ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଟଣାଗଡ ଉପଖଣ୍ଡ ସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କଲେ ରାଜ୍ୟସଭା ସାଂସଦ 

ପାଟଣାଗଡ ଉପଖଣ୍ଡ ସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କଲେ ରାଜ୍ୟସଭା ସାଂସଦ 

ପାଟଣାଗଡ ତା 27.12 // ରାଜ୍ୟରେ ଖେଳ ଓ ଖେଳାଳିଙ୍କୁ ଆଗକୁ ନେବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁଚି ରହିଥିବା କଳା, ସଂସ୍କୃତି, କ୍ରୀଡା,ପ୍ରତିଭା କୁ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଏକ ବଳିଷ୍ଠ ମାଧ୍ୟମ । ଏହି କାର୍ଯ୍ୟକ୍ରମ ଦ୍ଵାରା ଲୁକ୍କାୟିତ ପ୍ରତିଭାମାନେ ଲୋକଲୋଚନକୁ ଆସି ପାରୁଛନ୍ତି । ରାଜ୍ୟର ବିଭିନ୍ନ ସ୍କୁଲ୍‌ କଲେଜରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଚାଲିଥିବା ବେଳେ ଏହି କ୍ରମରେ ପାଟଣାଗଡ ଜବାହାର ଲାଲ ମହାବିଦ୍ୟାଳୟରେ ମଧ୍ୟ ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ କଲେଜ୍‌ରେ ନାନା ସାଂସ୍କୃତିକ, ଖେଳ ଓ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ଅନେକ ଛାତ୍ରଛାତ୍ରୀ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ନିଜ କଳା ପ୍ରଦର୍ଶିତ କରୁଥିବା ବେଳେ କିଛି ସେମାନଙ୍କ ମଧ୍ୟରେ ଥିବା ଚିତ୍ରକଳା ପ୍ରତିଭା ସୁଯୋଗ ପ୍ରଦର୍ଶନ କରିବା ସୁଯୋଗ ପାଇଥିଲେ । ଓଡିଶା ଓ, ଯୁବ ଓଡିଶା ନବୀନ ଓଡିଶା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପାଟଣାଗଡ, ବେଲପଡା, ଖପ୍ରାଖୋଲ ବ୍ଲକ ର ସମସ୍ତ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ l ଯୁବ ସଶକ୍ତିକରଣ କରିବା ପାଇଁ ଏହା ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଏବଂ ଓଡିଶା ସରକାର ଙ୍କ ଐତିହାସିକ ପଦକ୍ଷେପ ବୋଲି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରଶଂସା କରିଥିଲେ l କୃତି ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ l ଏହି ମହତ କାର୍ଯ୍ୟକ୍ରମ ରେ ପାଟଣାଗଡ ଉପଜିଲ୍ଲାପାଳ ଡ଼ ବିଜୟlନନ୍ଦ ସେଠି, ସମସ୍ତ କଲେଜ ର ଅଧ୍ୟକ୍ଷ, ଅଧ୍ୟାପକ ଉପସ୍ଥିତ ଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଆଇନଜିବୀ ଭଗବାନ ମହାନ୍ତି ସଡ଼କ ଦୁର୍ଘଟଣା ରେ ଆହତ , ଟ୍ରାଫିକ କଣ୍ଟ୍ରୋଲ ରେ ପୋଲିସ ବିଫଳ

Sunil Chandra Nayak

ଭର୍ଚୁଆଲ ମାଧ୍ୟମରେ ଆମ ବ୍ୟାଙ୍କ୍ ଉଦ୍ଘାଟନ ରାଜ୍ୟ ସରକାର

masiha

ଗୁରୁଦିବସରେ ସମ୍ବର୍ଦ୍ଧିତ ହେଲେ ଅଧ୍ୟାପିକା ସନ୍ଧ୍ୟାରାଣୀ ପଟ୍ଟନାୟକ

masiha

Leave a Comment

error: Content is protected !!