ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେଗାଁ ଥାନା ଓ ଜନକଲ୍ୟାଣ ସାମ୍ବାଦିକ ସଂଘ ର ଉତ୍କଳ ଦିବସ ପାଳନ

    ଗୋଳାମୁଣ୍ଡା/ମସିହା/୦୧/୪/ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ପାଳିତ ହୋଇଛି, ଏହି ଉପଲକ୍ଷେ କେଗାଁ ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ଙ୍କ ସହ ଭେଟିଲେ ଜନକଲ୍ୟାଣ ସାମ୍ବାଦିକ ଗଣ । ଆଜି ଆମ ରାଜ୍ୟର କୋଣ ଅନୁକୋଣରେ ଉତ୍କଳ ଦିବସ ପାଳିତ ହୋଇଛି । ଏ ଉପଲକ୍ଷେ ଗୋଳାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ଗୋଷ୍ଠିର ସମସ୍ତ ସାମ୍ବାଦିକ କେଗାଁ ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାରଙ୍କୁ ସାକ୍ଷାତ କରିଥିଲେ  ଓ ଅଞ୍ଚଳରେ ଘଟୁଥିବା ଚୋରି ଡକାୟତ , ବଳିପ୍ରଥା , କିଡନେଫ, ଆତ୍ମହତ୍ୟା ଏପରି ଅନେକ ପ୍ରକାର ଘଟଣାକୁ ନେଇ ଦୀର୍ଘ ଏକ ଘଣ୍ଟା ଧରି ଉଭୟ ସାମ୍ବାଦିକ ଓ ଥାନା ଅଧିକାରୀ ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଯୋଗୁଁ ଥାନା ପରିସରରେ ଜଳଛତ୍ର ଖୋଲିବା ପାଇଁ ଏବଂ ଥାନାରେ ଆସୁଥିବା ଲୋକଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନା ରହିବା ପାଇଁ ସାମ୍ବାଦିକ ପକ୍ଷରୁ ଅନୁରୋଧ କାରାଯାଇଥିଲା, ଏହି ପରିପ୍ରେକ୍ଷୀରେ ଥାନା ଅଧିକାରୀ ନିଶ୍ଚିତ ଭାବେ ଏହାର ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଏହି ଆଲୋଚନା ରେ ଗୋଳାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମକୁମାର ସେନାପତି, ସମ୍ପାଦକ ଈଶ୍ୱରୀ ପଟେଲ, ରବୀନ୍ଦ୍ର ରାଉତ, ଶ୍ୟାମ ସୁନ୍ଦର ଅଗ୍ରୱାଲ,ପୃଥ୍ୱୀରାଜ ତାଣ୍ଡି, ସୁଦର୍ଶନ ବେଶ୍ରା, ଖୀରସିନ୍ଦୁ ପଟେଲ, ବିସିକେସନ ଜୋତିଶ, ଜନ୍ମେଜୟ ନାଇକ, ଲୋକ ନାଥ ଟୋଲଟିଆ, ଉପେନ୍ଦ୍ର ବଗର୍ତ୍ତି ଓ ଧନରାଜ କେତକୀ ପ୍ରମୁଖ ଉପସ୍ଥିତ ଥିଲେ,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ରିପୋର୍ଟ ମସିହା,

Related posts

ଏକତା ଗୃପର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବଂଧୁମିଳନ

ଯୁବ କଂଗ୍ରେସ ତରଫରୁ ତହସିଲ କାର୍ଯ୍ୟାଳୟ ଘେରାଉ ଓ ଦାବିପତ୍ର ପ୍ରଦାନ

Sunil Chandra Nayak

କେନ୍ଦ୍ରମନ୍ତ୍ରୀଙ୍କ ମାନସିକ ପୂରଣ ପରେ ପୂଜା ଅର୍ଚନା

Leave a Comment

error: Content is protected !!