ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧିର ୨ବର୍ଷ ବିତିଲା, ତଥାପି ହୋଇନି କାର୍ଯ୍ୟକ୍ଷମ

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧିର ୨ବର୍ଷ ବିତିଲା, ତଥାପି ହୋଇନି କାର୍ଯ୍ୟକ୍ଷମ

କୋକସରା,// ରାଜ୍ୟ ସରକାର ଗମନାଗମନ କ୍ଷେତ୍ରରେ ଜନ ସାଧାରଣଙ୍କୁ ସୁବିଧା ଯୋଗାଇ ଦେବାକୁ ସଡକ ସହ ବିଜୁ ସେତୁ ନିର୍ମାଣ କରି ଗ୍ରାମାଞ୍ଚଳରେ ଗମନାଗମନକୁ ସରଳିକରଣ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଅନେକ ପ୍ରକଳ୍ପ ବିଭାଗୀୟ ଅଧିକାରୀଙ୍କ ଅପାରଗତା କାରଣରୁ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନପାରି ଅଧପନ୍ତରିଆ ରହିଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ଖପ୍ରାମାଲ ଗ୍ରାମ ନିକଟରେ ବେହେରା ନଦୀ ଉପରେ ଅଞ୍ଚଳ ବାସୀଙ୍କ ଦୀର୍ଘବର୍ଷର ଦାବି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସେତୁ ଯୋଜନାରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବିଜୁ ସେତୁ ନିର୍ମାଣ ପାଇଁ ବିଭାଗୀୟ ଅନୁଦାନ ୪୭୬.୦୨ ଲକ୍ଷ ଟଙ୍କା ବ୍ୟୟ ବରାଦ ଅଟକଳରେ ସେତୁ ନିର୍ମାଣ ପାଇଁ ଜୈନିକ ଠିକାସଂସ୍ଥାକୁ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ କାର୍ଯ୍ୟ ଆରମ୍ଭ ୨୦/୦୧/୨୦୨୦ ଓ କାର୍ଯ୍ୟ ଶେଷ ୧୯/୦୭/୨୦୨୧ ରହିଥିବା ସୂଚନା ଫଳକ ରେ ରହିଥିବା ବେଳେ ଅବଧିର ୨ ବର୍ଷ ରୁ ଉର୍ଦ୍ଧ ସମୟ ପରେ ମଧ୍ୟ ବିଜୁ ସେତୁ କାର୍ଯ୍ୟକ୍ଷମ ହୋଇନାହିଁ। ଏହି ସେତୁଟି କାର୍ଯ୍ୟକ୍ଷମ ହେଲେ କୋକସରା ବ୍ଲକରୁ ଧର୍ମଗଡ଼, ନବରଙ୍ଗପୁର ଓ ପଡୋଶୀ ରାଜ୍ୟ ଛତିଶଗଡ଼କୁ ଲୋକେ ଯାତାୟାତରେ ସୁବିଧା ପାଇବେ। ବିଜୁ ସେତୁ କାର୍ଯ୍ୟକ୍ଷମ ନେଇ ଧର୍ମଗଡ଼ ବିଭାଗୀୟ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମାଝୀଙ୍କୁ ପଚାରିବାରୁ ଗ୍ରାମବାସୀ ଓ ଠିକାସଂସ୍ଥା ମଧ୍ୟରେ ଜାଗା ସମସ୍ୟାକୁ ନେଇ ବିବାଦ ଯୋଗୁଁ କାର୍ଯ୍ୟ ବନ୍ଦ ରହିଛି,ଖୁବ ଶୀଘ୍ର ବିଜୁ ସେତୁ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି।

ମସିହା ନିୟୂଜ ସର୍ଭିସ୍ 

Related posts

ବାଲ୍ୟ ବିବାହ କୁ ରୋକିବା ପାଇଁ ଜିଲ୍ଲା ସ୍ତରୀୟ କୌଶଲାତ୍ମକ କାର୍ଯ୍ୟ ଯୋଜନା ୨୦୨୬-୨୯

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକ୍ ର ଡଙ୍ଗରଭେଜା ଓ ଦହଣା ଉଚ୍ଚବିଦ୍ୟାଳୟ ଅପଗ୍ରେଡ ହେଉଥିବାବେଳେ ତେନ୍ତୁଳିଖୁଣ୍ଟି ବ୍ଲକରେ ଗୋଟିଏ ବି ନାହିଁ 

ଚାରବାହାଲକୁ ବ୍ଲକ୍ ମାନ୍ୟତା ଦାବୀ ଆନ୍ଦୋଳନ ପାଇଁ ସଜବାଜ ହେଲେ ପଞ୍ଚାୟତ ବାସି

masiha

Leave a Comment

error: Content is protected !!