ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରାୟଣପାଟଣା ସଦର ମହକୁମା ଠାରେ ଥିବା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ 

ନାରାୟଣପାଟଣା ସଦର ମହକୁମା ଠାରେ ଥିବା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ 

କୋରାପୁଟ ଜିଲ୍ଲା ନାରାୟଣପାଟଣା ସଦର ମହକୁମା ଠାରେ ଥିବା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାଁ ଚୈତ୍ରାଇ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରି ମାଶାଲ ସଭାଯାତ୍ରାରେ ବିରାଟ ପଟୁଆରରେ ବାଜାର ତାଳେ ତାଳେ ନାଚ ଗୀତ, ଢେମେସା ନୃତ୍ୟରେ କରି ଉଚ୍ଚ ବିଦ୍ୟାଳୟ ପଡ଼ିଆକୁ ମାଶାଳ ଆଣି ସେଠାରେ ଓଡ଼ିଆଙ୍କ ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତିଥି ପାଖରେ ପୁଷ୍ପ ମାଲ୍ୟା ଅର୍ପଣ କରି ଦୀପ ଜାଳି ପରବ ୨୦୨୩ ଆରମ୍ଭ କରିଥିଲେ। ଏହି ୨୬ ତମ ପରବ ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଗଲାଦି ତ୍ରିନାଥ ଓ ଉପାଧ୍ୟକ୍ଷା ଶ୍ରୀମତି ରିନୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ସମ୍ମାନିତ ଅତିଥି ଭାବେ ନାରାୟଣପାଟଣା ସରପଞ୍ଚ ରେବତୀ କୁନ୍ଧାରିଆ, ଜିଲ୍ଲା ପରିଷଦ ସଭ୍ୟା ରାମ୍ବ ସିରିକା, ସାଂସଦ ପ୍ରତିନିଧି ସୋପନ୍ ସରିପ୍ ତୁରୁକ୍, ବିଧାୟକ ପ୍ରତିନିଧି ସାୟା ରାଜୁ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଲଳିତ ନାରାୟଣ ପରିଡ଼ା, ବିଜେଡି ବ୍ଲକ ସଭାପତି ଏସ. ଏଗି ନାରାୟଣ, କଂଗ୍ରେସ ଦଳ ବ୍ଲକ ସଭାପତି ବିଭୀଷଣ ମହାନନ୍ଦିଆ ୯ ଟି ଗ୍ରାମ ପଞ୍ଚାୟତରୁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତରେ ନାରାୟଣପାଟଣା ବ୍ଲକ ସ୍ତରୀୟ ପରବ ୨୦୨୩ ହୋଇଯାଇଥିଲା। ପରବରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗି ମାନଙ୍କୁ ମାନ ପତ୍ର ସହ ଟ୍ରୋଫିକ୍ ପ୍ରଦାନ କରାଯାଇଥିଲା ସେହିପରି ପରବ ସନ୍ଧ୍ୟାରେ ନାଚ ଗୀତ କୋରାପୁଟିଆ ଢେମେସା ନୃତ୍ୟ ଏପରିକି କାଠି ନାଚରେ ପରବ ମୋଇଦାନ ଜୁଲକି ଯାଇଥିଲା। ଏପରିକି ମୁଖ୍ୟ ଅତିଥି ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ଏବଂ ସମ୍ମାନିତ ଅତିଥି ମାନେ ମଧ୍ୟ ବାଦ୍ ପଡ଼ି ନାହାନ୍ତି ଢେମେସାର ତାଳେ ପାଦ ଦେଇ ନାଚିଥିଲେ। ଏହି ମଞ୍ଚକୁ ଶିକ୍ଷକ ପର୍ଶୁରାମ ତାଡ଼ିଙ୍ଗ୍ ପରିଚାଳନା କରିଥିବାବେଳେ ଶିକ୍ଷକ ଜାମି ସତ୍ୟନାରାୟଣ ସହଯୋଗ କରିଥିଲେ। ନାରାୟଣପାଟଣା ବିଡ଼ିଓ ପୀୟୂଷ ଲାହୋରଙ୍କ ଆନୁକୁଲ୍ୟରେ ପରବ ହୋଇଥିଲା ୯ ଟି ଗ୍ରାମ ପଞ୍ଚାୟତରୁ ଆସିଥିବା ସମସ୍ତଙ୍କ ପାଇଁ ବ୍ଲକ ତରଫରୁ ଖାଇବା ବ୍ୟବସ୍ଥା ମଧ୍ୟ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ଲେଡିଲାୟନ ର ବାର୍ଷିକୋତ୍ସବ ଓ ଆନ୍ତର୍ଜାତିକ ମହିଳା ଦିବସ ପାଳନ

Sunil Chandra Nayak

ମୁଣ୍ଡରା ଗୁଡା ଠାରେ ବନମହୋତ୍ସବ ଅନୁଷ୍ଠିତ 

masiha

ବନ୍ଧୁଗାଁ ଶ୍ରୀ ଶିରିଡ଼ି ସାଇ ବାବା ମନ୍ଦିରର ୨ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

masiha

Leave a Comment

error: Content is protected !!