ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ସାମିଲ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାଷ୍ଟ୍ରୟ ଗ୍ରାମ ପ୍ରଧାନ/ସରପଞ୍ଚ୍ ରାଜ୍ୟ ସଂଗଠନର ସ୍ୱାଗତ

ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ସାମିଲ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାଷ୍ଟ୍ରୟ ଗ୍ରାମ ପ୍ରଧାନ/ସରପଞ୍ଚ୍ ରାଜ୍ୟ ସଂଗଠନର ସ୍ୱାଗତ

କଟକ:ଆମ ଓଡ଼ିଶା ନବୀନ ଓଡ଼ିଶାକୁ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ ସାମ୍ନାକୁ ଆସିଛି।ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ସାମିଲ କରାଯାଉ ବୋଲି ହାଇୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି।ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଛି । କିନ୍ତୁ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ଏହା ଠାରୁ ଦୂରେଇ ରଖି ସରକାର ବିଡିଓ ମାନଙ୍କ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରାଉଥିଲେ । ଯାହା ଫଳରେ ସାରା ଓଡିଶାର ସରପଞ୍ଚ୍ ମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହିତ ରାଜରାସ୍ତାକୁ ଓଲ୍ଲେଇଥିଲେ। ଏପରିକି ଏହି ଯୋଜନାରେ ସରପଞ୍ଚ୍ ମାନଙ୍କୁ ସାମିଲ କରିବାକୁ ନେଇ ହାଇକୋର୍ଟରେ ସରପଞ୍ଚ ଓ ଜନପ୍ରତିନିଧି ମାନେ ଆବେଦନ କରିଥିଲେ । ଆବେଦନ ସପକ୍ଷରେ ଯାଇ ହାଇକୋର୍ଟ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ସାମିଲ କରିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ରାୟ ଆଜି ପ୍ରକାଶ ପାଇଛି।ମାନ୍ୟବାର ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ କୁ ରାଷ୍ଟ୍ରିୟ ଗ୍ରାମପ୍ରଧାନ/ସରପଞ୍ଚ ସଂଗଠନ ସ୍ୱାଗତ କରିବା ସହିତ ମାନ୍ୟବର ହାଇକୋର୍ଟଙ୍କ ରାୟ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କ ଅସଲ ବିଜୟ ବୋଲି ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସଂପାଦକ ଡା.ରାଜାରାମ ଷଡଙ୍ଗୀ କହିଛନ୍ତି।

ମସିହା ନିୟୂଜ ସର୍ଭିସ୍ 

Related posts

କେସିଙ୍ଗା ପୁଲିସ ଉପଖଣ୍ଡରେ ନୂତନ ଏସଡ଼ିପିଓ ଭାବେ ଆଇପିଏସ ଅଧିକାରୀ ରୋହିତ ବର୍ମା ଙ୍କ ଦାଇତ୍ୱ ଗ୍ରହଣ

Sunil Chandra Nayak

ସିଆରପିଏଫ ୬୪ ବାଟାଲିଆନ ତରଫରୁ ଜନ ସମ୍ପର୍କ ଶିବିର

Sunil Chandra Nayak

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସରେ ପୁରସ୍କୃତ ହେଲେ ଲାଞ୍ଜିଗଡ ବିଡିଓ ଜଗନ୍ନାଥପୁରକୁ ରାଜ୍ୟସ୍ତରୀୟ ପୁରସ୍କାର, ବନ୍ଧପାରିକୁ ଜିଲ୍ଲାସ୍ତରୀୟ ପୁରସ୍କାର

masiha

Leave a Comment

error: Content is protected !!