ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟର ଦୁର୍ଘଟଣାରେ ଚାଳକ ମୃତ

ଟ୍ରାକ୍ଟର ଦୁର୍ଘଟଣାରେ ଚାଳକ ମୃତ

ଝରିଗାଁ,୧୭/୧୨(କିଶୋର ଚନ୍ଦ୍ର ମଣ୍ଡଳ)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଂଚୟତ ଅନ୍ତର୍ଗତ ତହରାକାରିଆଗୁଡା ଗ୍ରାମ ନିକଟରେ ଟ୍ରାକ୍ଟର ଦୁର୍ଘଟଣା ହୋଇ ଚାଳକଙ୍କ ମୃତ୍ୟ ହୋଇଥିବା ଜଣାପଡିଛି।

ସୂଚନା ପ୍ରକାରେ ଝରିଗାଁ ବାସିନ୍ଦା ଗୋବର୍ଦ୍ଧନ ଗୌଡ଼ଙ୍କ ପୁଅ ଭୁବନ ଗୌଡ଼(୧୮) ରବିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ନିଜ ଟ୍ରାକ୍ଟର ନେଇ ତହରାକାରିଆଗୁଡା ଗ୍ରାମର ଚାଷୀ ରବି ସନ୍ତାଙ୍କ ଜମିରେ ଚାଷ କରିବା ପାଇଁ ଯାଇଥିଲେ।ଚାଷ କାମ ସାରି ଘରକୁ ଫେରିବା ସମୟରେ ରାସ୍ତା ଖରାପ ଯୋଗୁଁ ତହରାକାରିଆଗୁଡା ଗ୍ରାମ ନିକଟରେ ଟ୍ରାକ୍ଟର ଓଲଟି ପଡିଥିଲା।ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ଭୁବନ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।ଘଟଣା ପରେ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକ ଓ ଗ୍ରାମବାସୀ ଭୁବନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ଅରବିନ୍ଦ ପଣ୍ଡା ମୃତ ଘୋଷଣା କରିଥିଲେ।ଶେଷରେ ମୃତକଙ୍କ ବାପା ଗୋବର୍ଦ୍ଧନ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ଶରୀରକୁ ଜବତ କରିଥିଲା।ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ୍ 

Related posts

ରାସ୍ତାରେ ମହାବଳ ବାଘ:: ଅଞ୍ଚଳରେ ଭୟର ବାତାବରଣ 

Sunil Chandra Nayak

କିସ୍ ଛାତ୍ରୀ ମାନଙ୍କ ଦ୍ୱାରା ସମୂହ ” ବନ୍ଦେ ମାତରମ୍ ” ଗୀତ ଗାନ 

Sunil Chandra Nayak

ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!