ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଭାରତ,ବିକଶିତ ଭାରତ- ୨୦୪୭ ବିଷୟ ରେ ଭାଷଣ ଦେଇ ରାଜ୍ୟସ୍ତରରେ ପ୍ରଥମ ହେଲେ- କୁମ୍ କୁମ୍ ପ୍ରିୟଦର୍ଶିନୀ 

ମୋ ଭାରତ,ବିକଶିତ ଭାରତ- ୨୦୪୭ ବିଷୟ ରେ ଭାଷଣ ଦେଇ ରାଜ୍ୟସ୍ତରରେ ପ୍ରଥମ ହେଲେ- କୁମ୍ କୁମ୍ ପ୍ରିୟଦର୍ଶିନୀ 

ମ.ରାମପୁର,୨୦/୨(ମସୀହା):କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳ ର ଯୁବତୀ କୁମ୍ କୁମ୍ ପ୍ରିୟଦର୍ଶିନୀ ସାହୁ ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତାରେ ପ୍ରଥମ ହୋଇ ଜିଲ୍ଲା ତଥା ନିଜ ଗାଁ ପାଇଁ ଗୌରବ ଆଣି ଦେଇଛନ୍ତି l ନେହେରୁ ଯୁବ କେନ୍ଦ୍ର ତରଫରୁ ଆୟୋଜିତ ମୋ ଭାରତ, ବିକଶିତ ଭାରତ @ ୨୦୪୭ ବିଷୟରେ ଭାଷଣ ଦେଇ ସେ ପ୍ରଥମ ହୋଇ ୧ ଲକ୍ଷ ଟଙ୍କା ର ଚେକ୍ ପୁରସ୍କାର ବାବଦକୁ ଅତିଥିମାନଙ୍କ ଠାରୁ ଗ୍ରହଣ କରିଛନ୍ତି l ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ବାପା ହେମନ୍ତ ସାହୁ ଓ ମାତା ସଂଘମିତ୍ରା ସାହୁଙ୍କ ବଡ ଝିଅ ହେଉଛନ୍ତି କୁମ୍ କୁମ୍ ପ୍ରିୟଦର୍ଶିନୀ l ସମ୍ପ୍ରତି ସେ ଗୁରୁ ଘାସି ଦାସ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଏବେ ପିଏଚଏଡି କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି l ଏହି ସଫଳତା ପାଇଁ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଅନ୍ଧାରି ମୂଳକରେ ଅନ୍ଧାର ଭିତରେ ସୀମାନ୍ତ ଗ୍ରାମ ବନୁଜୋର ଓ ଶିକାଜୋର ବିଦ୍ୟୁତ, ପାଣି, ରାସ୍ତା ଓ ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ପରିବାରଙ୍କ ଦୁଃଖଦ ଚିତ୍ର

ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସ୍ବାଧିନ ଫେଡେରସନ୍ ଓ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବିକ୍ଷୋଭ

Sunil Chandra Nayak

ମାନବିକତା ଦେଖାଇ କିଟ ନାଶକ ଔଷଧ ଖାଇ ଥିବା ୧୯ ବର୍ଷ ଝିଅ କୁ ମେଡ଼ିକାଲ ପହଞ୍ଚାଇଲେ ରାଜସ୍ବ ନୀରିକ୍ଷକ

masiha

Leave a Comment

error: Content is protected !!