ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ବିଜ୍ଞାନମେଳା :୧୧୨ ଟି ପ୍ରକଳ୍ପ ପ୍ରଦର୍ଶିତ ,ଜିଲ୍ଲାସ୍ତର ପାଇଁ 11 ପ୍ରକଳ୍ପ ଯୋଗ୍ୟବିବେଚିତ

ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ବିଜ୍ଞାନମେଳା :୧୧୨ ଟି ପ୍ରକଳ୍ପ ପ୍ରଦର୍ଶିତ ,ଜିଲ୍ଲାସ୍ତର ପାଇଁ 11 ପ୍ରକଳ୍ପ ଯୋଗ୍ୟବିବେଚିତ

ତେନ୍ତୁଳିଖୁଣ୍ଟି ୧୭/୧୧/୨୩ //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅଂଚଳଗୁମ୍ମା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ର 140 ଟି ବିଦ୍ୟାଳୟ ମଧ୍ୟରୁ ପ୍ରାଥମିକ ସ୍ତରୀୟ 15 ଟି ,ଉଚ୍ଚ ପ୍ରାଥମିକ ସ୍ତରୀୟ 40 ମାଧ୍ୟମିକ ସ୍ତରୀୟ 53 ଉଚ୍ଚ ମାଧ୍ୟମିକ ସ୍ତରୀୟ 4 ଏଭଳି 112 ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପୁକରିଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଚନ୍ଦନ ବିଶୋଇ ଙ୍କ ତ୍ରିଭୁଜ ଗଣନା ପ୍ରକଳ୍ପ , ଚରମୁଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଦ୍ମଳୟ ମୁଦୁଲି ଆଣିଥିବା ସ୍ମାର୍ଟ ଅଡିଓ ଡିଭାଇସ , ଅଂଚଳଗୁମ୍ମା ନୋଡାଲ ଉଚ୍ଚ ବିଦ୍ୟାଳୟ ର ଦିବ୍ୟଭାରତୀ ବିଶୋଇ ଙ୍କ ଅଟୋମେଟିକ ଟ୍ରାଫିକ ସାଇନ , ଆଦର୍ଶ ବିଦ୍ୟାଳୟ ର ଆର୍ଯ୍ୟା ଅନନ୍ୟା ଘରେ ବ୍ୟବହୃତ ଜରି ରସୁବ୍ୟବ ହାର ,ପରଜା ଦେଓପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର କ୍ରିଷ୍ଣା ନାୟକ ଙ୍କ ଅଟୋମେଟିକ ଗ୍ୟାସ ସିଲିଣ୍ଡର ପ୍ରକଳ୍ପ , ଉମୁରି ରେନ ବଟର ହରଭେସ୍ଟିଙ୍ଗ , ଇଣ୍ଡ ସ ପବ୍ଲିକ ସ୍କୁଲ ର ଆ ରାଧ୍ୟା ପଟନାୟକ ଙ୍କ ଖାଦ୍ୟ ର ପ୍ରକାର ପ୍ରକଳ୍ପ ଏଭଳି 11 ଟି ପ୍ରକଳ୍ପ ଜିଲ୍ଲା ସ୍ତର ପାଇଁ ମନୋନୀତ ହୋଇଛି। ଉଦ୍ ଜାପାନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ,ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ,ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବିଡ଼ିଓ ମନୋଜ ପାଣିଗ୍ରାହୀ ଯୋଗଦେଇ ଥିଲେ। ଆବାହକ ତଥା ବି ଇ ଓ ସୌମେନ୍ଦ୍ର ଭୌମିକ କାର୍ଯ୍ୟକ୍ରମ ପୌରହିତ୍ୟ ରେ ପରିଚାଲିତ ହୋଇଥିଲା। ଅଂଚଳଗୁମ୍ମା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବିଭିନ୍ନ କ୍ଲ ସ୍ଫର ର ସି ଆର ସି ସି କାର୍ଯ୍ୟକ୍ରମ ପରିଚାଳନା ରେ  ଅଗ୍ରଣୀ ଭୁମିକା ନିଭାଇଥିଲେ। ଆଗାମୀ ପିଢ଼ିର ବିଜ୍ଞାନୀ ଓ ଗଣିତ ବିଶାରଦ ପରିବେଶ ବିତ ତଥା ସ୍ୱାସ୍ଥ୍ୟ ବିଶାରଦ ପ୍ରତିଭା ର ଉନ୍ମୋଚନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ କହିଥିଲେ । ଶେଷରେ ଏ ବି ଇ ଓ ମୋହନ ମଧୁସୂଦନ ବାଘ ଧନ୍ୟବାଦ ଦେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ୯ ମାସ ହେଲା ଡେପୁଟେସନରେ ; ତୁରନ୍ତ ତାଙ୍କ କାର୍ଯ୍ଯାସ୍ଥଳୀକୁ ଫେରାଇବା ପାଇଁ ସାମ୍ବାଦିକଙ୍କ ଦାବି

Sunil Chandra Nayak

ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

ନବରଙ୍ଗପୁର ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ୍ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!