ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟର ୨୫ ତମ ବାର୍ଷିକ ଉତ୍ସବରେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଯୋଗଦାନ

ବଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟର ୨୫ ତମ ବାର୍ଷିକ ଉତ୍ସବରେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଯୋଗଦାନ

 ମୟୂରଭଞ୍ଜ – ୯/୦୧ ( ମସିହା) ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ତିରିଂ ବ୍ଳକର ବଡଡାଳିମା ସ୍ଥିତ ବ୍ଳକର ଏକମାତ୍ର ଉଚ୍ଚ ବାଳିକା ବିଦ୍ୟାଳୟର ୨୫ ତମ ବାର୍ଷିକ ଉତ୍ସବ ସୋମବାର ଦିନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବଳ ଚନ୍ଦ୍ର ଦାସ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉଦଘାଟନୀରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମୁଖ୍ୟ ବକ୍ତା ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ଯୁବ ସମାଜସେବୀ ଜଲେନ ନାଏକ ,ସ୍କୁଲ ଅଧ୍ୟକ୍ଷ ଶ୍ରୀଧର ମହାପାତ୍ର, ବାସୁଦେବ ମହାପାତ୍ର,ସମ୍ମାନିତ ଅତିଥି ଵାମନଘାଟି ଉପଖଣ୍ଡ ଓଷ୍ଟା ସଂପାଦକ ଦୁର୍ଯୋଧନ ବେହେରା,ଓଷ୍ଟା ଉପସଭାପତି ଜ୍ଞାନ ରଂଜନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଅତିଥିଗଣ ବିଦ୍ୟାଳୟ ପ୍ରତିଷ୍ଠାତା ବଦାନ୍ୟ ବ୍ୟକ୍ତି ପ୍ରଭାକର ମହାପାତ୍ର ଏବଂ ତାଙ୍କ ଧର୍ମପତ୍ନୀ ପାର୍ବତୀ ମହାପାତ୍ରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅତିଥି ଗଣ ବିଦ୍ୟାଳୟର ପରିବେଶ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଠପଢ଼ା, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରୀମାନଙ୍କ ସୁସଂପର୍କକୁ ନେଇ ପ୍ରଶଂସା କରିଥିଲେ ।କଠିନ ପରିଶ୍ରମର ଫଳ ବିଳମ୍ବରେ ହେଲେ ବି ସୁସ୍ବାଦୁ ଅଟେ । ସେହିଭଳି ଦିତୀୟାର୍ଦ୍ଧରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ମୋରଡା ବିଧାୟକ ରାଜ କିଶୋର ଦାସ, ମୁଖ୍ୟ ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ପ୍ରଶାସକ ଶ୍ରୀ ପରିକ୍ଷିତ ଦାସ, ସମ୍ମାନିତ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୁର୍ଣ ଚନ୍ଦ୍ର ସେଠୀ, ମୟୂରଭଞ୍ଜ ଜିଲ୍ଲା ସଦର ଵିଜେଡି ସଭାପତି ଶ୍ରୀ କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ବ୍ଳକ ଗୋଷ୍ଠୀ ଶିକ୍ଷା ଅଧକାରୀ ଯଜ୍ଞେଶ୍ବର ଯେନା,ଅନ୍ୟତମ ଅତିଥି ତିରିଂ ତହସିଲଦାର ଶୁସାନ୍ତ ବେହେରା, ସମ୍ମାନିତ ଅତିଥି ତିରିଂ ବ୍ଳକ ପୂର୍ବତନ ଅଧ୍ୟକ୍ଷ ଵଳଦେଵ ହେମ୍ବ୍ରମ, ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ପୂର୍ବତନ ବ୍ଳକ ଅଧ୍ଯକ୍ଷା ଜେମାମଣି ଷୁଣ୍ଢି , ଉତ୍ତମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଶିଷ୍ଟ ଭାଷ୍ଯକାର ଶିକ୍ଷକ ସୁବାସ ପାତ୍ର ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟଙ୍କା ବାକ୍ସ ଖୋଲାଯାଇଛି । ବିଦ୍ୟାଳୟ କୁ ୫ ଟି ରୂପାନ୍ତରଣ, ଶିକ୍ଷକ, କମ୍ପ୍ୟୁଟର,ବହି, ଖାଦ୍ୟ,ଯୋତା,ସବୁକିଛି ଦିଆଯାଉଛି । ସମସ୍ତେ ଭଲ ପଢ ଓ ଆଗକୁ ବଢ ବୋଲି କହିଥିଲେ । ଅନ୍ୟ ଅତିଥିବୃନ୍ଦ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ପିଲାମାନଙ୍କୁ ସଂସ୍କାର ,ପ୍ରେରଣା,ସମୟ, ଉତ୍ସାହିତ କରାଅ , ସ୍ବପ୍ନ ଦେଖାଅ ବୋଲି କହିଥିଲେ।ପରେ ବାର୍ଷିକ ଉତ୍ସବ ପାଇଁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।ପରେ ପରେ ଛାତ୍ରୀମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବେଡ଼ାଗାଁ ଗ୍ରାମପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

ବିଜାତଳା ବନ ବିଭାଗ କାର୍ଯ୍ଯାଳଳୟରେ କୃଷକ ଦକ୍ଷତା ବୃଦ୍ଧି ତାଲିମ ଶିବିର

Sunil Chandra Nayak

ମହାମହିମ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

masiha

Leave a Comment

error: Content is protected !!