ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ, ଗମନାଗମନ ପାଇଁ ସୁବିଧା ପାଇବେ ଅଞ୍ଚଳବାସୀ

ଦୁଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ, ଗମନାଗମନ ପାଇଁ ସୁବିଧା ପାଇବେ ଅଞ୍ଚଳବାସୀ

କୋକସରା,୨୪/୧୨ // ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରବିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ୨ ଗୋଟି ସଡକର ଭିତ୍ତି ପ୍ରସ୍ତର ସ୍ଥାପନ କରି କରିଛନ୍ତି ଧର୍ମଗଡ଼ ବିଧାୟକ ମୋୖଷଧି ବାଗ। ଜାତୀୟ ରାଜପଥ ୨୬ ଗମ୍ଭାରୀଗୁଡା ଛକ ଆଦର୍ଶ ବିଦ୍ୟାଳୟ ଠାରୁ ବଙ୍ଗୋମୁଣ୍ଡା ମାଝୀଗୁଡା ରାସ୍ତା ଓ ଚିତାମୁଣ୍ଡା ଠାରୁ ଡାଲଗୁମା ଦେଇ ବାଙ୍କିମୁଣ୍ଡା ରାସ୍ତା ନିର୍ମାଣ ନେଇ ଦୀର୍ଘଦିନରୁ ଅଞ୍ଚଳବାସୀ ଦାବି କରି ଆସୁଥିଲେ । ଏନେଇ ଧର୍ମଗଡ଼ ବିଧାୟକ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖି ଅନୁରୋଧ କରିଥିଲେ। ଏହି ଦୁଇ ରାସ୍ତା ନିର୍ମାଣ ଫଳରେ ଗ୍ରାମାଞ୍ଚଳରେ ଗମନାଗମନ ସୁଗମ ହେବାସହ ଲୋକେ ଉପକୃତ ହେବେ ବୋଳି ବିଧାୟକ କହିଛନ୍ତି। ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁରେଶ ବାରିହା, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ଡାଲଗୁମା ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ, ସମିତି ସଭ୍ୟ ଚିନ୍ତାମଣି ଚଣ୍ଡି, ବିଜେଡି କର୍ମି ପଞ୍ଚକ ପୋଢ଼, ଭୁବନେଶ୍ୱର ମାଝୀ ,କେତୁରାମ ମାଝୀ ଓ ଠିକାସଂସ୍ଥାର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍

Related posts

ଆଶ୍ରମର ୧୪ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ଜିଲାପାଳଙ୍କ ଦ୍ଵାରସ୍ଥ 

masiha

କଳାହାଣ୍ଡି କୁମ୍ଭାର ସମାଜ ର ନୂଆଁଖାଇ ଭେଟଘାଟ 

Sunil Chandra Nayak

କଳାବେଚ୍ ପରିଧାନ କଲେ ଉତ୍କଳ ସାମ୍ବାଦିକ ସଂଘ ସାମ୍ବାଦିକ

Leave a Comment

error: Content is protected !!