ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ମେଲ ସ୍କୁଲର ବାର୍ଷିକୋତ୍ସବ

କାର୍ମେଲ ସ୍କୁଲର ବାର୍ଷିକୋତ୍ସବ

ରାଉରକେଲା / କାର୍ମେଲ ସ୍କୁଲର ଦୁଇ ଦିନିଆ ବାର୍ଷିକ ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି l ପ୍ରାଇମେରୀ ଓ ପ୍ରି-ପ୍ରାଇମେରୀ ପିଲାମାନଙ୍କର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଅଧ୍ୟକ୍ଷତା କରିଥିଲେ ବିଦ୍ୟାଳୟ ର ଅଧ୍ୟକ୍ଷା ସିଷ୍ଟର ଫେଦେଲିସ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୁନାମଧନ୍ୟ ଚିକିତ୍ସକ ଡ଼ଃ ବି କେ କକ୍କଡ , ମୁଖ୍ୟବକ୍ତା ଭାବେ ଆରଏସପି ର ନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ଓ ଇସ୍ପାତ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ବନମାଳୀ କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ସାହୁ ତାଙ୍କ ଭାଷଣରେ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ଗଠନରେ ଶିକ୍ଷକଙ୍କ ମହାନ୍ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଡ଼ଃ କକ୍କଡ ପିଲାମାନଙ୍କର ଶାରୀରିକ ସ୍ବାସ୍ଥ୍ୟ ସହିତ ମାନସିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ପାଇଁ ଅଭିଭାବକମାନଙ୍କ ଦାୟିତ୍ଵ ବିଷୟରେ ସଚେତନ କରାଇଥିଲେ। ଡଃ କର ଛାତ୍ରଛାତ୍ରୀ ମାନଙ୍କ କାର୍ଯ୍ୟକ୍ରମକୁ ଭୂରୀୟସି ପ୍ରଶଂସା କରି ଭବିଷ୍ୟତରେ ଏକ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷା ସିଷ୍ଟର ଶାନ୍ତି ସଭାପତିତ୍ବ ଅଭିଭାଷଣ ଦେଇଥିଲେ। ବିଦ୍ୟାଳୟର ନର୍ସରୀ ଓ କେଜି ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ପଶୁ ପକ୍ଷୀ ପ୍ରକୃତି ଉପରେ ନୃତ୍ୟ ପରିବେଷଣ ହୋଇଥିଲା ଓ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାମାନଙ୍କ ଦ୍ଵାରା, ଓଡ଼ିଶା ର ସଂସ୍କୃତି, ସର୍ବଧର୍ମ ସମନ୍ଵୟ ଉପରେ ଖୁବ୍ ଆକର୍ଷଣୀୟ ନୃତ୍ୟ ପରିବେଷଣ ହୋଇଥିଲା। ଏତତଃ ବ୍ୟତୀତ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମଧ୍ୟ ନୃତ୍ୟ ପରିବେଷଣ କରାଯାଇଥିଲା l ଶେଷରେ ଶିକ୍ଷୟତ୍ରୀ ଅନିତା ଫ୍ରାନସିସ୍ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଜାତୀୟ ସଙ୍ଗୀତ ଗାନ କରି ସଭା ସମାପନ ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପବିତ୍ର ଶିବରାତ୍ରିରେ ମଶାରୀ ବଣ୍ଟନର ଶୁଭାରମ୍ଭ କରିବ ମୋ ଅନୁଷ୍ଠାନ

masiha

ରାଜ୍ୟ ରେ ୧ମ ଥର ପାଇଁ ଏକାଦଶାହ କାର୍ଯ୍ୟ ରେ ହେଲା ଆମ୍ବ ଚାରା ବଣ୍ଟନ 

Sunil Chandra Nayak

ବଜ୍ରପାତରେ ଶାଶୁ ବୋହୁ ମୃତ ! 

Leave a Comment

error: Content is protected !!