ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଙ୍କ ଉପରେ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ.. ସରକାର ଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଲା ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ 

ଆଦିବାସୀ ଙ୍କ ଉପରେ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ.. ସରକାର ଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଲା ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ 

ଭୁବନେଶ୍ବର / ବଲାଙ୍ଗିର ତା 22.02 ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଭାଇ ଭଉଣୀ ମାନଙ୍କ ଉପରେ ଥିବା ଅବକାରୀ, ପୋଲିସ, ଜଙ୍ଗଲ ବିଭାଗ ର ମକଦ୍ଦମା ଗୁଡିକୁ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଆଦିବାସୀ ଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମକଦ୍ଦମା ଗୁଡିକର ସମୀକ୍ଷା କରିଥିଲେ । ମୋକଦ୍ଦମା ଗୁଡିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ଉପରୋକ୍ତ ତିନୋଟି ବିଭାଗର ସମୁଦାୟ ୪୮୦୧୮ଟି ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ମାମଲା ଗୁଡିକ ମଧ୍ୟରେ ଅବକାରୀ ବିଭାଗ ଅଧିନରେ ୩୬୫୮୧ ମାମଲା, ଗୃହ ବିଭାଗ ଅଧୀନରେ ୯୮୪୬ ମାମଲା, ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୧୫୯୧ ମାମଲାକୁ ପ୍ରତ୍ୟାହାର କରାଯାଇଛି। ଏହିସବୁ ମାମଲା ପ୍ରତ୍ୟାହୃତ ହେବା ଦ୍ବାରା ଆଦିବାସୀ ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳି ଯାଇଛି l ଅବକାରୀ ବିଭାଗ, ଗୃହ ବିଭାଗ ଏବଂ ଜଙ୍ଗଲ ବିଭାଗ ଦ୍ୱାରା ଆଦିବାସୀ ମାନଙ୍କ ବିରୁଦ୍ଧରେ ଥିବା ମାମଲା ଗୁଡିକୁ ପ୍ରତ୍ୟାହାର କରିବା ପାଇଁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ଏବଂ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ବହୁ ଆଗରୁ ଦାବୀ ହୋଇଆସୁଥିଲା l ଆଦିବାସୀ ମାନଙ୍କ ତରଫରୁ ଅନେକ ଥର ସ୍ମାରକପତ୍ର ପ୍ରଦାନ କରାଯାଇଥିଲା lଆଦିବାସୀ ମାନଙ୍କ ଉପରୁ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ମହାସଂଘ ର ନେତା ବାଳକୃଷ୍ଣ ଶବର, ଭଦ୍ର ଚରଣ କିସାନ, ଅକ୍ଷୟ କୁମାର ଭୋଇ, ରାଜେନ୍ଦ୍ର ରାଉତ, ପରମାନନ୍ଦ ମାଝୀ,ମୋହନ ଲାଲ କିସାନ,ଲମ୍ବୋଦର ସିଂ, ଯୋଗେନ୍ଦ୍ର ଭୋଇ, ଗୋପୀନାଥ ମାଝୀ, ଅର୍ଜୁନ ଭତ୍ରା, ଶ୍ୟାମ ସୁନ୍ଦର ଭୋଇ, ପ୍ରକାଶ ମାଝୀ, ଭାନୁ ପ୍ରତାପ ସିଂ ମାଝୀ, ପଦ୍ମନ ପ୍ରଧାନୀ, ନିମାଇଁ ଝାଙ୍କର, ସନ୍ତୋଷ ପୁଟା, ପlଳେଶ୍ୱର ଭୋଇ, ମକର୍ଧ୍ଵଜ ନାଏକ, ଘାସିରାମ ସlମୁଟିକା, ଶିବ ମାଝୀ, ଜିତୁ ଜାକାଶିକା, ଉଷ୍ମନ ମୁଣ୍ଡା, ସୁଦାମ ଭୋଇ, ବନଳତା ମାଝୀ, ଲକ୍ଷ୍ମୀ ଶବର,ଭୁବନେଶ୍ୱର କୁଅର,ଚୌବନ ମାଝୀ,ବିସିକେଶନ ଯାନୀ, ଚନ୍ଦ୍ରଶେଖର ବାଗ, ସାରଥୀ ବାଗ ଦଶରଥ ଛତ୍ରିଆ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ  ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ବ୍ଳକ ସ୍ତରୀୟ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କର ବାକ୍ ଶକ୍ତି ଓ ଭୌତିକ ଚିକିତ୍ସା ଶିବିର ଶୁଭାରମ୍ଭ

Sunil Chandra Nayak

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସଂଗ୍ରାମୀ ସାରଙ୍ଗଧର ଦାସଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

masiha

ପଟ୍ଟା ଜାଗାରେ ଯୋର ଜବରଦସ୍ତ ବାଡ ଦେବା ଘଟଣା : ଉପଜିଲ୍ଲାପାଳ ଘଟଣା ର ତଦନ୍ତ ପାଇଁ ନିର୍ଦ୍ଦେଶ

Leave a Comment

error: Content is protected !!