ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଚେତନତା କାର୍ଯ୍ୟକ୍ରମ

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଚେତନତା କାର୍ଯ୍ୟକ୍ରମ

ବସ୍ତା,21/12: ବାଲିଆପାଳ ବ୍ଳକ ଅନ୍ତର୍ଗତ ଦାଣ୍ଡିପଦା ସ୍ଥିତ ଯୁଧିଷ୍ଠିର ଉଚ୍ଚମାଧ୍ଯମିକ ବିଦ୍ୟାଳୟର ପକ୍ଷରୁ ସମନ୍ଵିତ ଯୁବ ବିକାଶ କାର୍ଯ୍ଯକ୍ରମ ମାଧ୍ୟମରେ ପ୍ରତିଦିନି ଅଞ୍ଚଳର ବିଭିନ୍ନ ଗ୍ରାମର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିଶା ନିବାରଣ, ସ୍ଵଛତା, ପରିମଳ, ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ପଥପ୍ରାନ୍ତ ନାଟକ ସମେତ ନାଚଗୀତ ଦ୍ଵାର ଲୋକଙ୍କୁ ସଚେତନ କରାଯାଇଛି। କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତଏହି କାର୍ଯ୍ୟକ୍ରମ ବାଲିଆପାଳ ବ୍ଳକର ନିମପଦା ଓ ସଦର ବ୍ଳକ ର ସାର୍ଥା ଏବଂ ବସ୍ତା ବ୍ଲକ ର ସାହାଡ଼ା ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏଭଳି କାର୍ଯ୍ଯକ୍ରମ କୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିବା ସହ ଓଡ଼ିଶା ସରକାରଙ୍କ ଏଭଳି ଅଭିନବ ପ୍ରୟାସ ପାଂଇ ଧନ୍ଯବାଦ ଜଣାଇ ଥିଲେ, କାର୍ଯ୍ଯକ୍ରମ କୁ ପରିଚାଳନା ରେ କଲେଜ ର ଅଧ୍ଯକ୍ଷ ଅନନ୍ତ କୁମାର ପ୍ରଧାନ ଙ୍କ ସମେତ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

Sunil Chandra Nayak

ରାଜ୍ୟର ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ଆର୍ଥିକ ସହାୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର

Sunil Chandra Nayak

ସିନାପାଲି ବ୍ଲକରେ ପେଟ୍ରୋଲ ର କଳାବଜାର ?

Leave a Comment

error: Content is protected !!