ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ

ତେନ୍ତୁଳିଖୁଣ୍ଟି ୦୮/୧୧/୨୩ ,// ନବରଙ୍ଗପୁର ଜିଲା କୃଷି ଓ କୃଷକ ସଶସ୍ତୀକରଣ ବିଭାଗ ସୌଜନ୍ୟରେ ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ସଚେତନତା ରଥର ଶୁଭାରମ୍ଭ ଆଜି କରାଯାଇଛି । ଏହି ରଥ ୪ ଦିନ ବ୍ଲକର ୧୫ଟି ଗ୍ରାମ ପଞ୍ଚାୟତରେ ଥିବା ସମସ୍ତ ଗ୍ରାମକୁ ଯାଇ ମାଣ୍ଡିଆ ଏବଂ ଏହାର ଉପାଦେୟତା ସମ୍ପର୍କରେ ବୁଝାଇ ମାଣ୍ଡିଆ ଚାଷ କରିବାକୁ ସଚେତନ କରିବ । 

ମାଣ୍ଡିଆ ରଥ କୁତେନ୍ତୁଳିଖୁଣ୍ଟି ତହସିଲ ଅଫିସ ପ୍ରାଙ୍ଗଣ ରୁ ତହସିଲଦାର ଅଶୋକ କୁମାର ମୁଦୁଲି ଶୁଭ ଉଦ୍ଘାଟନ କରିଥିଲେ | ଏହି ପରିପେକ୍ଷି ରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ମଧ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ | 

ବ୍ଲକ କୃଷି ଅଧିକାରୀ କାର୍ଯ୍ୟାଳୟ ର କୃଷି ଓଭରସିୟର ମଧୁସ୍ମିତା ପତି, ଏଟି ଏମ ବାଳ ଗୋବିନ୍ଦ ସାହୁ ଓଡିଶା ମିଲେଟ ମିଶନ ର ବ୍ଲକ ସଂଯୋଜକ ନିଶାନ୍ତ କୁମାର ବିଷୋୟୀ ଏବଂ ଅବିନାଶ ପଣ୍ଡା, ଅଗ୍ରଗାମୀ ତରଫରୁ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ଜେନା, ତେନ୍ତୁଳିଖୁଣ୍ଟି ତହସିଲ ଅଫିସ ରୁ ବରିଷ୍ଠ କିରାଣି ଦୁର୍ଗାମାଧବ ପଣ୍ଡା ଆଦି ଯୋଗ ଦେଇଥିଲେ | ତହସିଲ ଅଫିସ ପାଖରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟଳୟ ର କୁନି କୁନି ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି ଇଭେଣ୍ଟ ରେ ଯୋଗଦେଇଥିଲେ |

ଚଳିତ ବର୍ଷ 496.2 ହେକ୍ଟର ଜମିରେ ମାଣ୍ଡିଆ ଏବଂ ଅନ୍ୟାନ୍ୟ କ୍ଷୁଦ୍ରଶସ୍ୟ ଚାଷ ଲକ୍ଷ୍ୟ ରଖାଯାଇଛି । ସଘନ ପଦ୍ଧତିରେ ଚାଷ କଲେ ହେକ୍ଟର ପିଛା ପ୍ରଥମ ବର୍ଷ ୧୦ ହଜାର, ଦ୍ୱିତୀୟ ବର୍ଷ ୭ ହଜାର ୫ଶହ, ତୃତୀୟ ବର୍ଷ ୫ ହଜାର, ଚତୁର୍ଥ ବର୍ଷ 3500 ଓ ପଞ୍ଚମ ବର୍ଷ ୨ ହଜାର ଟଙ୍କା ଦିଆଯାଉଛି ବୋଲି ସଚେତନ କରାଯିବ | ଆଗାମୀ ଦିନରେ କିପରି ବହୁଳ ଭାବରେ ବ୍ଲକ ର ଚାଷୀମାନେ ମାଣ୍ଡିଆ ଚାଷ କରିବେ ସେହି ଦିଗରେ ମଧ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରାଯିବ |

ଏହି ପରିପେକ୍ଷି ର ଅଗ୍ରଗାମୀ ର CRP ଜୟ ପାତ୍ର, ଟଙ୍କଧର ଝଡ଼ିଆ, ଜଗନ୍ନାଥ ଦିଶାରୀ ଏବଂ କୃପାସିନ୍ଧୁ ଗୌଡ଼ ଉପସ୍ଥିତ ଥିଲେ। ମିଲେଟ ମିଶନ ର ଲକ୍ଷ୍ୟ ହାସଲ ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ବୋଲି ତହସିଲଦାର ଶ୍ରୀ ଅଶୋକ କୁମାର ମୁଦୁଲି କହିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଏକତ୍ର ଆୟୋଜିତ ରଙ୍ଗମଞ୍ଚର ନାଟ୍ୟ ପଠନ 

masiha

ମଦନପୁରୁ ସ୍କୁଲର 1988 ମସିହା ମାଟ୍ରୀକ ଵ୍ୟାଚର ବନ୍ଧୁ ମିଳନ ଓ ଅନୁଭୂତି ଆଦାନ ପ୍ରଦାନ ଅନୁଷ୍ଠିତ

masiha

ନୂଆ ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତକରି ଜାତୀୟ ଆଦିବାସୀ ହୋ-ଭାଷା କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀଙ୍କ ସହିତ ସୗହାର୍ଦପୂର୍ଣ ଆଲୋଚନା ଓ ଦାବି ପତ୍ର ପ୍ରଦାନ କରିଥିଲେ

Sunil Chandra Nayak

Leave a Comment

error: Content is protected !!