ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅର୍ପଣ ରଥ ପରିକ୍ରମାରେ ଯୋତା ପିନ୍ଧି କୀର୍ତ୍ତନ “କୋଟି କୋଟି ଜଗନ୍ନାଥ ପ୍ରେମିଙ୍କୁ ଦେଇଛି ଆଘାତ

 ଅର୍ପଣ ରଥ ପରିକ୍ରମାରେ ଯୋତା ପିନ୍ଧି କୀର୍ତ୍ତନ “କୋଟି କୋଟି ଜଗନ୍ନାଥ ପ୍ରେମିଙ୍କୁ ଦେଇଛି ଆଘାତ

 ରାଜନଗର -12.1.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଵନ୍ଧପଡା ପଞ୍ଚାୟତରେ ଅର୍ପଣ ରଥ ପରିକ୍ରମାରେ ଭକ୍ତ ଗୁଆ ଅରୁଆ ଚାଉଳ ଜଗନ୍ନାଥଙ୍କୁ ସମର୍ପଣ କରି ଆଶୀଷ ନେଉଥିଲେ। ଏହି ପରିପ୍ରେକ୍ଷୀରେ ଅର୍ପଣ ରଥକୁ ହରିବୋଲ ହୁଳହୁଳି ଶଙ୍ଖନାଦ କୀର୍ତ୍ତନରେ ପ୍ରଙ୍କପିତ ହେଉଥିଲା ବନ୍ଧପଡା ପଞ୍ଚାୟତର ଚକିବାଙ୍କ, ଦକ୍ଷିଣଦାଣ୍ଡି,ଵନ୍ଧପଡା,ଜେନାସାହି,ମଧ୍ୟପଡା, ଟାଙ୍ଗଣତୈଳା,ସନ୍ଥପଡା,ଗୋବିନ୍ଦପୁରୁ,କଣ୍ଡିଆ ପ୍ରଵୃତିଗାଁ। ହେଲେ ଅର୍ପଣ ରଥ ସାଥିରେ ଯାଉଥିବା କୀର୍ତ୍ତନ ମଣ୍ଡଳୀ ସମସ୍ତେ ଯୋତା ଖୋଲି ଖାଲି ପାଦରେ କୀର୍ତ୍ତନ କରୁଥିବା ଵେଳେ ଵିଜେଡି ମିଡିଆ ପ୍ରଭାରୀ ଶ୍ରୀ ଵିଜୟ ନାୟକ ଯୋତା ପିନ୍ଧି କୀର୍ତ୍ତନ କରୂଥିବା ଦେଖି ଜଗନ୍ନାଥ ପ୍ରେମୀଙ୍କୁ ଏପରି ବ୍ୟବହାର ଆଘାତ ଦେଇଥିଲା। ସେମାନେ କହିଥିଲେ ବିଜୟ ନାୟକ ନିଜର ସ୍ୱାର୍ଥ ପାଇଁ ବିଜେପିର ଝଣ୍ଡା ଧରି ନିଜକୁ ଵିଜେପିର ଆଗଧାଡିର କର୍ମୀ ସାଜିଥିଲା। ସେଠାରେ ଜଗନ୍ନାଥଙ୍କୁ ସମ୍ମାନ ଦେଵା ଜାଣିଥିବା ଵେଳେ ଏଵେ ଵିଜେଡିର ମିଡିଆ ପ୍ରଭାରୀ ହୋଇ କୌଣସି ଦେଵା ଦେଵୀଙ୍କ ଠାରେ କିପରି ସେମାନଙ୍କୁ ସମ୍ମାନ ଦେଇ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ଓ ଅନ୍ୟମାନଙ୍କୁ ସେଥିପ୍ରତି ଆକୃଷ୍ଟ କରିବା ମିଡିଆ ପ୍ରଭାରୀ ଶ୍ରୀ ନାୟକ ଶିଖିପାରି ନାହାଁନ୍ତି। ଯାହାଫଳରେ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ କରିଥିବା ଅହଂକାରୀ ଵିଜୟ ନାୟକ ମହାପ୍ରଭୁଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ,ଯୋତା ପିନ୍ଧା ସଂକୀର୍ତ୍ତନ ଓ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରିବା ଭିଡିଓ ମୋବାଇଲକୁ ମୋବାଇଲ ଘୂରିଵୁଲୁଥିବା ଦେଖି ଜଗନ୍ନାଥ ସେନାର ରାମ ଦାସ, ବ୍ରହ୍ମାନନ୍ଦ ଵ୍ରହ୍ମଚାରୀ, ବୀରଭଦ୍ର ଆଚାର୍ଯ୍ୟ, ପଦ୍ମନ ମିଶ୍ର, ଶାନ୍ତିଲତା ଦାସ, ରାଘବ ବଡସିହାର, ପତିତ ପାବନ ଦୁଵେ, ଭାବଗ୍ରାହୀ ସାହୁ ଏପରି ଵହୁ ସଦସ୍ୟ ଦାବୀ କରିଛନ୍ତି। ହେଲେ ଏହାକୁ ନେଇ ବିଭିନ୍ନ ମହଲରେ ଅଶାନ୍ତର ଵହ୍ନି ଜଳୁଥିବା ଵେଳେ ଵ୍ଲକ କଂଗ୍ରେସ ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ଜେନା କହିଛନ୍ତି ଜଗତର ନ୍ନାଥ ପ୍ରଭୁ ଜଗନ୍ନାଥଙ୍କୁ ବିଜେଡି ମିଡିଆ ପ୍ରଭାରୀ ଶ୍ରୀ ନାୟକ ଘୋର ଅପମାନ କରିଥିବା ନେଇ ତାଙ୍କ ନେତା ପ୍ରତିବାଦ ନ କରି ନିରଵ ରହୁଥିବାରୁ ସର୍ଵସାଧାରଣରେ କ୍ଷମା ପ୍ରାର୍ଥନା କରିବା ଉଚିତ୍। ମୁଖ୍ୟ ମନ୍ତ୍ରୀଙ୍କ ଆଧ୍ୟାତ୍ମିକ ଭାଵଧାରାକୁ ରାଜନଗର ବିଜେଡି ନେତା ଅର୍ପଣ ରଥ ପରିକ୍ରମାରେ ଅସମ୍ମାନୀତ କରି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛନ୍ତି ଵୋଲି ଶ୍ରୀ ଜେନା ମତପ୍ରକାଶ କରିଛନ୍ତି। ଏନେଇ ମିଡିଆ ପ୍ରଭାରୀ ଶ୍ରୀ ନାୟକଙ୍କ ପ୍ରତିକ୍ରିୟା ନେଵାରୁ ହାଲକା ଭାଵେ ନେଇ ଉତ୍ତରରେ କହିଥିଲେ ମୋ ମନରେ ଭକ୍ତି ଅଛି, ବହୁ ଲୋକ ଯୋତା ପିନ୍ଧି ରଥ ଟାଣୁଛନ୍ତି, ତେଣୁ ମୁଁ ଯୋତା ପିନ୍ଧି କୀର୍ତନ କରିବା ସେଥିରେ କିଛି ଅସୁଵିଧା ନାହିଁ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଏକଦା ଗୃପ ତରଫରୁ ବନ୍ଧୁ ମିଳନ ଓ ନବବର୍ଷ ପାଳନ

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିକାଶ ଦିବସ ପାଳନ

masiha

ଭୁବନ ଅଞ୍ଚଳର ବିକାଶରେ ବାଧକ ସାଜୁଛି ଜବରଦଖଲ

Sunil Chandra Nayak

Leave a Comment

error: Content is protected !!