ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ 

ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ 

ରାୟଗଡ ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଆଜି ତା: ୧୬/୦୨/୨୪ ତାରିଖରେ ସ୍ଥାନୀୟ ଫରେଷ୍ଟ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଏଫଓ ଓହୋଲ ସଚିନ ଆନ୍ନାସାହେବ ଆଇଏଫଏସ, ସମ୍ମାନୀତ ଅତିଥି ରାୟଗଡ଼ ବିଡ଼ିଓ ଅମୁଲ୍ୟ ସାହୁ,ଏପିଡି-ଜିଲ୍ଲାପରିଷଦ ଅଜାତ ଶତ୍ରୁ ରାଉତ, ଡଃ.ସୁବୁଦ୍ଧି,ଏସିଏଫ ଅଶୋକ ପ୍ରଧାନ ମଞ୍ଚାସିନ ଥିଲେ । ଏହି ଅବସରରେ ଡିଏଫଓ ଶ୍ରୀ ଆନ୍ନାସାହେବ କହିଛନ୍ତି ଯେ ଜଙ୍ଗଲ ନିଆ ନିବାରଣ ଓ ଦକ୍ଷତା ବୃଦ୍ଧି ନିମନ୍ତେ ବନ ସ°ରକ୍ଷଣ ସମିତି ସଭ୍ୟସଭ୍ୟା( ଭିଏସଏସ ),ଜନସାଧାରଣ ସକାଶେ ମିନି ମାରାଥନ ଯେଉଁଥିରେ କି ସ୍କୁଲ,କଲେଜ ,ବରିଷ୍ଠ ନାଗରିକ ,ବୁଦ୍ଧିଜୀବି ଅ°ଶଗ୍ରହଣ କରି ସେଥିରେ ବିଜେତାଙ୍କୁ ପୁରସ୍କାର ରଖାଯିବା ସହ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଯାହାଦ୍ୱାରା କି ଫାୟାର ପଏଣ୍ଟ କମିବାରେ ସହାୟକ ହେବ । ଜଙ୍ଗଲରେ ପ୍ରାକୃତିକ ଅପେକ୍ଷା କୃତ୍ରିମ ଭାବେ ଅଧିକ ପରିମାଣରେ ନିଆଁ ଲାଗୁଛି । ଜଙ୍ଗଲ ନିଆଁ ଲାଗିବାର ମୁଖ୍ୟ କାରଣ ପଡୁଚାଷ,ମହୁଲ ଆଦାୟ କରିବା ସମୟରେ ହୋଇଥାଏ । ଏଣୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ୨୦୨୨-୨୩ ମସିହାରେ ରାୟଗଡ଼ ଜିଲ୍ଲାର ଜଙ୍ଗଲରେ ୨୭୦୦ ଫାୟାର ପଏଣ୍ଟ ରହିଥିଲା ଯାହାକୁ ଚଳିତ ବର୍ଷ କମାଇବାକୁ ହେବ । ସେହିପରି ମଞ୍ଚାସିନ ଥିବା ଅନ୍ୟାନ୍ୟ ଅତିଥି ଜଙ୍ଗଲ ନିଆ ନିବାରଣ ସକାଶେ ବିଭିନ୍ନ ଉପାୟ ନେଇ ନିଜନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ଓଡ଼ିଶା ସରକାରଙ୍କ ତତ୍ବାବଧାନରେ “ଜଙ୍ଗଲକୁ ନିଆଁଦାଉରୁ ରକ୍ଷା କରନ୍ତୁ ଓ ପରିବେଶ ବଞ୍ଚାନ୍ତୁ” ମୁଖ୍ୟ ବିଷୟକୁ ନେଇ କରାଯାଇଥିଲା । 

ଗତ ବୁଧବାର ଦିନ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଅବସରରେ ତା ୧୩/୦୨/୨୪ ରିଖ ସକାଳ ୬ ଘଣ୍ଟା ସମୟ ରେ ଫରେଷ୍ଟ୍ ପାର୍କ ଠାରୁ ରିଲାଏନ୍ସ ସପିଙ୍ଗ୍ ମଲ୍ ଓ ରିଲାଏନ୍ସ ସପିଙ୍ଗ୍ ମଲ୍ ଠାରୁ ଫରେଷ୍ଟ୍ ପାର୍କ ପର୍ଯ୍ୟନ୍ତ ୮ କିଲୋ ମିଟର ଗଣଦୌଡ଼ର ଆୟୋଜିତ କାର୍ଯ୍ୟକ୍ରମକୁ ଉପ ବନ ସଂରକ୍ଷକ ଅଶୋକ କୁମାର ପ୍ରଧାନ ଓ ଦିବ୍ୟା ମାଧୁରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ମିନି ମାରାଥନରେ ବିଡ଼ିକା ସିନ୍ଧୁ ପ୍ରଥମ, ଶ୍ରୀକାନ୍ତ ପ୍ରାସ୍କା ଦ୍ୱିତୀୟ ଏବଂ କୈଳାସ ପ୍ରାସ୍କା ତୃତୀୟ ସ୍ଥାନ ପାଇଥିଲେ । ଏହି ଅବସରରେ ଜଙ୍ଗଲରେ ନିଆଁ ନ ଲଗାଇବା ଓ ଜଙ୍ଗଲରେ ନିଆଁ ଲଗାଇବା ଦ୍ବାରା ବୃକ୍ଷ ନଷ୍ଟ ହେବା ସହ ପରିବେଶ ଉପରେ ପଡୁଥିବା ପ୍ରତିକୂଳ ପରିସ୍ଥିତି ଉପରେ ସଚେତନ କରାଇବା ସହ ବୃକ୍ଷଲତାର ରକ୍ଷଣାବେକ୍ଷଣ ଉପରେ ଅ°ଶଗ୍ରହଣ କରିଥିବା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ଉପସ୍ଥିତ ଦୁଇ ଉପ ବନ ସଂରକ୍ଷକ । ଉକ୍ତ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମକୁ ବନ ବିଭାଗ କର୍ମଚାରୀମାନେ ପରିଚାଳନା କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ 

masiha

ଅମିଶା କର ନିଟରେ ଟପ୍ପର, ଏମବିଏରେ ଗୋଲ୍ଡମେଡାଲ୍ କୃତିତ୍ବ ଲାଭ ପରେ ଶୁଭେଚ୍ଚାର ସୁଅ ଛୁଟୁଛି

masiha

ହ୍ୟୁମାନିଟି ଫାଉଣ୍ଡେସନ ଆଶ୍ରମରେ ପାଳିଲା ରଜଉତ୍ସବ 

Sunil Chandra Nayak

Leave a Comment

error: Content is protected !!