ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ ସଙ୍ଗ ଶ୍ରୀ ମନ୍ଦିର ସ୍ମୃତି ମହୋତ୍ସବ ପାଳିତ q

ସତ୍ ସଙ୍ଗ ଶ୍ରୀ ମନ୍ଦିର ସ୍ମୃତି ମହୋତ୍ସବ ପାଳିତ 

ଢେଙ୍କାନାଳ -(ମନିସ )3/12/23 //ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ମହୋତ୍ସବ ଓ ଢେଙ୍କାନାଳ ସତ୍.ସଙ୍ଗ ଶ୍ରୀ ମନ୍ଦିର ର ଉନବିଂଶ ତମ ବାର୍ଷିକ ସ୍ମୃତି ମହୋତ୍ସବ ସତ୍ ସଙ୍ଗ ବିହାର ପରିସରରେ ମହା ସମାରୋହରେ ପାଳିତ ହୋଇଛି। ପ୍ରତ୍ୟୁଷ ପରେ ନହ ବତ ଓ ବେଦ ମାଙ୍ଗଳିକ ପରେ ଉଷା କୀର୍ତ୍ତନ ରେ ନଗର ପରିକ୍ରମା ହୋଇଥିଲା । ସକାଳ ୬.୩୦ ମିନିଟ ସମୟରେ ପ୍ରାତଃ କାଳୀନ ବିନତି ପରେ ଉତ୍ସବର ସ୍ମରଶିକା ଧୃତିପାଳି ଉନ୍ମୋଚନ କରାଯାଇ ଥିଲା। ଦିନ ୯ ଘଟିକା ସମୟରେ ଶ୍ରୀ ଶ୍ରୀ ଠାକୁରଙ୍କୁ ସୁସଜ୍ଜିତ ରଥରେ ବିରାଜ ମାନ କରାଇ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ,ମା ମାନଙ୍କର ଶଙ୍ଖ ଧ୍ୱନି ଓ ହୁଳହୁଳି ଧ୍ୱନି ସହ ନଗର ପରିକ୍ରମା କରାଯାଇଥିଲା । ଦିବା ୧୧.୩୦ ମିନିଟ ସମୟରେ ଶ୍ରୀ ବୁଦ୍ଧିମନ୍ତ ସାହୁଙ୍କ ପୌରହିତ୍ୟ ରେ ସତ୍ ସଙ୍ଗ ଆରମ୍ଭ କରାଯାଇଥିଲା । ପ୍ରାର୍ଥନା ସଦ ଗ୍ରନ୍ଥ ପାଠ ପରେ ବିଶିଷ୍ଟ କଣ୍ଠ ଶିଳ୍ପୀ ମାନେ ଭଜନ ପରିବେଷଣ କରିଥିଲେ । ସୁଶାନ୍ତ କୁମାର ଶତପଥୀ ଙ୍କ ଉର୍ଦଣ୍ଡ କୀର୍ତ୍ତନର ସଭାସ୍ଥଳ ମୁଖରିତ ହୋଇଉଠୀଥିଲା । ଶ୍ରୀ ପ୍ରକାଶ କୁମାର ରାଉତ ଙ୍କ ପ୍ରାରମ୍ଭିକ ଅଭି ଭାଷଣ ପରେ ମୁଖ୍ୟ ଆଲୋଚକ ଶ୍ରୀ ସଂଜୀବ କୁମାର ନାୟକ ଶ୍ରୀ ଶ୍ରୀ ଠାକୁରଙ୍କ ଦିବ୍ୟ ଭାବାଦର୍ଷ ଉପରେ ଆଲୋକ ପାତ କରିଥିଲେ । ଶ୍ରୀ ଶ୍ୟାମ ସୁନ୍ଦର ବେହେରା ଓ ଦେବେଶ କୁମାର ମହାପାତ୍ର ଙ୍କ ପରିଚାଳନାରେ ତିନି ହଜାର ରୁ ଅଧିକ ଲୋକ ପ୍ରସାଦ ସେବନ କରିଥିଲେ । ଢେଙ୍କାନାଳ ଜିଲ୍ଲାର ସମସ୍ତ କର୍ମୀ ମାନେ ସହଯୋଗ କରିଥିଲେ

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ 

Related posts

ବେଲଝରୀ ଗ୍ରାମରେ ବଡ ଆଡମ୍ବରରେ ରଜ ପର୍ବ ପାଳିତ 

masiha

ସବଡେଗା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ପ୍ରଫେସର ସମର ମୁଦାଲିଙ୍କୁ ୨୦୨୪ ପାଇଁ ଓଡିଶା ସଙ୍ଗୀତ ନାଟକ ପୁରସ୍କାର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!