ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି: କୋକସରା ରେ ଖୋଲିବ ଅବକାରୀ ଥାନା, ରାଜ୍ୟ କ୍ୟାବିନେଟ ରେ ପ୍ରସ୍ତାବ ପାରିତ

କଳାହାଣ୍ଡି: କୋକସରା ରେ ଖୋଲିବ ଅବକାରୀ ଥାନା, ରାଜ୍ୟ କ୍ୟାବିନେଟ ରେ ପ୍ରସ୍ତାବ ପାରିତ

ରାଜ୍ୟ କ୍ୟାବିନେଟ ରେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ରେ ନୂତନ ଅବକାରୀ ଥାନା ଖୋଲିବା ନେଇ ପ୍ରସ୍ତାବ ପାରିତ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲାରର ଶେଷ ସୀମା ରେ ରହିଛି କୋକସରା ବ୍ଲକ । ଏହି ବ୍ଲକ ର ପରିସୀମା ଧର୍ମଗଡ଼, ଜୟପାଟଣା, ନବରଙ୍ଗପୁର ଓ ଛତିଶଗଡ଼ ରାଜ୍ୟ ସହ ଲାଗି ରହିଛି। ପୂର୍ବରୁ ଜୟପାଟଣା ରେ ଅବକାରୀ ଥାନା ରହିଥିବା ବେଳେ ଏହି ଥାନା ର ଅଧୀନରେ ଜୟପାଟଣା ଓ କୋକସରା ବ୍ଲକ ର ୪୪ ପଂଚାୟତ ରହିଛି। ଜାତୀୟ ରାଜପଥ ୨୬ ଓ ବିଜୁ ଏକ୍ସପ୍ରେସ କୋକସରା ବ୍ଲକ ଦେଇ ଯାଇଥିବା ବେଳେ ମାଲକାନଗିରି,କୋରାପୁଟ ଦେଇ ଗଞ୍ଜେଇ, ମଦ, ନିଶା କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଅବକାରୀ ପୋଲିସ ବିଭାଗ ପକ୍ଷରୁ ଅନେକ ସମୟରେ ରାସ୍ତା ଦେଇ ଯାଉଥିବା ଗାଡି ମୋଟର ରୁ ଚୋରା ଚାଲାଣ ଗଞ୍ଜେଇ, ମଦ ଜବତ କରାଯାଇଛି। କୋକସରା ବ୍ଲକ ରେ ଆମପାଣି ଓ କୋକସରା ରେ ପୋଲିସ ଥାନା ରହିଥିବା ବେଳେ ଅବାଧ ନିଶା କାରବାର ରୋକିବାକୁ ଅବକାରୀ ଥାନା ଖୋଲିବାକୁ ଦାବି ହୋଇ ଆସୁଥିଲା।ଆଜି ରାଜ୍ୟ କ୍ୟାବିନେଟ ରେ କୋକସରା ରେ ଅବକାରୀ ଥାନା ଖୋଲିବା ନେଇ ମଞ୍ଜରୀ ମିଳିବା ପରେ ଆଗାମୀ ଦିନରେ ଅବକାରୀ ଥାନା ଖୋଲିବା ପରେ ନିଶା କାରବାର ଉପରେ ରୋକ ଲାଗିବା ନେଇ ଜନସାଧାରଣ ଆଶା ବ୍ୟକ୍ତି ରଖିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଇନଜୀବୀ ସଂଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ପାଳିତ ହେଲା ୭୮ତମ ସ୍ବାଧୀନତା ଦିବସ 

masiha

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ଅବସରରେ ଶୋଭାଯାତ୍ରା 

Sunil Chandra Nayak

Leave a Comment

error: Content is protected !!