଟଙ୍କା ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଏବଂ ସମ୍ମାନୀୟ 5T ଅଧକ୍ଷ ଶ୍ରୀ ଭି କେ ପାଣ୍ଡିଆନ ମହୋଦୟ ଆଭାଷୀ ମାଧ୍ୟମରେ ଘୋଷଣା କରିଛନ୍ତି ।. ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଦୂରଦର୍ଶୀ ଓ ଐତିହାସିକ ଯୋଜନା ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପ୍ରତି ପଂଚାୟତ ର ଗାଁ ଗାଁ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର. ଐତିହ୍ୟ ସ୍ଥଳୀର ସଂରକ୍ଷଣ. କ୍ରୀଡାର ବିକାଶ. ବ୍ୟାଙ୍କିଙ୍ଗ ସେବା. ଶିକ୍ଷା ର ବିକାଶ ତଥା ସ୍ବୟଂ ସହାୟିକା ମହିଳା ଙ୍କ ସଶକ୍ତିକରଣ କରିବାର ପ୍ରୟାସ. ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ l ଏହି ଭବ୍ଯ କାର୍ଯ୍ୟକ୍ରମରେ ଦୀର୍ଘ ଦୀର୍ଘ ବର୍ଷର ସମସ୍ୟା ଗୁଡିକ 7ଦିନ ମଧ୍ୟରେ ସମାଧାନ ହୋଇ ପାରିଥିବାରୁ ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ଟୁଡୁ ଏହି ସମାରୋହରେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ସଚିବ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆଙ୍କୁ କୃତଜ୍ଞତା ଜଣାଇଥିଲେ. । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତରୁ ସ୍ୱୟଂ ସହlୟକ ଗୋଷ୍ଠୀର ସଦସ୍ୟା, ପଂଚାୟତ ସମିତି ସଭ୍ୟ/ ସଭ୍ୟା,ବିଜେଡି ନେତୃବୃନ୍ଦ,ମିଶନ ଶକ୍ତି ମହିଳା ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେl ଏଥିରେ ବିଜାତଳା ଗୋଷ୍ଠୀ ଉନ୍ନୟନ୍ନ ଅଧିକାରୀ ବଂଶୀଧର ଖୋସଲା. ବ୍ଲକ ଅଧ୍ୟକ୍ଷା ରାଣୀ ମୁର୍ମୁ,ଅରମାସର ସି. ଇ. ଓ. ବୀମନ ମାଲ, ଅତିରିକ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ ମୋନାଲିସା ନାୟକଙ୍କ ତତ୍ତା୍ବବଧାନରେ ବ୍ଲକର କନିଷ୍ଠ ଯନ୍ତ୍ରୀ ସନ୍ଦୀପ ଆନନ୍ଦ, ଆକାଶ ସିଂ, ହାଂବିରାମ ମାର୍ଣ୍ଡି, ଭବେଶ ସାହୁ, ତଥା ବ୍ଲକ ର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ

masiha

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଦ୍ବାରା ଆମ୍ବାବାଡି ଆଦିବାସୀ ଝିଅ ସମ୍ମାନିତ

ଅସହାୟ ଜନତାଙ୍କ ସେବାରେ ଇଂ.ଗୋପାଳ କୃଷ୍ଣ ଦାସ , ୪୩ ବର୍ଷ ବୟସରେ ୫୬ ଥର ରକ୍ତଦାନ ସହ ଶିଶୁ କର୍କଟ ରୋଗୀଙ୍କ ପାଇଁ ସାଜିଛନ୍ତି ଦେବଦୂତ

masiha

Leave a Comment

error: Content is protected !!