ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ବସନ୍ତ

ବସନ୍ତ

ମାନଗୋବିନ୍ଦ ସ୍ବାଇଁ

 

ଶାଖ ଡାଳେ ବସି କୁହୁ କୁହୁ ଶବ୍ଦ

     ବନଭୂମି ଉଠେ ପୁରୀ

ମଧୁର ସ୍ଵରରେ ଆକୃଷ୍ଟ କରୁଛି

       ସରବ ପରାଣ ହରି ।

ପତ୍ର ଝଡା ଦିଏ ବୃକ୍ଷ ଲତା ଆଦି

    କଅଁଳ ପଲ୍ଲବ ଧରେ

ମହକ ବାସନା ଫାଟି ପଡୁ ଅଛି

    ମହୀମଣ୍ଡଳର ଧାରେ।

ବସନ୍ତ ଆସୁଛି ଧରଣୀ ବକ୍ଷରେ

    ଗଛ ଲତା ପତ୍ର ପରେ

କୋଇଲି ଗାଉଛି ମଧୁର ସଂଗୀତ

    ଶାଖେ ବସି ଗୀତ ସ୍ବରେ।

ତା ସ୍ବର ମନକୁ ପ୍ରଫୁଲ୍ଲ କରୁଛି

   ଶ୍ରୁତି ତୃପ୍ତି ଦିଏ ମନେ

ବନର କୋକିଳ ବନ ମୁଖରିତ

   ସ୍ବରରେ ଡାକୁଛି ବନେ।

ପ୍ରଭାତ କାଳରେ ସଞ୍ଜ ନଇଁ ବେଳେ

    କରୁଥାଏ କୁହୁ ତାନ

ପ୍ରାଣୀ ଚାହିଁ ଥାଏ କିଏ ଶବ୍ଦ କରେ

    କାହାର ଏପରି ଗାନ।

ବସନ୍ତ ଆସଇ ମଳୟ ସ୍ବରରେ

   ଆନନ୍ଦ ଲାଗଇ ଶୋଭା

ଶାଖ ଡାଳେ ବସି ମଧୁ ସ୍ବର ଗାଇ

    ବନଭୂମି ଶାଖେ ଉଭା।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

୩୧ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

Sunil Chandra Nayak

କୋକସରା କୃଷି ସମବାୟ ସଭାପତି ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ବାରା ପୋଷ୍ୟ ସନ୍ତାନ ପାଳନ ସମ୍ପର୍କିତ ରଥର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!