ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

 ସାମ୍ବାଦିକତା ହି ସମାଜକୁ ଦିଶା ଦେଖାଇବାର ଏକମାତ୍ର ମାଧ୍ୟମ

ଜୁନାଗଡ଼,୮।୧୨ (ମ ନି ସ): ସାମ୍ବାଦିକତା ହିଁ ସମାଜକୁ ଦିଶା ଦେଖାଇବାର ଏକମାତ୍ର ମାଧ୍ୟମ । ଏହି ଆଦର୍ଶକୁ ପାଥେୟ କରି ସାମ୍ବାଦିକ ପରିବାରର ଦୁଃଖ କଷ୍ଟ ଭୁଲି ଆଗକୁ ବଢ଼ିଛି ବୋଲି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବରେ ମତପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆରଏମସି ନୂଆଁ ମାର୍କେଟ ପରିସରରେ ଏସୟୁଜେ ସହ ଅନୁବନ୍ଧିତ କଳାହାଣ୍ଡି ଶାଖ କେଜେୟୁର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ମହମ୍ମଦ ଅଲ୍ଲୀ ଖାଁଙ୍କ ସଭାପତିତ୍ବରେ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମ୍ବାଦିକ ସଙ୍ଘର ସଭାପତି କୈଳାଶ ଚନ୍ଦ୍ର ନାୟକ ଯୋଗଦେଇ ସାମ୍ବାଦିକ ମାନଙ୍କୁ ଅବସର ପରେ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହିତ ମୃତ୍ୟୁ ପରେ ସର୍ବନିମ୍ନ ପନ୍ଦର ଲକ୍ଷ ଟଙ୍କାର ସହାୟତା ରାଶି ମୃତ ସାମ୍ବାଦିକଙ୍କ ପରିବାରକୁ ପ୍ରଦାନ କରିବାକୁ ନିଜ ବକ୍ତବ୍ୟରେ ପ୍ରକାଶ ସରକାରଙ୍କ ଠାରେ ଦାବୀ ରଖିଥିଲେ। ।ଏଥିସହ ରାଜଧାନୀ ଉପକଣ୍ଠରେରେ ସାମ୍ବାଦିକ ମାନଙ୍କ ପାଇଁ ଭବନ ନିର୍ମାଣ କରିବା ସହିତ ସାମ୍ବାଦିକ ସୁରକ୍ଷା ବିଲ ଆଣିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଏସୟୁଜେ ଓଡ଼ିଶା କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜି, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ତାମଣି ପାଢ଼ୀ, ବଲାଙ୍ଗୀର ଜିଲ୍ଲା ସଭାପତି ଶିବ ନାରାୟଣ ଗଉଡ, ନୂଆପଡ଼ା ଜିଲ୍ଲା ସଭାପତି ଘନଶ୍ୟାମ ଭୋଇ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଜିଲ୍ଲା ସଂଗଠନକୁ ସୁଦୃଢ କରିବା ସହିତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ଏସୟୁଜେ ଓଡ଼ିଶା କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ, କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଜୁନାଗଡ଼ ବ୍ଳକ ଅଧ୍ୟକ୍ଷା ସବିତା ମେହେର, କେନ୍ଦ୍ର ଫିଲ୍ମ ସେନ୍ସର ବୋର୍ଡର ସଭ୍ୟା ଡ଼ ସୁନତୀ ମୁଣ୍ଡ, ରାଜ୍ୟ ଉପସଭାପତି କାର୍ତ୍ତି ଚନ୍ଦ୍ର ସାହୁ, ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜି, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ତାମଣି ପାଢ଼ୀ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ଦିନେଶ ପଣ୍ଡା ସ୍ମୃତି ସମ୍ମାନ, ସାମ୍ୱାଦିକ ଗୌରବ ସମ୍ମାନ, ମହିଳା ସାମ୍ୱାଦିକା ରତ୍ନ ସମ୍ମାନ, ସାମ୍ୱାଦିକ ଗୌରବ ସମ୍ମାନ, ଆଜୀବନ ସାମ୍ୱାଦିକ ସମ୍ମାନ, ଯୁବ ସାମ୍ୱାଦିକ ସମ୍ମାନ, ଡାକ୍ତର, ସମାଜସେବୀ, ସ୍ବାସ୍ଥ୍ୟ କର୍ମୀ ଆଦି ବିଭିନ୍ନ ବ୍ୟକ୍ତି ସମେତ ଗ୍ରାମାଞ୍ଚଳ ସାମ୍ୱାଦିକ ସମ୍ମାନ, ମହିଳା ସାମ୍ୱାଦିକା ମାନଙ୍କୁ ସମ୍ମାନୀତ କରାଯାଇଥିଲା। ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ଜଗମୋହନ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସାହାଯ୍ୟ ସହଯୋଗ କରିଥିଲେ ଯୁବ ସାମ୍ବାଦିକ ଟିକଚନ୍ଦ ବାଗ, ଏବଂ ବରିଷ୍ଠ ସାମ୍ୱାଦିକ ରଘୁମନି ପୁଜାରୀ। କାର୍ଯ୍ୟକ୍ରମରେ କଳାହାଣ୍ଡି ଏସୟୁଜେ ଶାଖା ସମସ୍ତ ବ୍ଳକର ସଦସ୍ୟାମାନେ ଯୋଗଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ରେ ଯୋଗ ଦାନ

Sunil Chandra Nayak

ଓଏମସି ଅଧିକାରୀଙ୍କ ଶ୍ରଦ୍ଧା ପରିଦର୍ଶନ

ନବରଙ୍ଗପୁରଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!