ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME )ଦ୍ୱାରା କର୍ମଶାଳା ଅନୁଷ୍ଠିତ: ମୟୁରଭଞ୍ଜ 

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME )ଦ୍ୱାରା କର୍ମଶାଳା ଅନୁଷ୍ଠିତ: ମୟୁରଭଞ୍ଜ 

  ମୟୂରଭଞ୍ଜ – ୨୧/୦୨ ( ମସିହା) ଆଜି ତା ୨୧ ଫେବୃଆରୀ ୨0୨୪ ରିଖ ବୁଧବାର ବାରିପଦା ସ୍ଥିତ ମହିଳା କଲ୍ୟାଣୀ ସଭାଗୃହରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ ମନ୍ତ୍ରାଳୟ( MSME )ବିକାଶ ନିଗମ ର ମୟୁରଭଞ୍ଜ ଚାପ୍ଟର ର ଜିଲ୍ଲା ଆବାହକ ଶ୍ରୀଯୁକ୍ତ ସୁକୁମାର ରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ନୂତନ ଉଦ୍ୟଗୀ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ କିପରି ଆତ୍ମନିର୍ଭର ହୋଇ ନିଜେ ଏକ ସଫଳ ଉଦ୍ୟଗୀ ହୋଇପାରିବ ସେ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବେ ଏମ. ଏସ. ଏମ. ଇ ବିକାଶ ନିଗମ ଓଡିଶା ଚାପ୍ଟର ର ସେକ୍ରେଟାରୀ ଜେନେରାଲ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମଲ୍ଲିକ ଯୋଗଦାନ କରି ସୂଚନା ପ୍ରଦାନ କରିଥିବା ସମୟରେ ମୁଖ୍ୟ ଅତିଥି ଭାବେ ଓଡିଶା ଚାପ୍ଟର MSME DEVELOPMENT FORUM ର ରାଜ୍ୟ ଆବାହକ ଶ୍ରୀଯୁକ୍ତ ରବି ମାଝୀ ଯୋଗଦାନ କରି ଥିଲେ I ଉକ୍ତ କର୍ମଶାଳା ରେ ବିଭିନ୍ନ ବ୍ଲକ ରୁ ନୂତନ ଉଦ୍ୟଗୀ ହେବାପାଇଁ ଇଛା ପ୍ରକାଶ କରିଥିବା ଉଭୟ ମହିଳା ଓ ପୁରୁଷ ବ୍ୟକ୍ତିମାନେ ଯୋଗଦାନ କରିଥିଲେ I ଏହି କାର୍ଯ୍ୟକ୍ରମ ରେ MSME DEVELOPMENT FORUM ର ମୟୁରଭଞ୍ଜ ଚାପ୍ଟର କୋ -କନଭେନର ପ୍ରମୋଦିନୀ ପ୍ରଧାନ, ସେକ୍ରେଟାରୀ ଶ୍ରୀଯୁକ୍ତ ହୀରାଲାଲ ଘଣ୍ଟିଆଳି, ପଲଟନ ସିଂହ, ସରୋଜ କୁମାର ମହାକୁଡ଼, ଗଣେଶ ଚନ୍ଦ୍ର ବେହେରା,ସଲିଲ ଦେ, ଅଭିମନ୍ୟୁ ମିଶ୍ର,କଲ୍ୟାଣୀ ପାତ୍ର, ସୀମନ୍ତିନି ସାହୁ, ଡିଟେରଜେଣ୍ଟ ଉଦ୍ୟଗୀ ଡ଼ମନ ସୋରେନ, ସୁଚିତ୍ରା ମିଶ୍ର, ସବିତା ମହାକୁଡ଼, ଜୟଶ୍ରୀ ପାତ୍ର,ଓ ରଂଜିତ କୁମାର ବଢ଼େଇ ସମେତ ବହୁସଂଖ୍ୟାରେ କୁଶଳୀ ଅଣକୁଶାଳୀ ଉଦ୍ୟୋଗୀ ଯୋଗଦାନ କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ , ଆବେଦନର ଶତ ପ୍ରତିଶତ ସମାଧାନ ଉପରେ ଗୁରୁତ୍ୱ 

ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଶ୍ରଦ୍ଧାଞ୍ଜଳି

masiha

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ଵିଶିଷ୍ଟ ଭାଷା ବିଜ୍ଞାନୀ ପ୍ରଫେସର୍ ଗୋଲକ ବିହାରୀ ଧଳଙ୍କ ତିରୋଧାନ ଦିବସ ତଥା ବନ୍ଦେ ମାତରଂର ସ୍ରଷ୍ଟା ବଙ୍କିମ ଚନ୍ଦ୍ରଙ୍କର ଜୟନ୍ତୀ – ୨୦୨୬ ପାଳିତ 

Sunil Chandra Nayak

Leave a Comment

error: Content is protected !!