ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସଚେତନ ନାଗରିକ ମଞ୍ଚର ସ୍ମାରକପତ୍ର

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସଚେତନ ନାଗରିକ ମଞ୍ଚର ସ୍ମାରକପତ୍ର

ରାଉରକେଲା/ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଉରକେଲା ଗସ୍ତ ଅବସରରେ ସଚେତନ ନାଗରିକ ମଞ୍ଚର ସଭାପତି ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି ପି ରାୟ ଶ୍ରୀ ପ୍ରଧାନଙ୍କୁ ରାଉରକେଲା ହାଉସ ଠାରେ ଭେଟି ସ୍ମାର୍ଟ ସିଟି ରାଉରକେଲା ରେ ଏକ ଭାରତୀୟ ସୂଚନା ଓ ପ୍ରଯୁକ୍ତି ପ୍ରତିଷ୍ଠାନ ( ଆଇଆଇଆଇଟି) ଓ ଏନ୍ଆଇଟି ଠାରେ ବିମାନ ବିଦ୍ୟା ସମ୍ପର୍କିତ ଡିଗ୍ରୀ କୋର୍ସ ଖୋଲିବା ପାଇଁ ଅନୁରୋଧ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପତ୍ରରେ ଦର୍ଶାଯାଇଛି ଯେ ସମଗ୍ର ଦେଶରେ ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରଦେଶରେ ୧୫ଟି ଆଇଆଇଆଇଟି ଖୋଲାଯାଇଥିବା ବେଳେ ଓଡ଼ିଶାରେ ଏହା ଖୋଲାଯାଇ ନାହିଁ। ଭୁବନେଶ୍ୱରରେ ରାଜ୍ୟ ସରକାର ଙ୍କ ଦ୍ଵାରା ଖୋଲାଯାଇଥିବା ଆନ୍ତର୍ଜାତିକ ସୂଚନା ଓ ପ୍ରଯୁକ୍ତି ପ୍ରତିଷ୍ଠାନ, ଯାହା ଅନ୍ୟ ଆଇଆଇଆଇଟି ଠାରୁ ଭିନ୍ନ। ସେହିପରି ଏନ୍ଆଇଟି ଭଳି ଅନୁଷ୍ଠାନରେ ଆବଶ୍ୟକ ଭିତ୍ତିଭୂମୀ ଓ ପାରିପାର୍ଶ୍ବିକ ସ୍ଥିତିକୁ ଲକ୍ଷ୍ୟରେ ତଥା ସମ୍ପ୍ରତି ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏକ ବିମାନ ବିଦ୍ୟା ସମ୍ପର୍କିତ ଡିଗ୍ରୀ କୋର୍ସ ଖୋଲାଗଲେ, ରାଉରକେଲା ଭଳି ସ୍ମାର୍ଟ ସିଟି ତଥା ସମସ୍ତ ଙ୍କ ପାଇଁ ଏହା ଗ୍ରହଣୀୟ ହୋଇପାରିବ ବୋଲି ଏହି ପତ୍ରରେ ଦର୍ଶାଯାଇଛି। ମନ୍ତ୍ରୀ ଶ୍ରୀ ପ୍ରଧାନ ଏହା ଉପରେ ଦୃଷ୍ଟି ଦେବାକୁ ଶ୍ରୀବିଶି ଓ ଶ୍ରୀରାମ ଅନୁରୋଧ କରିଛନ୍ତି। ମନ୍ତ୍ରୀ ମଧ୍ୟ ଏହା ଉପରେ ବିଚାର କରିବା ପାଇଁ ସୂଚନା ଦେଇଛନ୍ତି। ଏହି ଅବସରରେ ମଞ୍ଚର ମୁଖପାତ୍ର କୁଞ୍ଜବିହାରୀ ରାଉତ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ 

masiha

ଅନେକ ସମ୍ମାନର ଅଧିକାରୀ କବି ସତ୍ୟ ସିଂ ବାଗ

Sunil Chandra Nayak

ଆମ୍ବେଦକର ଙ୍କ ସ୍ମୃତିରେ ସମ୍ବିଧାନ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର

masiha

Leave a Comment

error: Content is protected !!