ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଡ଼ା ପୌରକାର୍ଯ୍ୟାଳୟ ପକ୍ଷରୁ ମହାପୁରୁଷଙ୍କ ପ୍ରତି ଏ କି ଭଳି ସମ୍ମାନ

ଯୋଡ଼ା ପୌରକାର୍ଯ୍ୟାଳୟ ପକ୍ଷରୁ ମହାପୁରୁଷଙ୍କ ପ୍ରତି ଏ କି ଭଳି ସମ୍ମାନ

ଯୋଡ଼ା:୨୧/୦୨ – :- କେନ୍ଦୁଝର ଜିଲ୍ଲାର ଯୋଡ଼ା ପୌରକାର୍ଯ୍ୟାଳୟର ବେଶ ଖ୍ଯାତି ରହିଛି ସର୍ବଦା ନିଜ ପୌରାଞ୍ଚଳର ଉନ୍ନତି କରଣ ତଥା ପ୍ରଗତି ପଥରେ କାର୍ଯ୍ୟ କରିବା ନିମନ୍ତେ ରହିଛି ଆସିଛି ।ଏପରିକି ପୌରାଞ୍ଚଳର ଉନ୍ନତି କରଣ ତଥା ପ୍ରଗତି ପଥରେ କାର୍ଯ୍ୟ କରିବା ଦିଗରେ ଅତୀତରେ ଯୋଡ଼ା ପୌରକାର୍ଯ୍ୟାଳୟକୁ ବହୁତ ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଥିବା ଖବର ସବୁ ରହିଛି। ହେଲେ ଗତ କିଛି ବର୍ଷ ମଧ୍ୟରେ ପୌରପାଳିକା ପକ୍ଷରୁ ଯେଉଁ ଦିଗରେ ପ୍ରଥମେ କାର୍ଯ୍ୟ କରିବା ନିହାତି ଆବଶ୍ୟକ ହେଉଥିବା ବେଳେ ଦାୟତ୍ୱବାନ ଅଧିକାରୀ ସେ ଦିଗରେ ଧ୍ୟାନ ଯାଉଛି କେଉଁ ଆଡକୁ ଅନ୍ୟ ଦିଗରେ ବିଶେଷ ଧ୍ୟାନ ଦେବାର କାରଣ ଅସ୍ପଷ୍ଟ ରହିଥିବା ଘଟଣା କୁ ସହରରେ ଆଲୋଚନା ଭିତରେ ଭିତରେ ଘୁମୁରୁ ଥିବା ବିଷୟରେ ଶୁଣିବାକୁ ମିଳୁଛି। ଏହାକୁ ଦେଖିବାକୁ ଗଲେ ସହରରେ କେଉଁଠି ନର୍ଦ୍ଦମା ନାହିଁତ କେଉଁଠି ନର୍ଦ୍ଦମା ଅଛି ସେଥିରେ ପୁଣି ଉପରେ ଘୋଡଣୀ ନାହିଁ। ଏହା ଆରମ୍ଭରୁ ହିଁ ଏହାର ବ୍ୟବସ୍ଥା କରାଯାଇନାହିଁ ଏହା ଦ୍ବାରା ସାହିବାସୀ (ଶାସ୍ତ୍ରୀନଗର) ବିଭିନ୍ନ ସମସ୍ୟା ଭୋଗୁଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରୁଥିବା ଜାଣିବାକୁ ମିଳେ। ପୁଣି କିଛି ନର୍ଦ୍ଦମା ନିର୍ମାଣ ସରିଛି ହେଲେ ସେଥିରେ କରାଯାଇଥିବା ଘୋଡଣି ଦୁର୍ବଳ ହେତୁ ଟ୍ରାକ୍ଟର ଯିବା ଆସିବା କରୁଥିବା ବେଳେ ଭୂଷୁଡି ପଡୁ ଥିବା ଦେଖିବାକୁ ମିଳୁଛି। ଯାହା ଫଳରେ  ସେଠାରେ ଏକ ଭୟର ବାତାବରଣ ସୃଷ୍ଟି କରୁଥିବା ଶୁଣିବାକୁ ମିଳେ। ତେବେ ଏଠାରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଦେଖିବାକୁ ଗଲେ କିଛି ବର୍ଷ ତଳେ ସୌନ୍ଦର୍ଯ୍ୟକରଣ ହେତୁ ପୌରପାଳିକା