ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସହରରେ ବିଭିନ୍ନ ୱାର୍ଡ ରେ ଜୟ ଜଗନ୍ନାଥ ଅର୍ପଣ ରଥର ପରିକ୍ରମା

ରାଇରଙ୍ଗପୁର ସହରରେ ବିଭିନ୍ନ ୱାର୍ଡ ରେ ଜୟ ଜଗନ୍ନାଥ ଅର୍ପଣ ରଥର ପରିକ୍ରମା.

ଘରକୁ ଘର ବୁଲି ସଂଗ୍ରହ କରାଯିବ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ.

ମୟୂରଭଞ୍ଜ ତା ୦୯-୦୧-୨୦୨୪ ରିଖ ( ମସିହା)ଜଗନ୍ନାଥ ସଂସ୍କୃତି ର ପ୍ରଚାର, ପ୍ରସାର, ସଂରକ୍ଷଣ ନିମନ୍ତେ ଓ ସମସ୍ତ ଜନସାଧାରଣ ଙ୍କୁ ଏହି ପବିତ୍ର ମହାନ ସଂସ୍କୃତି ସହିତ ସାମିଲ କରିବା ଉଦେଶ୍ୟ ରେ ରାଇରଙ୍ଗପୁର ପୌରାଞ୍ଚଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଛି. ଉକ୍ତ ରଥ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ସମସ୍ତ ୧୫ଟି ୱାର୍ଡ ରେ ପର୍ଯ୍ୟାୟ କ୍ରମେ ପରିକ୍ରମା କରି ସଂକୀର୍ତନ ମଣ୍ଡଳୀ ସହିତ ଘରକୁ ଘର ବୁଲି ପ୍ରତ୍ୟେକ ଗୃହରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ. ୦୮ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ମଧ୍ୟରେ ଏହି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟ ସମାପନ କରାଯାଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ରେ ଏକତ୍ରିତ କରାଯିବ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ କାର୍ଯ୍ୟକ୍ରମ ଉପଲକ୍ଷେ ମହାପ୍ରଭୁ ଙ୍କୁ ଅର୍ପଣ ପାଇଁ ପୁରୀ ଶ୍ରୀମନ୍ଦିର କୁ ପ୍ରେରଣ କରାଯିବା ପାଇଁ ବ୍ୟବସ୍ଥା କରାଯିବ.।

ଏଥି ସହିତ ପୁରୀ ଠାରେ ଚଳିତ ଜାନୁଆରୀ ମାସ ୧୭ ତାରିଖ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଭବ୍ୟ ଲୋକାର୍ପଣ କାର୍ଯ୍ୟକ୍ରମ ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣ ଙ୍କ ଦର୍ଶନ ନିମନ୍ତେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ କାର୍ଯ୍ୟକ୍ରମ ର ସିଧାପ୍ରସାରଣ ପାଇଁ ବ୍ୟବସ୍ଥା କରାଯିବା ସହ ପ୍ରସାଦ ସେବନ ର ଆୟୋଜନ କରାଯାଇଛି.

ଏହି ଉପଲକ୍ଷେ ଗତକାଲି ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆମ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଜୟ ଜଗନ୍ନାଥ ରଥ କୁ ରାଇରଙ୍ଗପୁର ପୌରପାଳିକା ର ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ, ମୋରଡା ବିଧାୟକ ଶ୍ରୀ ରାଜକିଶୋର ଦାସ ଓ ଓଡିଶା ସରକାର ଙ୍କ ଶକ୍ତି ବିଭାଗ ଅଧିନସ୍ଥ ଗ୍ରାମ୍ୟ ବିଦ୍ୟୁତକରଣ ର ଉପଦେଷ୍ଟା (ODSSP) ଶ୍ରୀ ଦୀପ୍ତିମାନ ବଳ ପ୍ରମୁଖ ମହାପ୍ରଭୁ ଙ୍କୁ ଅରୁଆ ଚାଉଳ ଓ ଗୁଆ ଅର୍ପଣ ପୂର୍ବକ ସଂକୀର୍ତନ ସହ ଜୟ ଜଗନ୍ନାଥ ଧ୍ୱନି ରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରିଥିଲେ.ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମେତ ପୌର ପାଳିକା ର ଉପାଧ୍ୟକ୍ଷା ଶ୍ରୀମତୀ ମମିତା ଚୌଧୁରୀ, ସମସ୍ତ କାଉନସିଲର,ପୌରପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ନାୟକ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି,ପୌର କର୍ମଚାରୀ,ସ୍ଵଚ୍ଚ ସାଥି, ମିଶନ ଶକ୍ତି ସଦସ୍ୟା, ବିଭିନ୍ନ ପଦାଧିକାରୀ ଏବଂ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ.।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ସଡକ ଦୁର୍ଘଟଣାରେ ଅଦ୍ଧାପକ ଗୁରୁତର,କଟକ ସ୍ଥାନାନ୍ତର

Sunil Chandra Nayak

ଵେଲପଡା ପଞ୍ଚାୟତ ସମିତି ବୈଠକରେ ହୋହାଲ୍ଲା ସମିତି ସଭ୍ୟା ସଭ୍ୟ ଙ୍କ ଗୃହ ତ୍ୟାଗ 

masiha

କର୍ଲ।କୋଟରେ ଶନିଶ୍ଚର ମେଳା ଉଦଯାପିତ

Leave a Comment

error: Content is protected !!