ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିବ ଶକ୍ତି ଯୁଥ୍ କ୍ଳବ୍ ପକ୍ଷରୁ ସରସ୍ବତୀଙ୍କ ଆଜ୍ଞା ଲଡୁ ହେଲା ନିଲାମ

ଶିବ ଶକ୍ତି ଯୁଥ୍ କ୍ଳବ୍ ପକ୍ଷରୁ ସରସ୍ବତୀଙ୍କ ଆଜ୍ଞା ଲଡୁ ହେଲା ନିଲାମ

ଢେଙ୍କାନାଳ(ମ ସୀ ହା)୧୬/୦୨_ସଦରବ୍ଲକ ଅନ୍ତର୍ଗତ ଚଷାପଡା ଗ୍ରାମର ଶିବଶକ୍ତି ୟୁଥ୍ କ୍ଲବ ପକ୍ଷରୁ ମା ସରସ୍ବତୀଙ୍କ ଆଜ୍ଞାଲଡୁ ହେଲା ନିଲାମ ବିଶିଷ୍ଟ ଶିଳ୍ପପତି ଶ୍ରୀ କବିନ୍ଦ୍ର ସାହୁ ୩ ବର୍ଷର ରେକର୍ଡ଼ କାଟି ଚଳିତ ବର୍ଷ ଢେଙ୍କାନାଳର ପୌରଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ୮୦.୦୦୦ ଟଙ୍କାର ମାଙ୍କ ଆଜ୍ଞା ଲଡୁ ବିଜେତା ହୋଇଛନ୍ତି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀମତୀ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ଏବଂ କ୍ଲବର ସଭାପତି ଶ୍ରୀ ଅଜିତି ରାଉତ,ଉପସଭାତି ସଞ୍ଜୟ ସାହୁ, ବିଦ୍ୟାଧର ସେଠୀ ସମ୍ପାଦକ ଓ କୋଷାଧ୍ୟକ୍ଷ ସର୍ବେଶ୍ୱର ସାହୁଙ୍କ ଟିମ ଆୟୋଜନ କରିଥିଲେ l ଓଡ଼ିଶାର ବିଶିଷ୍ଟ ସୁନାମଧନ୍ୟ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ତାଙ୍କ ଟିମଙ୍କ ଦ୍ଵାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାତ୍ର,ବିଶିଷ୍ଟବ୍ୟକ୍ତି ଏବଂ ଅଞ୍ଚଳର ଜନସାଧାରଣ ପ୍ରମୁଖ ଯୋଗଦେଇଥିଲେ l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା 

ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା

ଧର୍ମଗଡ ବ୍ଲକ କୁ ୧୨ କୋଟି ଟଙ୍କା ର ଅନୁଦାନ,ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!