ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ନିରୀକ୍ଷକ,ପରିଦର୍ଶକ ଙ୍କ ସାମୁହିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଧର୍ମଗଡ ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ନିରୀକ୍ଷକ,ପରିଦର୍ଶକ ଙ୍କ ସାମୁହିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଧର୍ମଗଡ: ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ର ଆହ୍ୱାନ କ୍ରମେ ସୋମବାର ସକାଳ ୧୦ ଟାରୁ ଅନିର୍ଦ୍ଦିଷ୍ଟ କାଳ ପଯ୍ୟନ୍ତ ଆନ୍ଦୋଳନ କୁ ଓଲ୍ହାଇଛନ୍ତି ରାଜସ୍ୱ ନିରୀକ୍ଷକ ଓ ପରିଦର୍ଶକ କର୍ମୀ।କଳାହାଣ୍ଡି ଜିଲ୍ଲାର ବିଭିନ୍ନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୬ଦଫା ଦାବି ନେଇ ସାମୂହିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି।ଏହି ପରିପେକ୍ଷିରେ ଧର୍ମଗଡ ତହସିଲ କାର୍ଯ୍ୟାଳୟ ଠାରେ ଧର୍ମଗଡର ସମସ୍ତ ରାଜସ୍ୱ ନିରୀକ୍ଷକ ଓ ପରିଦର୍ଶକ ମାନେ ଆନ୍ଦୋଳନ ରେ ବସିଛନ୍ତି।ଧର୍ମଗଡ କ୍ଷେତ୍ର ଅଧିକାରୀ ସଂଘ ର ସଭାପତି ଜିତେନ୍ଦ୍ର ନାଏକଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ୬ଦଫା ଦାବୀ ନେଇ ଆନ୍ଦୋଳନ ଜାରି ରଖିଛନ୍ତି।୬ଦଫା ଦାବୀ ମଧ୍ୟରେ ରାଜସ୍ୱ କର୍ମଚାରୀଙ୍କ କ୍ୟାଡ଼ର ପୁନଃ ଗଠନ,ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ବେତନ ସଂରଚନାରେ ପରିବର୍ତ୍ତନ, ରାଜସ୍ୱ ପରିଦର୍ଶକ ଙ୍କ ନାମ କରଣ ରେ ପରିବର୍ତ୍ତନ ପ୍ରମୁଖ ଦାବୀ ରହିଛି।ଦୀର୍ଘଦିନ ରୁ ଏସବୁ ଦାବି ସରକାର ଙ୍କ ନିକଟରେ ଉପସ୍ଥାପନ ହୋଇଥିଲେ ମଧ୍ୟ ଆଜିଯାଏ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନ ଥିବା ସଂଘ କ୍ଷୁବ୍ଧ ପ୍ରକାଶ କରଛି।ତେବେ ସରକାର ଉପସ୍ଥାପନ ଦାବୀ ଗୁଡିକୁ ପୂରଣ ନ କଲେ ଅନିର୍ଦ୍ଦିଷ୍ଟ କାଳ ପଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅମର କାନ୍ତ ମଙ୍ଗରାଜ ପ୍ରକାଶ କରିଛନ୍ତି।ଆନ୍ଦୋଳନ ରେ ଧର୍ମଗଡ ରାଜସ୍ୱ ପରିଦର୍ଶକ ରଞ୍ଜିତ ରାଉତ,ରାଜସ୍ୱ ନିରୀକ୍ଷକ ସନ୍ତୋଷ ପଣ୍ଡା,ରତିନ୍ଦ୍ର ନିଆଲ, କିଶୋର ବୋଡ଼କିଆ,ଜେମା ମାଝୀ,ପ୍ରେମା ବାଣୁଆ,ସୁନୀଲ ପଟ୍ଟନାୟକ,ସହକାରୀ ନିରୀକ୍ଷକ ଆକବର ଶବର ଓ ରବି ଜାନି ପ୍ରମୁଖ ଉପସ୍ଥିତ ରହିଥିଲେ।ତେବେ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ବିଭିନ୍ନ କାର୍ଯ୍ୟ ନେଇ ହଇରାଣ ହରକତ ହେଉଥିବା ଦେଖା ଦେଇଛି।ସାଧାରଣ ଭାବେ ସାର୍ଟିଫିକେଟ, ଜମି ଚିହ୍ନଟ, ମଣ୍ଡି କାମ ,ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଇତ୍ୟାଦି କାମ ରେ ବ୍ୟାଘାତ ଦେଖା ଦେଇଥିବା ଜଣାପଡିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କାମାକ୍ଷାନଗର ସହରର ବିଶିଷ୍ଟ ଆଳୁ ବ୍ୟବସାୟୀଙ୍କ ହୃଦଘାତରେ ଅକାଳ ବିୟୋଗ 

masiha

ଘରପଟ୍ଟା ନ ମିଳିବାରୁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ

Sunil Chandra Nayak

କଦଳିମୁଣ୍ଡା ରେ ବିଶାଳ ଆଦିବାସୀ ମେଳି

masiha

Leave a Comment

error: Content is protected !!