ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ଠାରେ ୮୭ତମ ଓଡିଶା ଦିବସ ପାଳିତ

ଏକ ସମୃଦ୍ଧ ମାତୃଭାଷା ହିଁ ଗୋଟିଏ ଜାତିର ସ୍ୱାଭିମାନର ପ୍ରତୀକ।ଭାଷା ଭିତ୍ତିକ ରାଜ୍ୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶରେ ମାତୃଭାଷାର ବହୁତ ପ୍ରଚାର ପ୍ରସାର ମାଧ୍ୟମରେ ଓଡ଼ିଆ ଜାତିର ଅସ୍ମିତା ଓ ଗର୍ବ ଗୌରବ ପ୍ରକଟିତ ହେବ ବୋଲି ଧର୍ମଗଡ଼ ଠାରେ ୮୭ତମ ଓଡିଶା ଦିବସ ପାଳନ ଅବସରରେ ଅତିଥିମାନେ ପ୍ରକାଶ କରିଛନ୍ତି।

ସ୍ଥାନୀୟ ସୂଚନା କାର୍ଯ୍ୟାଳୟ ପ୍ରାଙ୍ଗଣରେ ୮୭ତମ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ ଆୟୋଜିତ ସଭାରେ ଧର୍ମଗଡ଼ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆଇଏଏସ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଧିରଜ ଚୋପଦାର, ତହସିଲଦାର ହରେକୃଷ୍ଣ ବରିହା, ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ସହ ଜିଲ୍ଲାପାଳ ଚିନ୍ମୟ ନାୟକ ଯୋଗଦେଇ ଥିଲେ।ମାଧବ ଲହଜଲ ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ।

ଧର୍ମଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।

ଉତ୍କଳ ଦିବସ ପାଳନ ଅବ୍ୟବହିତ ପୂର୍ବରୁ ପ୍ରାତଃ ରୁ ପ୍ରଭାତ ଫେରୀ ସହ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ କରାଯାଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଞ୍ଚରେ ଅତିଥିମାନେ ପୁରସ୍କୃତ କରିଥିଲେ।

କରୋନା କଟକଣା ପରେ ସାମୁହିକ ଭାବରେ ଉକ୍ତ ସଭାରେ ଉପସ୍ଥିତ ଥିବା ବିଭିନ୍ନ ବର୍ଗର ଜନସାଧାରଣଙ୍କ ଆଗ୍ରହ ପରିଲକ୍ଷିତ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ

Related posts

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ

Sunil Chandra Nayak

ବିଶ୍ଵ ଜଳ ଦିବସ ଉପଲକ୍ଷେ କବିତା ଜଳ

Sunil Chandra Nayak

ନବରଙ୍ଗପୁର କଲେଜ ସ୍ବର୍ଣ୍ଣ ଜୟନ୍ତୀ କାର୍ଯ୍ୟକାରିଣୀ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!