ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ଓ ସରସ୍ଵତୀ ପୂଜା ଅନୁଷ୍ଠିତ

ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ଓ ସରସ୍ଵତୀ ପୂଜା ଅନୁଷ୍ଠିତ

ବାଲେଶ୍ଵର,୧୪/୦୨/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମରେ ଥିବା ଆଦର୍ଶ ଶିକ୍ଷା ମନ୍ଦିର ପରିସରରେ ୩୪ ତମ ବାର୍ଷିକ ଉତ୍ସବ ସହିତ ସରସ୍ବତୀ ପୂଜା ଅର୍ଜନା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଳଦା ଗ୍ରାମର ସମାଜସେବୀ ତଥା ଆଦର୍ଶ ଶିକ୍ଷା ମନ୍ଦିର ପରିଚାଳନା କମିଟିର ସଭାପତି ସୁଦର୍ଶନ ମହାରଥାଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପୂର୍ବତନ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଖଇରା ସରପଞ୍ଚ ମାଳତୀ ସେଠୀ, ସମିତି ସଭ୍ୟା ନର୍ମଦା ଦେ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର, ଖଇରା ବ୍ଲକର ଓଷ୍ଟା ଶାଖ ସମ୍ପାଦକ ବିଷ୍ଣୁପଦ ମିଶ୍ର, ଆଦର୍ଶ ଶିକ୍ଷା ମନ୍ଦିରର ଅଧ୍ୟାପକ ପ୍ରଭାତ କୁମାର ଜେନା, ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ପ୍ରଧାନ ଶିକ୍ଷକ ମଣିଶଙ୍କର ଜେନା ନିଜ ନିଜ ବକ୍ତବ୍ୟ ରଖିଥିଲେ । ଡାକ୍ତର ନିଶିରେଖା ବେହେରା, ଡଃ ଜୟଶ୍ରୀ ନାୟକ, ରୋହିତ କୁମାର ସାହୁ ଓ ସମୀକ୍ଷା ବେହେରାଙ୍କୁ ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ସେହିପରି ନଟାପଡାସ୍ଥିତ ସାଇ ପବ୍ଲିକ ସ୍କୁଲ ଉତ୍ସବରେ ଅଭିମନ୍ୟୁ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ, ସରପଞ୍ଚ, ସମିତି ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟା, ବ୍ଯତିତ ପ୍ରାକ୍ତନ ଶିକ୍ଷକ ଶିବ ପ୍ରସାଦ ମହାନ୍ତି ଓ ପୀତାମ୍ବର ପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ମଞ୍ଜରୀ ରାଉଳ ଓ ସହକାରୀ ଶିକ୍ଷୟିତ୍ରୀ ଅଞ୍ଜଳୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମ୍ପାଦକ ପୀତାମ୍ବର ମହାପାତ୍ର ବିବରଣୀ ପାଠ କରିଥିଲେ । ଶେଷରେ ଉଭୟ ବିଦ୍ୟାଳୟର ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଖଇରା ଆଦର୍ଶ ମନ୍ଦିର ପ୍ରାଙ୍ଗଣରେ ବକ୍ତବ୍ୟ ରଖିଥିଲେ ଶ୍ରୀ ପାଣିଗ୍ରାହୀ,ମାଘ ଶୁକ୍ଳ ପଞ୍ଚମୀ ତିଥିରେ ମା ସରସ୍ବତୀଙ୍କର ଆବାହନ ତଥା ପୂଜା ବନ୍ଦନା କରାଯାଇଥାଏ, ଆଗକାଳରେ ଗାଁ ଗହଳିରେ ବ୍ରାହ୍ମଣ ମାନେ ତମ୍ବା ପାତ୍ରରେ ନଡ଼ିଆ ଗୁଆକୁ ସରସ୍ଵତୀ କରି ଘର ଘର ବୁଲି ପୂଜାର୍ଚ୍ଚନା କରାଯାଉଥିଲା । ପରେ ଓଡ଼ିଶାର ମୃଣ୍ମୟ ଶିଳ୍ପର ବିକାଶ ହେବା ପରେ ମୂର୍ତ୍ତି ପୂଜା କରାଗଲା । ବିଦ୍ଯାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ଯାଦାୟିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ଵତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଉଛି । ଛାତ୍ରଛାତ୍ରୀ ମାନେ ପୁଷ୍ପ ମଣ୍ଡପକୁ ଅତି ମନୋରମ ଭାବେ ସଜାଇ ଥାଆନ୍ତି । ପୁଷ୍ପମାଲ୍ୟରେ ସୁଶୋଭିତ ସରସ୍ବତୀ ମୂର୍ତ୍ତି,ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟଯନ୍ତ୍ର ମଧ୍ୟରେ ପୂଜିତ ହୁଅନ୍ତି, ଭୋଗ ଆକାରରେ ଖଇ, ଉଖୁଡା, ନଡ଼ିଆ, ଫଳ ଆଦି ଭୋଗ କରାଯାଇଥାଏ । ମା ସରସ୍ବତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ । ସେହିପରି ନଟାପଡାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ଓ ସରସ୍ଵତୀ ପୂଜାର୍ଚ୍ଚନା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ କଳାକାର ମାନେ ନିଜ ନିଜର ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତି ରହି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ଆନନ୍ଦ ଉଲ୍ଲାସର ମଜା ନେଇଥିବାର ପରିଲକ୍ଷିତ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଟାଟା ପାୱାର ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ଅଭିଯାନ

Sunil Chandra Nayak

DRM Inaugurates New Facility at Ultra Washtex Pvt. Ltd.

Sunil Chandra Nayak

ଆର୍.କେ. ଜୁନିଅର କଲେଜରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!