ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀ ବସ ଚଳାଚଳ ଯୋଗୁଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ଦେଲା ଡାବୁଗାଁ ଜୟ ଭାରତ ଅଟୋ ୟୁନିଅନ

ଲକ୍ଷ୍ମୀ ବସ ଚଳାଚଳ ଯୋଗୁଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ଦେଲା ଡାବୁଗାଁ ଜୟ ଭାରତ ଅଟୋ ୟୁନିଅନ

ଡାବୁଗାଁ, ୭/୧୨ (ମ.ନି.ସ.)- ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଅଟୋ ଚାଳକ ଓ ମାଲିକ ମାନଙ୍କ ଥଇଥାନ ପାଇଁ ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଜୟ ଭାରତ ଅଟୋ ୟୁନିଅନ ତରଫରୁ ଡାବୁଗାଁ ବିଡ଼ିଓ ଶରତ ମାଝୀ ଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଲକ୍ଷ୍ମୀ ବସ୍ ଚଳାଚଳ ପରେ ଅଧିକ ପ୍ରଭାବିତ ହେବେ ହଜାର ହଜାର ଅଟୋ ଚାଳକ। ରୋଜଗାର ଶୁନ୍ୟ ହେବା ସମ୍ଭାବନା ଅଧିକ ଅଛି। ଅଟୋ ଚାଳକ ଓ ମାଲିକ ମାନଙ୍କ ଥଇଥାନ ପାଇଁ ସରକାର ଯଦି ସଠିକ ପଦକ୍ଷେପ ନ ନିଅନ୍ତି ହଜାର ହଜାର ପରିବାର ଜୀବିକା ପ୍ରଭାବିତ ହେବ। ଜୟ ଭାରତ ଅଟୋ ୟୁନିଅନ କୁ ସମର୍ଥନ ଜଣାଇଛନ୍ତି ଅନେକ ସଂଗଠନ। ଜୟ ଭାରତ ଅଟୋ ୟୁନିଅନ ସଭାପତି ମିହିର ଶଙ୍କର ରାୟ ପାତ୍ର, ସଂପାଦକ ଗଗନ ଗନ୍ତାୟତ, ଆଇନ୍ ପରାମର୍ଶଦାତା ଜୟନ୍ତ କୁମାର ପାତ୍ର, କୃଷକ ସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ଜିଲ୍ଲା ଦେଶୀଆ କଳା ସଂସ୍କୃତି ପରିଷଦ ସଭାପତି କାର୍ତ୍ତିକ ଭତ୍ରା, ପ୍ରଶାନ୍ତ ପଣ୍ଡା, ଭୈରବ ରାଓ, ପୁପୁନ ପଣ୍ଡା,‌ ରାମ ଚନ୍ଦ୍ର ପରିଛା , ସନ୍ତୋଷ ସିଂ,‌ କିସର ଚନ୍ଦ୍ର ପରିଡା, ଗଣେଶ ସାଗର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

ଆଦର୍ଶ ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଡ ଏନ୍ ତିରୁମାଲା ନାୟକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

Sunil Chandra Nayak

ମାତିଲେ ନବନିର୍ମାଣ କୃଷକ ସଂଗଠନ, ଜିଲ୍ଲପାଳଙ୍କ ବାସଭବନ ସାମ୍ନାରେ ବିଛେଇ ଦେଲେ ଧାନ

Sunil Chandra Nayak

Leave a Comment

error: Content is protected !!