ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଠନ ହେଲା ପଞ୍ଚାୟତ ସ୍ତରୀୟ ଶାଖା କମିଟି

ଗଠନ ହେଲା ପଞ୍ଚାୟତ ସ୍ତରୀୟ ଶାଖା କମିଟି

ବାଲେଶ୍ଵର,୧୫/୧୧/୨୩ – ବାଲେଶ୍ଵର ଜିଲ୍ଲା ଖଇରା ସ୍ଥିତ ଆଞ୍ଚଳିକ ବ୍ରାହ୍ମଣ ସମିତି, ଖଇରାର ପଞ୍ଚାୟତ ସ୍ତରୀୟ ଶାଖା କମିଟି ଗଠିତ ହୋଇଯାଇଛି । ଗତକାଲି ଶିଶୁ ଦିବସ ଅବସରରେ ଖଇରା ବ୍ଲକ ବଡଜୟପୁର ପଞ୍ଚାୟତ ବଡ଼ଜୟପୁର ଦଧିବାମନ ଜୀଉ ମନ୍ଦିର ପ୍ରାଙ୍ଗଣରେ ସଭାପତି କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ଅଧ୍ଯକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବେଦପାଠ କରିଥିଲେ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ । ସମ୍ପାଦକ ରମାକାନ୍ତ ଶତପଥୀ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପରେ ପରେ ସଭାପତି ଶ୍ରୀ ପତ୍ରୀ ଆଧ୍ୟାତ୍ମିକ ଆଲୋଚନା କରିଥିଲେ । ପ୍ରସ୍ଥାବକ ନୃସିଂହ ପାଢ଼ୀ, ଗୋପିନାଥ କର, ଦୈତାରି ମିଶ୍ର, ଗଜେନ୍ଦ୍ର ପଣ୍ଡା, ଜଗନ୍ନାଥ ପତି ଓ ପଦ୍ମନାଭ ପଣ୍ଡା ଏବଂ ଭାଗବତ ପାଣିଗ୍ରାହୀ, କାର୍ତ୍ତିକ ଚନ୍ଦ୍ର ପଣ୍ଡା, କାର୍ତ୍ତିକ ଚରଣ ପଣ୍ଡା, ନବକିଶୋର ପଣ୍ଡା, କମଳାକାନ୍ତ ପଣ୍ଡା, ସନ୍ତୋଷ କୁମାର ପଣ୍ଡା ଓ ପ୍ରହଲ୍ଲାଦ ଶତପଥୀଙ୍କ ସମର୍ଥନ କ୍ରମେ ସଭାପତି ପଦ୍ମନାଭ ପଣ୍ଡା, ଉପସଭାପତି ଗଜେନ୍ଦ୍ର ପଣ୍ଡା ଓ ନବକିଶୋର ପଣ୍ଡା, ସମ୍ପାଦକ ଅର୍ଜୁନ ଚରଣ ପଣ୍ଡା, ସହସମ୍ପାଦକ ଅକ୍ଷୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ବୃନ୍ଦାବନ ଦାଶ, ସହ କୋଷାଧ୍ୟକ୍ଷ ନୃସିଂହ ପାଢ଼ୀ ପଦବୀ ପାଇବାରେ ସକ୍ଷମ ହୋଇଥିଲେ । ଗୋପିନାଥ କର, ଜଗନ୍ନାଥ ପତି, ଦୈତାରି ମିଶ୍ର ଓ କମଳାକାନ୍ତ ପଣ୍ଡା ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ପଞ୍ଚାୟତର ସମସ୍ତ ବ୍ରାହ୍ମଣ ଦେବତା, ପଡୋଶୀ ପଞ୍ଚାୟତ ଯଥା- ଗରସଙ୍ଗ, ଡୁଙ୍ଗୁରା ଓ ଅନ୍ତରା ପଞ୍ଚାୟତର ସମସ୍ତ ପ୍ରତିନିଧି ଏବଂ ବ୍ଲକ କର୍ମକର୍ତ୍ତା ବୁଦ୍ଧିରାମ ପାଣିଗ୍ରାହୀ, ରମାକାନ୍ତ ଶତପଥୀ, ଗଗନ ବିହାରୀ ପଣ୍ଡା, ରାମଚନ୍ଦ୍ର ପଣ୍ଡା, କୃଷ୍ଣ ଚନ୍ଦ୍ର ଦାଶ ଓ ମହେଶ୍ବର ପଣ୍ଡା ପର୍ଯ୍ଯବେକ୍ଷଣ ଭାବେ ଯୋଗ ଦେଇଥିଲେ ବୈଠକକୁ ପରିଚାଳନା କରିଥିଲେ । ପରିଶେଷରେ ସଭାପତି କର୍ମକର୍ତ୍ତାଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ବିଷୟରେ ସୂଚନା ଦେଇଥିଲେ । ଶେଷରେ ଧନ୍ୟବାଦ ଅର୍ପଣ ପରେ ସଭାପତି ବୈଠକ ଶେଷ ହେଲା ବୋଲି ଘୋଷଣା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କାର ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

Sunil Chandra Nayak

ବକୃତା ପ୍ରତିଗୋଗିତା ରେ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କଲେ ଶୁଭଦର୍ଶୀ ବେରୁକ୍ 

Sunil Chandra Nayak

ବୃକ୍ଷ ହିଁ ସକଳ ଶକ୍ତି ର ଆଧାର , ବୃକ୍ଷ ହିଁ ଜୀବନ

Leave a Comment

error: Content is protected !!