ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ମଣ୍ଡି ୩ ପଞ୍ଚାୟତର ଧାନ ବିକ୍ରି, ସ୍ଥାନ ଅଭାବରୁ ଚାଷିଙ୍କ ମଧ୍ୟରେ ଅସନ୍ତୋଷ

କୋକସରା ମଣ୍ଡି ୩ ପଞ୍ଚାୟତର ଧାନ ବିକ୍ରି, ସ୍ଥାନ ଅଭାବରୁ ଚାଷିଙ୍କ ମଧ୍ୟରେ ଅସନ୍ତୋଷ 

କୋକସରା,୨୬/୧୨ // ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଗତ ନଭେମ୍ବର ୨୯ ରୁ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ଧାନ ମଣ୍ଡିରେ ଦେଖାଦେଇଛି ଚାଷିଙ୍କ ମଧ୍ୟରେ ଅସନ୍ତୋଷ। ଏହି ମଣ୍ଡିରେ କୋକସରା ପେକ୍ସ ଅଧୀନରେ ୩ ପଞ୍ଚାୟତ କୋକସରା, ମାଝୀଗୁଡା ଓ ରେଙ୍ଗାଳପାଲିର ଚାଷି ଧାନ ବିକ୍ରି ପାଇଁ ବ୍ୟବସ୍ଥା ରହିଥିବା ବେଳେ ଚାଷିଙ୍କ ବିକ୍ରି ଧାନ ପାଇଁ ମଣ୍ଡିରେ ଆବଶ୍ୟକ ସ୍ଥାନ ଅଭାବରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଚଳିତ ବର୍ଷ କୋକସରା ପେକ୍ସରେ ୩ ପଂଚାୟତର ୧୫୨୫ ଜଣ ଚାଷୀ ଧାନ ବିକ୍ରି ପାଇଁ ଅନ ଲାଇନ ରେଜିଷ୍ଟ୍ରେସନ କରିଥିବା ବେଳେ ଶନିବାର ସୁଦ୍ଧା ୫୮୨ ଚାଷିଙ୍କ ୨୩,୧୦୬.୫୨ କ୍ୱିଣ୍ଟାଲ ଧାନ ବିକ୍ରି ହୋଇଛି। ମଣ୍ଡିରେ ୮୦ ହଜାର କ୍ୱିଣ୍ଟାଲ ଟାର୍ଗେଟ ରହିଥିବା ବେଳେ ୭ ଗୋଟି ମିଲ ଟେଗ କରାଯାଇଛି। ଦୈନିକ ୨ ହଜାରରୁ ୨୫ ଶହ କ୍ୱିଣ୍ଟାଲ ଧାନ କ୍ରୟ ହେଉଥିବା ବେଳେ ବର୍ତ୍ତମାନ ମଣ୍ଡିରେ ୧୦ ହଜାରରୁ ଉର୍ଦ୍ଧ କ୍ୱିଣ୍ଟାଲ ଧାନ ପଡି ରହିଛି। ଅନ୍ୟପଟେ ମଣ୍ଡିରେ ସ୍ଥାନ ଅଭାଵରୁ ଅନେକ ଚାଷି ମଣ୍ଡିକୁ ଟୋକନ ଅବଧି ଥାଇ ମଧ୍ୟ ଧାନ ଆଣି ପାରୁନାହାନ୍ତି ଓ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ହାଡଭଙ୍ଗା ଶୀତ କାକରରେ ଦୀର୍ଘ ଦିନ ଧରି ମଣ୍ଡିରେ ପଡି ରହୁଥିବା ଅଭିଯୋଗ କରିଛନ୍ତି। ତେବେ ତିନି ପଞ୍ଚାୟତରେ ସ୍ୱତନ୍ତ୍ର ମଣ୍ଡି ଖୋଲିଲେହିଁ ଚାଷି ସୁଚାରୁ ରୂପେ ଧାନ ବିକ୍ରି କରିପାରିବେ ବୋଳି ଚାଷିନେତା ଶିଵ ପ୍ରସାଦ ପ୍ରଧାନୀ ସମେତ ଚାଷି ଲକ୍ଷ୍ମୀ ପ୍ରଧାନୀ, ପ୍ରକାଶ ଚୌଧୁରୀ, ସୀମାଞ୍ଚଳ ବେହେରା, ବାବୁ ସାହୁ, ଧନେଶ୍ୱର ଗୋପାଳ, କ୍ଷୀରସିନ୍ଧୁ ନେଗି, ଅଜିତ ପ୍ରଧାନୀ, ସୁନିଲ ପ୍ରଧାନୀ, ଜୟଲାଲ ନାଏକ, ସୁଶାନ୍ତ ନିଆଳ, ନବୀନ କିଶୋର ପ୍ରଧାନୀ, ସନତ ପ୍ରଧାନୀ, ପ୍ରଦୀପ ପାଟ୍ଟଯୋଷୀ ଚାଷୀମାନେ ଦାବି କରିଛନ୍ତି। ଏ ଦିଗରେ ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଚାଷିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୋକସରା, ମାଝୀଗୁଡା ଓ ରେଙ୍ଗାଳପାଲି ପଂଚାୟତରେ ସ୍ୱତନ୍ତ୍ର ଅଲଗା ଅଲଗା ମଣ୍ଡି ଖୋଲି ଚାଷିଙ୍କ ଧାନ ସଂଗ୍ରହ କରିବାକୁ ଦାବି କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

୧୩୩ ଛାତ୍ର ଛାତ୍ରୀ ୯ ଶ୍ରେଣୀ କୁ ତିନି ଶିକ୍ଷକ , ଶିକ୍ଷା ଦାନର ଦୁରାବସ୍ଥା

Sunil Chandra Nayak

ଡ଼ଙ୍ଗରଗଡ଼ ମହୋତ୍ସବ ନଭେମ୍ବର ୨୫ରେ

Sunil Chandra Nayak

କଲମପୁର – ବାଟ ବଣା ହୋଇ ପଡ଼ିଛି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ର ଦିଗ  ଓ ଉଦ୍ଦେଶ୍ୟ 

masiha

Leave a Comment

error: Content is protected !!