ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଷେଧାଞ୍ଚଳରେ ମାଛ ମାରିବା ମହଙ୍ଗା ପଡିଲା, ଭୁଟିଭୁଟି ଓ ଆନୁସଙ୍ଗିକ ସାମଗ୍ରୀ ଜବତ ସହ ୫ଜଣଙ୍କୁଗିରଫ କରିଛି ବନ ବିଭାଗ

ନିଷେଧାଞ୍ଚଳରେ ମାଛ ମାରିବା ମହଙ୍ଗା ପଡିଲା, ଭୁଟିଭୁଟି ଓ ଆନୁସଙ୍ଗିକ ସାମଗ୍ରୀ ଜବତ ସହ ୫ଜଣଙ୍କୁଗିରଫ କରିଛି ବନ ବିଭାଗ

ରାଜନଗର -23.1.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ ଖଣ୍ଡ ଅଧିନସ୍ଥ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମେଡେଲି ମାଉଥ୍ ଠାରୁ ପ୍ରାୟ ୧କିମି ଦୂରରେ ଗତକାଲି ଜୟମା ଗଙ୍ଗା ନାମକ ଭୁଟୁଭୁଟି ମାଛମାରୁଥିବା ଵେଳେ ଅପରାହ୍ନରେ ଵନଵିଭାଗର ଦୃଷ୍ଟି ଗୋଚର ହୋଇଥିଲା। ଫରେଷ୍ଟର ପ୍ରଫୁଲ୍ଲ କୁମାର ମାଝିଙ୍କ ନେତୃତ୍ୱରେ ବନଵିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ଏହି ଭୁଟୁଭୁଟି ସମେତ ଆନୁସଙ୍ଗିକ ଜଵତ କରି ୫ଜଣ ମତ୍ସ୍ୟଜୀଵୀଙ୍କୁ ଗିରଫ କରିଥିବା ରେଞ୍ଜର ଶ୍ରୀ ପ୍ରଦୋଷ କୁମାର ମହାରଣାଙ୍କ ସୂଚନାରୁ ଜଣାପଡିଛି। ଏହି ରେଞ୍ଜ ଅଧୀନ ବରୁଣେଇ ଫରେଷ୍ଟର ଶ୍ରୀ ମାଝିଙ୍କ ରିପୋର୍ଟ ପ୍ରକାରେ ବେଆଇନ ଭାବେ ମାଛମାରୁଥିବା ଦେଖି ବନଵିଭାଗ କାବୁ କରି କୁଳକୁ ଆଣିଥିଲେ। ସେଠାରେ ଭୁଟୁଭୁଟି ଜଵତ କରିବା ଥ ୧,ଜିପିଏସ୍ ୧,କାଣିଜାଲ ୧ପ୍ରାୟ ୫୦୦୦ମିଟର, ୧୨୦କେଜି ମାଛ ଜଵତକରି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରେଞ୍ଜର ପ୍ରକାଶ କରିଛନ୍ତି। ଗିରଫ ଵ୍ୟକ୍ତି ହେଲେ ନିମାଇ ମଣ୍ଡଳ , ହରିପଦ ବିଶ୍ୱାସ ,ଦାଶରଥି ଦାସ ,ରଵିନ୍ଦ୍ର ଗ଼଼ଇଁ, ଦେଵବ୍ରତ ମାଝି ପ୍ରମୁଖ କେନ୍ଦ୍ରାପଡା ଜିଲ୍ଲାର ଵୋଲି ଜଣାପଡିଛି। ଏଠାରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଏତେ କଟକଣା ପରେ ଵନ ବିଭାଗକୁ ଚାଲେଞ୍ଜ ଦେଇ ମାଛ ମାଫିଆମାନେ ମାଛ ମାରୁଥିବାରୁ ଵନ ବିଭାଗର ଗଳାବାଟ ଥାଇ ପାରେ ବୋଲି ସେମାନେ ସହଜରେ ମୁକୁଳୀଯାଉଥିବାରୁ , ବନ ବିଭାଗ କର୍ମଚାରୀଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ଚଢ଼ାଉ, ୨ ଜଣ ଗିରଫ

Sunil Chandra Nayak

ବେକରେ ଦଉଡି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

Sunil Chandra Nayak

ବାଇକକୁ ଧକ୍କା ଦେଇ ଜାଇଲୋ କାର ଚମ୍ପଟ ମାରିଥିବା ବେଳେ ଧରିଲା ପୋଲିସ

masiha

Leave a Comment

error: Content is protected !!