ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାହାନିଆଁ ପର୍ଯ୍ୟଟନସ୍ଥଳୀରେ ଭଦ୍ରକ ମହାବିଦ୍ୟାଳୟର ୧୯୮୨ ମସିହା ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଵଂଧୁମିଳନ

ଜାହାନିଆଁ ପର୍ଯ୍ୟଟନସ୍ଥଳୀରେ ଭଦ୍ରକ ମହାବିଦ୍ୟାଳୟର ୧୯୮୨ ମସିହା ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଵଂଧୁମିଳନ

ମୟୂରଭଞ୍ଜ – (ମସିହା) ଗୋଟିଏ ସୁସ୍ଥ ମଣିଷ ପାଇଁ ଭଲ ବଂଧୁ,ଭଲ ବହି ଏବଂ ଭଲ ନିଦ ହିଁ ଆବଶ୍ୟକ ହୋଇଥାଏ । ମଣିଷ ଯେତେବେଳେ ପାରିବାରିକ, ସାମାଜିକ, ସରକାରୀ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ,ବେପାର ବାଣିଜ୍ୟ ଯେଉଁଥିରେ ବି କିଛି ଅସୁବିଧାରେ ସମ୍ମୁଖୀନ ହୁଏ ସେତେବେଳେ ପିଲାଦିନର ସାଙ୍ଗ ସହିତ କିଛି ସମୟ ନିଜର ଦୁଃଖ ଓ ଖୁସି ବାଣ୍ଟିଲେ ମନ ପ୍ରଫୁଲ୍ଲିତ ହୋଇଥାଏ ।ଜୀବନରେ ଯଦି ସାଙ୍ଗ ଓ ବଂଧୁର ଅଭାବ ଥାଏ ଜୀବନଟା ଖାଲି ଖାଲି ଶୁଷ୍କ ଲାଗେ । ସାଙ୍ଗ ସବୁବେଳେ ସାଙ୍ଗର ସୁଖ, ଶାନ୍ତି ଓ ଦୀର୍ଘାୟୁ ହିଁ କାମନା କରିଥାଏ । ସାଙ୍ଗ ହୀରା,ମୋତି,ମାଣିକ ଠାରୁ ବି ମୂଲ୍ୟବାନ । ପୁରୀ ଜିଲ୍ଲାର ଅସ୍ତରଙ୍ଗ ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଜାହାନିଆଁ ସମୁଦ୍ର ବେଳାଭୂମି ଏବଂ ଝାଉଁବଣ ପରିବେଷ୍ଟିତ ଜଙ୍ଗଲ ମନୋରମ ପରିବେଶ ମଧ୍ୟରେ ଭଦ୍ରକ ମହାବିଦ୍ୟାଳୟର ୧୯୮୨ ମସିହା ଇଣ୍ଟରମିଡିଏଟ ବିଜ୍ଞାନର ବଂଧୁ ମାନଙ୍କର ଏକ ଵଂଧୁମିଳନ କାର୍ଯ୍ୟକ୍ରମ ଆନନ୍ଦ ଓ ଉଲ୍ଲାସର ସହ ହୋଇଯାଇଛି । ବଂଧୁମାନେ ବୟସ ଅପରାହ୍ନର ପାହଚରେ ପହଞ୍ଚିବାକୁ ଯାଉଥିବାଵେଳେ ଅତୀତର ସେହି ପାଗଳପନ,ସେହି ଉନ୍ମାଦନା,କିଛି ରାଗଋଷା,ମାନ ଓ ଅଭିମାନ,ଖଟାମିଠା ଦୁଷ୍ଟାମୀ, ଥଟ୍ଟା ତାମସା ସବୁକିଛି ମନେ ପଡି ଯାଉଥିଲା ଏହି ବଂଧୁ ମିଳନ ଅବସରରେ । ପରସ୍ପରକୁ ଦେଖିଲା କ୍ଷତି ଦୀର୍ଘ ୪୧ ବର୍ଷର ପୁରୁଣା ସ୍ମୃତି ମନରେ ଉଙ୍କି ମାରିବା ସହିତ ଉଜ୍ଜୀବୀତ ହୋଇ ଉଠେ ।ଏହି ବଂଧୁ ମିଳନରେ କେହି କେହି ୪୦ ବର୍ଷ ପରେ ଭେଟଘାଟ କିଛି ସମୟ ଭାବମୟ ପରିବେଶ ସୃଷ୍ଟି କରିଥିଲା ଯାହା କି ଭାଷାରେ ପ୍ରକାଶ କରି ହେଉ ନ ଥିଲା ।ଦେହରେ ଶିହରଣ ସୃଷ୍ଟି ହୋଇଥିଲା । ବଂଧୁମାନେ ପରସ୍ପରକୁ କୁଣ୍ଢାକୁଣ୍ଢି ହୋଇ ଆଲିଙ୍ଗନ କରି ଖୁସି ବାଣ୍ଟି ହୋଇଥିଲେ ।ପରସ୍ପରର ପରିବାର ସହିତ ମିଳାମିଶି କରି ହୃଦଖୋଲା କରି କଥୋପକଥନ ନିଜକୁ ହଜାଇ ଦେଇଥିଲେ । ବଣଭୋଜି କରିବାସହ ସୁସ୍ବାଦୁ ଖାଦ୍ୟ ଖାଇଥିଲେ ।ହାତ ଧରାଧରି ହୋଇ ଜାହାନିଆଁ ସମୁଦ୍ର ବେଳଭୂମିରେ ବୁଲି ବୁଲି ନୀଳ ଜଳରାଶି ଓ ଢେଉକୁ ଦେଖି ବିମୋହିତ ହେବା ସହ ନିଜକୁ ଅଲଗା ଦୁନିଆରେ ହଜାଇ ଦେଇଥିଲେ ।

