ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତପୁର ମଣ୍ଡି ଉଦଘାଟିତ, ପ୍ରଥମ ଦିନରେ କେବଳ ଜଣେମାତ୍ର ଚାଷୀଙ୍କ ୭୫ କ୍ୱିଣ୍ଟାଲ୍ ଧାନ କ୍ରୟ 

ଶାନ୍ତପୁର ମଣ୍ଡି ଉଦଘାଟିତ, ପ୍ରଥମ ଦିନରେ କେବଳ ଜଣେମାତ୍ର ଚାଷୀଙ୍କ ୭୫ କ୍ୱିଣ୍ଟାଲ୍ ଧାନ କ୍ରୟ 

ରୁପ୍ରା, ୪/୧୨ (ମନିସ) : ଚଳିତ ଖରିଫ୍ ଋତୁର ଧାନ ସଂଗ୍ରହ ନିମନ୍ତେ ଆଜି ନର୍ଲା ବ୍ଲକ୍ ଅଧିନ ଶାନ୍ତପୁର ମଣ୍ଡି ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନର୍ଲା ତହସିଲଦାର ବିଶ୍ୱ ରଞ୍ଜନ କହଁର, ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ପେକ୍ସ୍ ସଭାପତି ରଣଜିତ ମାଝୀ, ପେକ୍ସ୍ କାର୍ଯ୍ୟ ନିର୍ବାହୀ ସୁଶାନ୍ତ ବିସି, ଶାନ୍ତପୁର ସରପଞ୍ଚ ଗିରିଧାରୀ ମାଝୀ, ଏଓ ଜାଜ୍ଞସେନୀ ମାଝୀ, ବଡଧାରପୁର୍ ସରପଞ୍ଚ ପର୍ଶୁରାମ ହରପାଳ, ପୂର୍ବ ସରପଞ୍ଚ ଲୋକନାଥ ସା ଓ ପୂର୍ବ ସମିତି ସଭ୍ୟ ଗୋବିନ୍ଦ ତାଣ୍ଡିଙ୍କ ସମେତ ଚାଷୀ ପ୍ରତିନିଧି ଓ ସମସ୍ତ ପେକ୍ସ୍ ସଦସ୍ୟ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଜଣେ ମାତ୍ର ଚାଷୀ ଧନୁର୍ଜୟ ମାଝୀଙ୍କ ୭୫କ୍ୱିଣ୍ଟାଲ ଧାନ କ୍ରୟ ହୋଇଥିବା ବେଳେ କହ୍ନେୟା ଏଗ୍ରୋ ମିଲକୁ ଧାନ ଯାଇଥିଲା । ତେବେ ସମ୍ଭାବ୍ୟ ବାତ୍ୟା ‘ମିଗଜୋମ୍’ କୁ ଦୃଷ୍ଟିରେ ରଖି ବ୍ଲକ ଅଧିନ ଅନ୍ୟାନ୍ୟ ମଣ୍ଡି ଖୋଲିବ ବୋଲି ଏମ୍ଆଇ ଶିବପ୍ରସାଦ ମହାନ୍ତି କହିଛନ୍ତି। 

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ରାୟଗଡାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ

masiha

ମାଉଣ୍ଟେନ୍ ୟୁଥ୍ ସେକେଣ୍ଡାରି ବିଦ୍ୟାଳୟ ନର୍ଲା ର ସପ୍ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ବଡ଼ବିଲରେ ଅବୈଧ ନିର୍ମାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

Sunil Chandra Nayak

Leave a Comment

error: Content is protected !!