ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଢଣୀ ଦେଇ ଯୁବତୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଓଢଣୀ ଦେଇ ଯୁବତୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କୋକସରା,୨୮/୧୨ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଲପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବତୀ ନିମ୍ବ ଗଛରେ ନିଜ ଓଢଣୀ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଯୁବତୀ ଜଣକ ମାଲପଡା ଗ୍ରାମର ଭରତ ଦୁର୍ଗାଙ୍କ ଝିଅ ପାର୍ବତୀ ଦୁର୍ଗା (୨୧) ବୋଲି ଜଣାପଡିଛି।ସୂଚନା ମତେ ସକାଳରେ ଯୁବତୀ ଜଣକ ଗାଧେଇ ସାରିବା ଦିନ ୧୧ଟା ସମୟରେ ଗାଁ ପାଖେ ଥିବା ନିଜ ଜମିର ନିମ୍ବ ଗଛରେ ଓଢଣୀ ବେକରେ ଲଗାଇଥିବା ଲୋକେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକ ଗଛରୁ ଯୁବତୀଙ୍କୁ ଉଦ୍ଧାର କରିଥିଲେ ହେଁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି। ପରିବାର ଲୋକେ କୋକସରା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳେଇଥିବା ବେଳେ ବ୍ୟବଛେଦ ପାଇଁ କୋକସରା ଡାକ୍ତରଖାନାକୁ ଆଣି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ଯୁବତୀ ଜଣକ କାହିଁକି ଆତ୍ମହତ୍ୟା କଲେ ନା ଅନ୍ୟ କୌଣସି କାରଣ ରହିଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା ନେଇ ତଦନ୍ତକାରୀ ପୋଲିସ ଏ ଏସ ଆଇ ସନ୍ତୋଷ ନାୟକ କହିଛନ୍ତି। ଏନେଇ କୋକସରା ଥାନା କେଶ ନମ୍ବର ୨୮/୨୩ ରେ ଅପମୃତୁ ମାମଲା ରୁଜୁ ହୋଇଛି।

Related posts

ନଭେମ୍ବର ୧ ଓ ୨ ତାରିଖରେ ବିପିୟୁଟି ହାକାଥନ୍-୨୦୨୫ ଓ ଟେକ୍ କାର୍ନିଭାଲର ଶୁଭାରମ୍ଭ

Sunil Chandra Nayak

ଏକ୍ସକ୍ୟାଡ଼ର ଶିକ୍ଷକ ଙ୍କ ରଣ ହୁଙ୍କାର ଦାବି ପୂରଣ ନହେଲେ ପୁନର୍ବାର ଆନ୍ଦୋଳନ : ରାଜ୍ୟ ମହାସଂଘ

Sunil Chandra Nayak

ବସ୍ତା ଏନଏସି ଘୋଷଣା କରିଥିବାରୁ ସଦାନନ୍ଦପୁର ପଞ୍ଚାୟତ ଅଫିସ ନିକଟରେ ବାଣ ଫୁଟାଇ ଖୁସି ମନାଇଲେ 

masiha

Leave a Comment

error: Content is protected !!