 ପୀର୍ ଜାହାନିଆଁ ମନ୍ଦିରକୁ ଯାଇ ସେଠାରେ ଚାଦର ଚଢାଇ ସମସ୍ତ ସାଙ୍ଗର ଦୀର୍ଘାୟୁ,ସୁସ୍ଥ,ଶାନ୍ତି,ଖୁସି ଓ ପାରିବାରିକ ମଙ୍ଗଳ କାମନା କରିବା ସହ ଘର‌ ବାହୁଡିବା ସମୟରେ ଆଖି ଛଳଛଳ କରି ଆଉ କେବେ ସେ ଦିନ ଫେରିବ ଏବଂ ପୁଣି ହସଖୁସିକୁ ପରସ୍ପର ମଧ୍ୟରେ ବାଣ୍ଟିବା ନେଇ ସାମାନ୍ୟ ଶୁଖିଲା ମୁହଁକୁ ଲୁଚାଇ ଫେରି ଯାଇଥିଲେ । ବଂଧୁ ମିଳନ ଆସର ର ସଫଳତା ପଛରେ ପୁରୀ ଜିଲ୍ଲା ଗ୍ରାମ୍ୟ ପାନୀୟଜଳ ଓ ପରିମଳ ଖଣ୍ଡ କାର୍ଯ୍ୟାଳୟର ବିଶିଷ୍ଟ ସମାଜସେବୀ ପରୋପକାରୀ,ଦରଦୀ ବଂଧୁ ସୁପରିଣ୍ଟେଡେଣ୍ଟ ଇଂ ଅଭିମନ୍ୟୁ ବାରିକ ଏବଂ ତାଙ୍କ ସହଧର୍ମିଣୀ ମାନସୀରାଣୀଙ୍କ ଅଦମ୍ଯ ପ୍ରଚେଷ୍ଟାକୁ ସବୁ ସାଙ୍ଗମାନେ ଭୁରି ଭୁରି ପ୍ରଶଂସା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Koraput Shines at State-Level Sampoornata Abhiyaan Samman Samaroha

Sunil Chandra Nayak

ଚିଲିଚିଲା ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!