ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରକଳ୍ପ ଉଦଘାଟିତ

ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରକଳ୍ପ ଉଦଘାଟିତ

ତେନ୍ତୁଳୀଖୁଣ୍ଟି ୦୯/୨୨/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଜୋନ ଦୁଇର ପ୍ରତ୍ୟେକ ପଂଚାୟତ ର ବିଭିନ୍ନ ଗ୍ରାମ ରେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନ ର ଭିତ୍ତିପ୍ରସ୍ତର ସ୍ଥାପନ  କରିଥିଲେ।ଏଥିରେ ନବରଙ୍ଗପୁର ଏମ ପି ରମେଶ ଚନ୍ଦ୍ର ମାଝୀ ଓ  ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପଂଚାୟତ ରେ ଭୂମି ପୂଜା କରିଛନ୍ତି l ପ୍ରଥମେ ତେନ୍ତୁଳୀଖୁଣ୍ଟି ବ୍ଲକ ନିକଟରେ, ତୋଟା ସାହି, ମହୁଲକୋଟ, ଚରମୂଳା, ଇନ୍ଦ୍ରକଲୋନୀ, କହ୍ନେଇ ମୁଣ୍ଡା, ଇନ୍ଦ୍ରାବତୀ ଜଗନ୍ନାଥ ମନ୍ଦିର ,ଦେଓପାଲୀ, ଶିବ ମନ୍ଦିର ଇନ୍ଦ୍ରାବତୀ, ପ୍ରଭୃତି ସ୍ଥାନରେ ବିଭିନ୍ନ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ସହ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣ ଙ୍କୁ ବୁଝେଇ ଥିଲେ।ତାହା ସହ ପ୍ରକଳ୍ପ ଗୁଡ଼ାକୁ  ଶିଘ୍ର କାମ ସାରିବା ପାଇଁ କହିଛନ୍ତି l ଏହି ସମସ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ  ନୀଳାଦ୍ରି ନାୟକ, ଉପାଧ୍ୟକ୍ଷ  ରାଜେନ୍ଦ୍ର ବିଶୋଇ, ବ୍ଲକ ସଭାପତି ପ୍ରଫୁଲ୍ଲ  ନାଗ,, ତନୟ ସାଗର ନାୟକ, ବିଜେଡି ଯୁବ ସଭାପତି ସୁରେଶ ନାୟକ,ସମିତି ସଭ୍ୟ ସୁଧୀର ଖୁରା, ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ସଭାପତି ଅଖିଳ ଭତ୍ରା, ଟୁନା ବାବୁ ଷଡଙଙ୍ଗୀ ,ବାବୁଲା ନାୟକ, ବିଭିନ୍ନ ପଂଚାୟତ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ଓ ଜନସାଧାରଣ, ବିଜେଡି ଦଳର ବହୁ କର୍ମୀ ଯୋଗ ଦେଇଛନ୍ତି l

   ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବେପାର ଜମୁଛି କିନ୍ତୁ ମାଛ’ଚିକେନ ମଇଳା ପାଣିରେ ବର୍ଷସାରା ରାସ୍ତା’ଘାଟ ଅପରିଷ୍କାର

masiha

କଳିଙ୍ଗ ବ୍ୟୈଶ୍ୟ ସଂଘ ସମାଜ ଗୃହ ପାଇଁ ବିଧାୟକ ଙ୍କ ଦ୍ଵାରା ଭୂମି ପୂଜନ      

ମନରେଗା କାମରେ ଟଙ୍କା ହଡପ ସନ୍ଦେହରେ ଗ୍ରାମବାସୀ , ମେସିନରେ କାମ କରି ମଧ୍ୟ ସମ୍ପୂର୍ଣ ହେଲାନି ପୋଖରୀ ଖୋଳା 

Leave a Comment

error: Content is protected !!