ଅନ୍ତର୍ଗତ କେତେ ପ୍ରାଚୀର ଏବଂ କାନ୍ଥ ବାଡ଼ରେ ନାନାଦି ପ୍ରକାର ଛାୟାଚିତ୍ର କରି ପୌର କାର୍ଯ୍ୟାଳୟ ବେଶ ପ୍ରଶଂସା ସାଉଁଟିଥିବାର ବିଷୟ ଜାଣିବାକୁ ମିଳେ। ସେହିପରି ଦେଖିବାକୁ ଗଲେ ପୌରକାର୍ଯ୍ଯାଳୟ ନିକଟ ତଥା ନୂତନ ପୌର କଲୋନୀ ପ୍ରାଚୀରରେ ମଧ୍ୟ ସେହିପରି ଛାୟାଚିତ୍ର (ଫୋଟୋ ଚିତ୍ର) ଅଙ୍କନ କରାଯାଇଥିବା ଦେଖିବାକୁ ମିଳେ କିନ୍ତୁ ବିଡମ୍ବନାର ବିଷୟ ଏହାଯେ ଏକ ଛାୟାଚିତ୍ର ଅନେକ ଦିନରୁ ଅଙ୍କା ହୋଇଥିଲେ ମଧ୍ୟ ଉକ୍ତ ଚିତ୍ର ଭିତରୁ ଗୋଟିଏ ର ମୁଖର ଗଠନ ଶେଷ ହୋଇଥିଲେ ମଧ୍ୟ ଚିତ୍ରର ମୁହଁର ଆଖି, ପାଟି, କାନ କୌଣସି ପ୍ରକାରେ ଅଙ୍କନ ହୋଇ ପାରିନ ଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ଅର୍ଦ୍ଧ ନିର୍ମିତ ଛାୟାଚିତ୍ରଟିକୁ ଦେଖିଲେ ଯେପରି କି ଲାଗେ ମହାପୁରୁଷ ଫକୀର ମୋହନ ସେନାପତିଙ୍କ ରୂପ ବିକଳ ରୂପର ସଦୃଶ ପରି ଦେଖାଯାଉଛି। ତେବେ ଦୀର୍ଘ ଦିନ ଧରି ଏହିପରି ଅର୍ଦ୍ଧ ଅଙ୍କନ ଅବସ୍ଥାରେ ରହିଥିବା ମହାପୁରୁଷଙ୍କ ପ୍ରତି ଏଭଳି ଅସମ୍ମାନ ଭାବମୁର୍ତ୍ତି ରଖିବା ଅତ୍ୟନ୍ତ ଲଜ୍ୟାଜନକ ବିଷୟ ଏହା ସାଧାରଣରେ ଉଦବେଗ ପ୍ରକାଶ ପାଉଛି। ଉକ୍ତ ମହାପୁରୁଷଙ୍କ ଫଟୋ ଚିତ୍ରକୁ ତୂରନ୍ତ ସଠିକ ରୂପେ ଅଙ୍କା କରାଯାଉ। ମହାପୁରୁଷଙ୍କ ସମ୍ମାନ ସୁରକ୍ଷା ଦିଗରେ ଯଥା ସମ୍ଭବ ଯୋଡ଼ା ପୌରକାର୍ଯ୍ୟାଳୟ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଥିବାର ଶୁଣିବାକୁ ମିଳିଛି। ତେବେ ଏହା ପ୍ରତି କାର୍ଯ୍ଯାଳୟ ପକ୍ଷରୁ କି ଭଳି ଆଗକୁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ରାଉରକେଲା କଲେଜର ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

Sunil Chandra Nayak

ଅନୁଷ୍ଠିତ ହେଲା ପଞ୍ଚାୟତର ମାସିକ ବୈଠକ

masiha

ବନ୍ଧୁଗାଁ ବ୍ଲକର ସିମାନ୍ତ ବର୍ତ୍ତି ୫ଟି ଗ୍ରାମକୁ ରାସ୍ତା ନାହିଁ , କାନ୍ଧ ରେ ବୋହି ନେବାକୁ ପଡୁଛି ଦୁଇ ଚକିଆ ଯାନ

Sunil Chandra Nayak

Leave a Comment

error: Content is protected !!