ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସରାଏ ବର୍ଷାରେ ରାସ୍ତା ବେହାଲ

ଅସରାଏ ବର୍ଷାରେ ରାସ୍ତା ବେହାଲ

 ବସ୍ତା, 08/12: ଅମର୍ଦାରୋଡ – ବାରିପଦା ରାସ୍ତା ଏବେ ଅସୁରକ୍ଷିତ ହୋଇପଡିଛି।ଶୁଖିଲା ପାଗରେ ଅମର୍ଦାରୋଡ ଷ୍ଟେସନ ଅନୀତ ଦୂର ଠାରୁ ଉଚ୍ଚବିଦ୍ୟାଳୟ ପ୍ରଯ୍ୟନ୍ତ ରାସ୍ତାରେ ଯାତାୟତ କରିବା କଷ୍ଟସାଧ୍ୟ ହୋଇପଡ଼ି ଥିବା ବେଳେ ଷ୍ଟେସନର ଅନୀତ ଦୂର ଠାରୁ ହାଇସ୍କୁଲ ଯାଏଁ ରାସ୍ତା ଅବସ୍ଥା କହିଲେ ନସରେ।ରେଳବାଇ ରାସ୍ତା ରେ ଅସରାଏ ବର୍ଷାରେ ଗାଡ଼ି ମୋଟର କଥା ଦୂରରେ ଥାଉ ସାଇକେଲ,ବାଇକ ଆରୋହୀ ମାନେ ଯିବା ଆସିବାରେ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି।ବିଶେଷ କରି ରେଳବାଇ ରାସ୍ତା ଓ ଏହି ପଞ୍ଚାୟତ ସମେତ ବସ୍ତା ବ୍ଲକ ଅଞ୍ଚଳରେ କଂକ୍ରିଟ ରାସ୍ତା ଠାରୁ ଆରମ୍ଭ କରି ମାଟି ରାସ୍ତା ଗମନା ଗମନ ପାଇଁ ଅନୁପଯୁକ୍ତ ହୋଇପଡିଛି। ରଳବାଇ ରାସ୍ତା ଓ ଏହି ପଞ୍ଚାୟତରେ ଥିବା ବିଭିନ୍ନ ପିଚୁ ଓ କଂକ୍ରିଟ ରାସ୍ତା ଖୋଳିଯାଇ ଛୋଟ ବଡ ଗାତ ହୋଇଯାଇଥିବା ବେଳେ ମାଟି ରାସ୍ତା କଥା ସ୍ବଚକ୍ଷୁରେ ନଦେଖିଲେ ଉପଲବ୍ଧି କରିହେବ ନାହିଁ। ଗତ ଦୁଇ ଦିନ ହେବ ବର୍ଷା ଲାଗି ରହିଥିବାରୁ ରାଳବାଇ ରାସ୍ତା ସହିତ ଏହି ପଞ୍ଚାୟତ ଓ ବସ୍ତା ବ୍ଲକ ଅଞ୍ଚଳରେ ବଜାର ଓ ଗାଁ ରାସ୍ତା ଗୁଡିକରେ କୃତିମ ଛୋଟ ବଡ ଗାତ ହୋଇଯିବାରୁ ଭାରି ଯାନ ଠାରୁ ଆରମ୍ଭ କରି ସାଇକେଲ,ମୋଟର ସାଇକେଲ,ଚାରିଚକିଆ ଯାନବାହାନ ଆରୋହୀ ମାନେ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି।ରେଳବାଇ ବିଭାଗ କର୍ତ୍ତୁପକ୍ଷ ମନଇଚ୍ଛା କାମ କରୁଥିବାରୁ ରାସ୍ତା କାମ ଯେପରି ହେବା କଥା ତାହା ହୋଇପାରୁ ନାହିଁ।ବିଶେଷ କରି ଅମର୍ଦାରୋଡ ଷ୍ଟେସନ ବଜାର ଏକ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବା ବେଳେ ଏଠାରେ କଂକ୍ରିଟ ରାସ୍ତା କରିବାରେ ଆବଶ୍ୟକତା ରହିଛି। ଯଥାଶୀଘ୍ର ବଡ଼ ଧାରଣ ଦୃଘଟଣା ହେବା ପୂର୍ବରୁ ରାସ୍ତା ମରାମତି କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାୟଗଡ ବାର ଆସୋସିଏସନ୍ ପକ୍ଷରୁ ସ୍ବାଭିମାନ ଦିବସ ତଥା ଉତ୍କଳ ଗୌରବ ମଧୁସୁଦାନ ଦାଶଙ୍କ ଜନ୍ମଜୟନ୍ତୀ ପାଳିତ 

masiha

ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା 

Sunil Chandra Nayak

ଜାତୀୟ ସ୍ତରୀୟ ଧର୍ତି ଆବା ଜନଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଶାର ସଫଳତା

Sunil Chandra Nayak

Leave a Comment

error: Content is protected !!